କଫି ବୋତଲରୁ ଧରାପଡ଼ିଲା ୩.୮ କେଜି ସୁନା

ମୁମ୍ବାଇ: ଧରାପଡ଼ିଗଲା ଫନ୍ଦିଫିକର। କଫି ବଟଲରେ କାରସାଦିକରି ସୁନା ଚାଲାଣ ଯୋଜନାର ଫସର ଫାଟିଛି।  ଯାଞ୍ଚ ବେଳେ ମୁମ୍ବାଇ ବିମାନ ବନ୍ଦରରୁ ୩.୮ କେଜି ସୁନା ଜବତ କରାଯାଇଛି। ଜାଲିଆତି ଭାବେ ଏହି ସୁନା ଚାଲାଣ କରାଯାଉଥିବା ଜଣାପଡ଼ିଛି। ୧୮ ଜଣ କେନିଆ ମହିଳାଙ୍କଠାରୁ ଏହି ସୁନା ଜବତ କରାଯାଛି। ଏହି ଘଟଣାରେ ଜଣେ କେନିଆ ଯୁବତୀଙ୍କୁ ଗିରଫ କରାଯାଇଛି।  କଷ୍ଟମ ଅଫିସରମାନେ ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଚାନ ଯାଞ୍ଚ କରିଥିଲେ। ତେବେ ସବୁଠାରୁ ରୋଚକ […]

gold

Tapas Behera
  • Published: Monday, 20 December 2021
  • , Updated: 20 December 2021, 12:35 PM IST

ମୁମ୍ବାଇ: ଧରାପଡ଼ିଗଲା ଫନ୍ଦିଫିକର। କଫି ବଟଲରେ କାରସାଦିକରି ସୁନା ଚାଲାଣ ଯୋଜନାର ଫସର ଫାଟିଛି।  ଯାଞ୍ଚ ବେଳେ ମୁମ୍ବାଇ ବିମାନ ବନ୍ଦରରୁ ୩.୮ କେଜି ସୁନା ଜବତ କରାଯାଇଛି। ଜାଲିଆତି ଭାବେ ଏହି ସୁନା ଚାଲାଣ କରାଯାଉଥିବା ଜଣାପଡ଼ିଛି। ୧୮ ଜଣ କେନିଆ ମହିଳାଙ୍କଠାରୁ ଏହି ସୁନା ଜବତ କରାଯାଛି। ଏହି ଘଟଣାରେ ଜଣେ କେନିଆ ଯୁବତୀଙ୍କୁ ଗିରଫ କରାଯାଇଛି।  କଷ୍ଟମ ଅଫିସରମାନେ ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଚାନ ଯାଞ୍ଚ କରିଥିଲେ।

ତେବେ ସବୁଠାରୁ ରୋଚକ ବିଷୟ ହେଉଛି ମହିଳାମାନେ ଚତୁରତାର ସହ କଫି ବୋତଲରେ ସୁନା ଆଣୁଥିଲେ। ଯାଞ୍ଚ ବେଳେ କଫି ବଟଲରୁ କଫି ସହ ସୁନା ମଧ୍ୟ ବାହାରିଲା। ଏଥିସହ ଆଉ କିଛି ସମାଗ୍ରୀ ମଧ୍ୟ ଜବତ କରାଯାଇଛି।

https://twitter.com/mukeshmukeshs/status/1472786380392599552?s=20

ଅଧିକାରୀମାନେ ୧୮ ଜଣ କେନିଆ ମହିଳାଙ୍କୁ ଯାଞ୍ଚ କରିଥିଲେ।  ଜବତ ହୋଇଥିବା ସୁନାର ଆନୁମାନକିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଏହି ସୁନା ମୁମ୍ବାଇକୁ ସାରଜାକୁ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି।

Related story