ଭୂତ ଛଡ଼ାଇବା ନାଁରେ ନାବାଳିକାଙ୍କୁ ଭଣ୍ଡବାବାଙ୍କ ଦୁଷ୍କର୍ମ, ମା’ କରିଥିଲା ସହଯୋଗ

ମୁମ୍ବାଇ: ପୁଣଥରେ ଅନ୍ଧବିଶ୍ୱାସ କଳା ଚେହେରା ସାମ୍ନାକୁ ଆସିଛି। ଭୂତ ଛଡ଼ାଇବା ନାଁରେ ଆତ୍ମଘୋଷିତ ବାବା ଜଣେ ୧୬ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଭଣ୍ଡବାବାର କଳା କାରନାମରେ ନାବାଳିକାଙ୍କ ମା’ ମଧ୍ୟ ସାମିଲ ଥିଲେ। ମା’ ହିଁ ତାଙ୍କୁ ଭଣ୍ଡବାବାଙ୍କ ପାଖକୁ ନେଇଥିଲା। ଥାଣେ ଅନ୍ତର୍ଗତ ଭିୱାଣ୍ଡି ଠାରେ ଏପରି ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ଭଣ୍ଡବାବା ଓ ନାବାଳିକାଙ୍କ ମା’ଙ୍କୁ ଗିରଫ କରିଛି। ଏହବାଦ ପୁଲିସ୍‌ […]

stop-rape

Hemant Lenka
  • Published: Tuesday, 21 September 2021
  • , Updated: 21 September 2021, 12:17 PM IST

ମୁମ୍ବାଇ: ପୁଣଥରେ ଅନ୍ଧବିଶ୍ୱାସ କଳା ଚେହେରା ସାମ୍ନାକୁ ଆସିଛି। ଭୂତ ଛଡ଼ାଇବା ନାଁରେ ଆତ୍ମଘୋଷିତ ବାବା ଜଣେ ୧୬ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଭଣ୍ଡବାବାର କଳା କାରନାମରେ ନାବାଳିକାଙ୍କ ମା’ ମଧ୍ୟ ସାମିଲ ଥିଲେ।

ମା’ ହିଁ ତାଙ୍କୁ ଭଣ୍ଡବାବାଙ୍କ ପାଖକୁ ନେଇଥିଲା। ଥାଣେ ଅନ୍ତର୍ଗତ ଭିୱାଣ୍ଡି ଠାରେ ଏପରି ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ଭଣ୍ଡବାବା ଓ ନାବାଳିକାଙ୍କ ମା’ଙ୍କୁ ଗିରଫ କରିଛି। ଏହବାଦ ପୁଲିସ୍‌ ନାବାଳିକାଙ୍କ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ଗିରଫ କରିଛି। ନରପୋଲି ପୁଲିସ୍‌ ଷ୍ଟେସନରେ ପୀଡ଼ିତା ଜଣଙ୍କ ଅଭିଯୋଗ କରିବା ପରେ ପୂରା ଘଟଣା ଉପରୁ ପରଦା ହଟିଛି।

ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣଙ୍କ ସବୁବେଳେ ବେକ ପାଖରେ ଯନ୍ତ୍ରଣା ଅନୁଭବ କରୁଥିଲେ। ତାଙ୍କର ଜଣେ ସମ୍ପର୍କୀୟ ଏକଥା ଜାଣିବା ପରେ ଭୂତ ଥିଓରୀ ସାମ୍ନାକୁ ଆଣିଥିଲେ। ନିକଟରେ ନାବାଳିକାଙ୍କ ମାମୁ ପ୍ରାଣ ହରାଇଥିଲେ। ତେଣୁ ତାଙ୍କ ଆତ୍ମା ନାବାଳିକାଙ୍କ ଶରୀରରେ ପ୍ରବେଶ କରି ଏପରି କରୁଥିବା ସେ ଆକଳନ କରିଥିଲେ।

ଏଥିରୁ ମୁକ୍ତି ପାଇବା ପାଇଁ ସମ୍ପର୍କୀୟ ଜଣଙ୍କ ଭଣ୍ଡବାବାଙ୍କ ବିଷୟରେ ନାବାଳିକାଙ୍କ ମା’ଙ୍କୁ କହିଥିଲେ। ଏହାପରେ ନାବାଳିକାଙ୍କୁ ସାଙ୍ଗରେ ଧରି ସେମାନେ ଜଙ୍ଗଲ ମଧ୍ୟରେ ମନ୍ତ୍ରତନ୍ତ୍ର କରୁଥିବା ଭଣ୍ଡବାବାଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ବାବା ଜଣଙ୍କ ଆରମ୍ଭ କରିଥିଲେ।

ପୂଜାର୍ଚ୍ଚନା ଆଳରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ମଧ୍ୟ ତାଙ୍କ ମା’ କୌଣସି ପ୍ରକାରର ପ୍ରତିବାଦ କରି ନଥିଲେ। ବରଂ ଏହାଦ୍ୱାରା ଭୂତ ତାଙ୍କ ଶରୀରରୁ ଛାଡ଼ି ଚାଲିଯିବେ ବୋଲି ସେ ଆଶା କରିଥିଲେ। ଦୁଷ୍କର୍ମ ପରେ ଭଣ୍ଡବାବାଙ୍କ କବଳରୁ ଖସି ଘରକୁ ଆସିଥିଲେ।

ଏହାପରେ ସେ ନରପୋଲି ପୁଲିସ୍‌ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରିଥିଲେ। ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି।

Related story