ନୂଆଦିଲ୍ଲୀ: 'ଦିନ ଆସିବ ଦେଶର ଜଣେ ହିଜାବ ପିନ୍ଧା ମହିଳା ପ୍ରଧାନମନ୍ତ୍ରୀ ହେବେ।' ହିଜାବକୁ ନେଇ ଚାରିଆଡେ ବିବାଦ ଲାଗିଥିବା ବେଳେ ଏଭଳି କହିଛି କହିଛନ୍ତି AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦଉଦ୍ଦିନ ଓୱେସି।
କର୍ଣ୍ଣାଟକରେ ଜୋର୍ସୋର୍ରେ ମହିଳାଙ୍କ ହିଜାବ ପିନ୍ଧି କଲେଜକୁ ଯିବା ନେଇ ବିବାଦ ଲାଗି ରହିଛି। ଏହି ବିବାଦ ଏବେ କର୍ଣ୍ଣାଟକରୁ ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ସାରିଲାଣି। ଅଧିକାଂଶ କଲେଜର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ଏହି ବିବାଦ ହାଇକୋର୍ଟ ଯାଏଁ ମଧ୍ୟ ପହଞ୍ଚି ସାରିଲାଣି। ଏହାରି ଭିତରେ ଅସଦଉଦ୍ଦିନ ଓୱେସି ଏହି ହିଜାବକୁ ନେଇ ରବିବାର ଟ୍ୱିଟ୍ରରେ ଏକ ବୟାନ ଜାରି କରି ହିଜାବ ବିବାଦ ନିଆଁ ଘିଅ ଢ଼ାଳିଛନ୍ତି।
ସେ କହିଛନ୍ତି, ହିଜାବ ପିନ୍ଧି ମହିଳାମାନେ କଲେଜ ଯିବ, ଜିଲ୍ଲା କଲେକ୍ଟର ହେବେ, ମାଜିଷ୍ଟ୍ରେଟ୍, ଡାକ୍ତର, ଉଦ୍ୟୋଗପତି ଆଦି ଖୁବଶୀଘ୍ର ବନିପାରିବେ। କେବଳ ସେତିକି ନୁହେଁ ଦିନ ଆସିବ ହିଜାବ ପିନ୍ଧିଥିବା ଜଣେ ମହିଳା ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ବନିବେ ବୋଲି ଓୱେସି ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି।
ଓୱେସି ଆହୁରି ଚେତାବନୀ ଦେଇ କହିଛନ୍ତି, ଯଦି ଆମ ଝିଅମାନେ ନିଷ୍ପତ୍ତି ନିଅନ୍ତି ହିଜାବ ପିନ୍ଧିବା ପାଇଁ ନିଜ ବାପା-ମା'ଙ୍କୁ କହନ୍ତି ତେବେ ତାଙ୍କ ବାପା ମା' ଏଥିରେ ସମର୍ଥନ କରିବେ। ତାଙ୍କୁ କିଏ ଅଟକାଇବ ଦେଖିବା।
ସୂଚନା ମୁତାବକ, କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଏକ ସରକାରୀ କଲେଜରେ ହିଜାବ ପିନ୍ଧିଥିବା କିଛି ମୁସଲିମ୍ ଯୁବତୀଙ୍କୁ କଲେଜ ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ବିବାଦ ଏବେ ଉଗ୍ର ରୂପ ନେଇ ସାରିଲାଣି। ବେଙ୍ଗାଳୁରୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆଦି ଏଭଳି ଅନେକ ରାଜ୍ୟକୁ ଏହା ଡେଇଁ ସାରିଲାଣି। କିଛି ରାଜନୈତିକ ଦଳ ମଧ୍ୟ ଏହି ବିବାଦକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।