ମନେ ପକାଇ ଦେଲେ ଗିରିରାଜ୍ ସିଂ : ଲାଲୁଙ୍କ ଘରେ ପଶିଗଲା ସାପ!

ପାଟନା: ରାଜନୀତିରେ ସମାଲୋଚନା ନୂଆ କଥା ନୁହେଁ। କିନ୍ତୁ ବେଳେବେଳେ ନିଜେ କରିଥିବା ସମାଲୋଚନା, ନିଜ ପାଖକୁ ଫେରିଆସେ। ବିହାର ରାଜନୀତିରେ ହୁଏତ, ଠିକ୍ ଏମିତି ଘଟଣାଟିଏ ଘଟିଛି। ବିଜେପି ସହ ମେଣ୍ଟ ଭାଙ୍ଗି ଜେଡିୟୁ, ଏବେ ମହାଗଠବନ୍ଧନ ସହ ସରକାର ଗଢ଼ିଛି। ଆଉ ନୂଆ ସାଥୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନୀତିଶ କୁମାର। ଠିକ୍ ଏଭଳି ଏକ ସମୟରେ, ବିଜେପି ନେତା ଗିରିରାଜ୍ ସିଂ ୫ ବର୍ଷ ତଳର ଏକ ଟ୍ୱିଟ୍‌ ସାମ୍ନାକୁ ଆଣି […]

lalu-nitish

  • Published: Wednesday, 10 August 2022
  • , Updated: 10 August 2022, 05:07 PM IST

ପାଟନା: ରାଜନୀତିରେ ସମାଲୋଚନା ନୂଆ କଥା ନୁହେଁ। କିନ୍ତୁ ବେଳେବେଳେ ନିଜେ କରିଥିବା ସମାଲୋଚନା, ନିଜ ପାଖକୁ ଫେରିଆସେ। ବିହାର ରାଜନୀତିରେ ହୁଏତ, ଠିକ୍ ଏମିତି ଘଟଣାଟିଏ ଘଟିଛି। ବିଜେପି ସହ ମେଣ୍ଟ ଭାଙ୍ଗି ଜେଡିୟୁ, ଏବେ ମହାଗଠବନ୍ଧନ ସହ ସରକାର ଗଢ଼ିଛି। ଆଉ ନୂଆ ସାଥୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନୀତିଶ କୁମାର। ଠିକ୍ ଏଭଳି ଏକ ସମୟରେ, ବିଜେପି ନେତା ଗିରିରାଜ୍ ସିଂ ୫ ବର୍ଷ ତଳର ଏକ ଟ୍ୱିଟ୍‌ ସାମ୍ନାକୁ ଆଣି ଲାଲୁ ପ୍ରସାଦ ଯାଦବଙ୍କ ଉଦ୍ଦଶ୍ୟରେ ଲେଖିଛନ୍ତି- ସାପ, ଆପଣଙ୍କ ଘରକୁ ପଶିଗଲା। ଏହା ଲେଖିବା ପଛର କାରଣ ହେଉଛି ୨୦୧୭ ମସିହାରେ ନୀତିଶ କୁମାରଙ୍କୁ ସାପ କହି ସମାଲୋଚନା କରିଥିଲେ ଲାଲୁ ଯାଦବ। ଯେତେବେଳେ ନୀତିଶ କୁମାର, ମହାଗଠବନ୍ଧନ ସହ ମେଣ୍ଟ ଭାଙ୍ଗିଥିଲେ, ସେତେବେଳେ ଆରଜେଡି ନେତା ଲାଲୁ ଯାଦବ ଟ୍ୱିଟ୍‌ କରି ଲେଖିଥିଲେ ନୀତିଶ ହେଉଛନ୍ତି ସାପ। ସାପ ଯେମିତି କାତି ଛାଡ଼େ, ନୀତିଶ ସେମିତି କାତି ଛାଡ଼ିଲା ଭଳି ପ୍ରତି ୨ବର୍ଷରେ ନୂଆ ଚମଡ଼ା ଧାରଣ କରି ନିଅନ୍ତି। ଏଥିରେ ସନ୍ଦେହ ନାହିଁ। ମେଣ୍ଟ ଭାଙ୍ଗିବା ପରେ ଲାଲୁ କରିଥିବା ଏହି ଟ୍ୱିଟ୍‌କୁ ପୁଣି ଥରେ ରି-ଟ୍ୱିଟ୍‌ କରି ଗିରିରାଜ୍ ସିଂ ଲେଖିଛନ୍ତି- ଆପଣଙ୍କ ଘରେ ସାପ ପଶିଯାଇଛି।

https://twitter.com/girirajsinghbjp/status/1557201387905114112?s=20&t=1R6amPD7N7NfwXZ4SHPkgA

ମଙ୍ଗଳବାର ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର। ବିଜେପି ହାତ ଛାଡ଼ି ଏବେ ପୁରୁଣା ସାଥୀ ଆରଜେଡି ହାତ ଧରିଛନ୍ତି ନୀତୀଶ। ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ। ଏହା ସହିତ ଆରଜେଡି ନେତା ଏବଂ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

୨୨ବର୍ଷ ମଧ୍ୟରେ ଆଜି ଅଷ୍ଟମ ଥର ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୦୦୦ ମସିହାରେରେ ସେ ସର୍ବପ୍ରଥମେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ | ତେବେ ୫ ବର୍ଷ ତଳେ ନୀତୀଶ ଯେଉଁ ଆରଜେଡି ସହ ସଂପର୍କ ଚ୍ଛିନ୍ନ କରି ବିଜେପିର ହାତ ଧରି ଶାସନ ଚଳାଇଥିଲେ, ଆଜି ପୁଣି ସେହି ଆରଜେଡି ସହ ମିଶି ସରକାର ଗଢ଼ିବା ଲାଗି ବିଜେପିର ହାତ ଛାଡ଼ିଛନ୍ତି। ତାଙ୍କର ଏହି ରାଜନୈତିକ ପରିବର୍ତ୍ତନ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Related story