Advertisment

ଦୁନିଆର ଦ୍ୱିତୀୟ ସବୁଠୁ ପ୍ରଦୂଷିତ ଟାଉନ ତାଲିକାରେ ଦେଶର ଏହି ସହର

ନୂଆଦିଲ୍ଲୀ: ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ପ୍ରଦୂଷଣ। ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ଭାରତ ସମେତ ଅନେକ ଦେଶ ଗୁରୁତ୍ୱ ଦେଉଛନ୍ତି। ଏହାରି ଭିତରେ ଏକ ରିପୋର୍ଟ ଆସିଛି ଯାହା ପୃଥିବୀର ପ୍ରଦୂଷିତ ସହରର ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୨୦ରେ ବାଂଲାଦେଶ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ଥିଲା। ଏହା ପରେ ପାକିସ୍ତାନ, ଭାରତ ଏବଂ ମୋଙ୍ଗୋଲିଆ ରହିଛି। ଏଥିସହିତ, ୟୁପିର ଗାଜିଆବାଦର ନାମ ଦୁନିଆର ସବୁଠାରୁ ପ୍ରଦୂଷିତ […]

ଅଦ୍ୟତନ ହୋଇଛି
'ପ୍ରଦୂଷଣ ପାଇଁ ପୁରୁଷଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି'

pollution

Advertisment

ନୂଆଦିଲ୍ଲୀ: ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ପ୍ରଦୂଷଣ। ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ଭାରତ ସମେତ ଅନେକ ଦେଶ ଗୁରୁତ୍ୱ ଦେଉଛନ୍ତି। ଏହାରି ଭିତରେ ଏକ ରିପୋର୍ଟ ଆସିଛି ଯାହା ପୃଥିବୀର ପ୍ରଦୂଷିତ ସହରର ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୨୦ରେ ବାଂଲାଦେଶ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ଥିଲା। ଏହା ପରେ ପାକିସ୍ତାନ, ଭାରତ ଏବଂ ମୋଙ୍ଗୋଲିଆ ରହିଛି। ଏଥିସହିତ, ୟୁପିର ଗାଜିଆବାଦର ନାମ ଦୁନିଆର ସବୁଠାରୁ ପ୍ରଦୂଷିତ ସହରରେ ଅନ୍ତର୍ଭୁକ୍ତ ହୋଇଛି।

Advertisment

ବ୍ରିଟିଶ କମ୍ପାନୀ ହାଉସଫ୍ରେଶର ରିପୋର୍ଟ ଅନୁଯାୟୀ, ଚାଇନାର ଜିନଜିଆନ ପ୍ରାନ୍ତରେ ଥିବା ହୋଟାନ୍ ସହର ସବୁଠାରୁ ପ୍ରଦୂଷିତ ସହର ବୋଲି କୁହାଯାଇଛି। ଏହା ପରେ ଉତ୍ତରପ୍ରଦେଶର ଗାଜିଆବାଦ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଚାଇନାର ହକାନରେ ପ୍ରଦୂଷଣ ପାଇଁ ମରୁଭୂମିକୁ ଦାୟୀ କରାଯାଇଛି କାରଣ ଏହି ସହର ପାଖରେ ରହିଛି ତକଲିମାକାନ ମରୁଭୂମି। ସେହିପରି ଗାଜିଆବାଦରେ ପ୍ରଦୂଷଣ ମାତ୍ରା ବଢ଼ିବାର କାରଣ ଯାତାୟାତ ବୋଲି କୁହାଯାଇଛି।

ବାଂଲାଦେଶର ମାଣିକଗଞ୍ଜ ଦୁନିଆର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ତୃତୀୟ ସ୍ଥାନରେ ରହିଛି। ବିଶ୍ୱର ଦ୍ରୁତ ବିକାଶଶୀଳ ଦେଶର ସହର ମଧ୍ୟରେ ମାଣିକଗଞ୍ଜ ରହିଛି। ଏଠାରେ ଶିଳ୍ପ କ୍ଷେତ୍ର ବାର୍ଷିକ ୧୩ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ବାଂଲାଦେଶରେ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ଯାନବାହାନ ଏବଂ କଳକାରଖାନାରୁ ନିର୍ଗତ ଧୂଆଁ।

Advertisment

ଦୁନିଆର ୫୦ଟି ପ୍ରଦୂଷିତ ସହର ମଧ୍ୟରୁ ୪୯ଟି ବାଂଲାଦେଶ, ଚୀନ୍, ପାକିସ୍ଥାନ ଏବଂ ଭାରତର ରହିଛି। ହାୱାଇର କେଲୁଆ କୋନା, ଆମେରିକା ଏବଂ ଫିନଲ୍ୟାଣ୍ଡର ମୁଅନିୟୋ ସବୁଠୁ ସ୍ୱଚ୍ଛ ସହର ମଧ୍ୟରେ ଏହି ରିପୋର୍ଟ ଅନୁଯାୟୀ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe