ରାହୁଲ ଗାନ୍ଧିଙ୍କୁ ତେରଛା ବାଣ ମାରିଲା ଶିବସେନା 

ମୁମ୍ବାଇ: ହିନ୍ଦୁ, ହିନ୍ଦୁତ୍ୱ ଏବଂ ଧର୍ମ ନିରପେକ୍ଷତାକୁ ନେଇ ରାହୁଲ ଗାନ୍ଧିଙ୍କୁ ତେରଛା ବାଣ ମାରିଛି ଶିବସେନା। ଶିବ୍‌ସେନାର ମୁଖବନ୍ଧ ‘ସାମ୍ନା’ ସମ୍ପାଦକୀୟରେ ରାହୁଲ ଗାନ୍ଧିଙ୍କୁ କିଞ୍ଚିତ ସମାଲୋଚନା କରାଯାଇଥିଲା ବେଳେ  ଅଧିକ ପ୍ରଶଂସା କରାଯାଇଛି। ହିନ୍ଦୁ ଏବଂ ହିନ୍ଦୁତ୍ୱବାଦୀ ମଧ୍ୟରେ ପ୍ରଭେଦକୁ ବ୍ୟାଖ୍ୟା କରି ବିଜେପିକୁ ଟାର୍ଗେଟ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମର୍ଥନ କରିଛି ଶିବସେନା। ହିନ୍ଦୁ ଶାସନକୁ ନେଇ ରାହୁଲ ଗାନ୍ଧି ଠିକ୍‌ କହିଛନ୍ତି ବୋଲି ଶିବସେନା କହିଛି। ଶିବ୍‌ସେନାର ମୁଖବନ୍ଧ […]

Rahul and Sonia gandhi

Tapas Behera
  • Published: Tuesday, 14 December 2021
  • , Updated: 14 December 2021, 05:15 PM IST

ମୁମ୍ବାଇ: ହିନ୍ଦୁ, ହିନ୍ଦୁତ୍ୱ ଏବଂ ଧର୍ମ ନିରପେକ୍ଷତାକୁ ନେଇ ରାହୁଲ ଗାନ୍ଧିଙ୍କୁ ତେରଛା ବାଣ ମାରିଛି ଶିବସେନା। ଶିବ୍‌ସେନାର ମୁଖବନ୍ଧ ‘ସାମ୍ନା’ ସମ୍ପାଦକୀୟରେ ରାହୁଲ ଗାନ୍ଧିଙ୍କୁ କିଞ୍ଚିତ ସମାଲୋଚନା କରାଯାଇଥିଲା ବେଳେ  ଅଧିକ ପ୍ରଶଂସା କରାଯାଇଛି। ହିନ୍ଦୁ ଏବଂ ହିନ୍ଦୁତ୍ୱବାଦୀ ମଧ୍ୟରେ ପ୍ରଭେଦକୁ ବ୍ୟାଖ୍ୟା କରି ବିଜେପିକୁ ଟାର୍ଗେଟ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମର୍ଥନ କରିଛି ଶିବସେନା। ହିନ୍ଦୁ ଶାସନକୁ ନେଇ ରାହୁଲ ଗାନ୍ଧି ଠିକ୍‌ କହିଛନ୍ତି ବୋଲି ଶିବସେନା କହିଛି।

ଶିବ୍‌ସେନାର ମୁଖବନ୍ଧ ‘ସାମ୍ନା’ ସମ୍ପାଦକୀୟରେ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରାଯାଇଛି।  ରାଜସ୍ତାନର ଜୟପୁରରେ ଏକ ରାଲିରେ ରାହୁଲ କହିଥିଲେ ଯେ, ଏବେ ହିନ୍ଦୁ ନୁହେଁ ହିନ୍ଦୁତ୍ୱବାଦୀଙ୍କ ଶାସନ ଚାଲିଛି। କିନ୍ତୁ ଦେଶ ହିନ୍ଦୁତ୍ୱ ନୁହେଁ ହିନ୍ଦୁ ଚାହେଁ ବୋଲି ରାହୁଲ କହିଥିଲେ। ରାହୁଲ ଗାନ୍ଧି ଆହୁରି କହିଥିଲେ ଯେ, ମହାତ୍ମା ଗାନ୍ଧି ହିନ୍ଦୁ ଥିଲେ। କିନ୍ତୁ ଗଡ଼ସେ ହିନ୍ଦୁତ୍ୱ ଥିଲେ। ସେହିପରି ହିନ୍ଦୁ ହେଉଛି ସତ୍ୟର ପ୍ରତୀକ। ହିନ୍ଦୁତ୍ୱ ହେଉଛି କ୍ଷମତାର ପ୍ରତୀକ।  କିନ୍ତୁ ଏହି ଦେଶ ହିନ୍ଦୁମାନଙ୍କର ବୋଲି ରାହୁଲ କହିଥିଲେ। ‘ସାମ୍ନା’ ସମ୍ପାଦକୀୟରେ ମହାତ୍ମା ଗାନ୍ଧି ହିନ୍ଦୁ ସଂସ୍କୃତିର ରକ୍ଷକ ଥିଲେ । ସେ ସଭିଙ୍କୁ ଧାର୍ମିକ ଆଧ୍ୟାତ୍ମିକ ମଧ୍ୟରେ ଯୋଡ଼ି ପାରିଥିଲେ ବୋଲି ଉଲ୍ଲେଖ ରହିଛି।

ଜୟପପୁରରେ ଦରଦାମ ବୃଦ୍ଧିକୁ ନେଇ ଆୟୋଜିତ ରାଲିରେ ରାହୁଲ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦୀ ମଧ୍ୟରେ ପାର୍ଥକ୍ୟ ମଧ୍ୟ ଦର୍ଶାଇଥିଲେ। ସେ କହିଥିଲେ ଯେ, ମୁଁ ଜଣେ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ। ମହାତ୍ମା ଗାନ୍ଧି ଜଣେ ହିନ୍ଦୁ ଥିଲେ। ଆମେ ସମସ୍ତେ ହିନ୍ଦୁ। କିନ୍ତୁ ନାଥୁରାମ ଗଡ଼ସେ ହିନ୍ଦୁତ୍ୱବାଦୀ ଥିଲେ ବୋଲି ରାହୁଲ କହିଛନ୍ତି । ବହୁ ବର୍ଷ ଧରି କଂଗ୍ରେସ ଧର୍ମନିରପେକ୍ଷତା ବଜାୟ ରଖି ଆସିଛି । ହେଲେ ଏହି ଧର୍ମନିରପେକ୍ଷତା ଶବ୍ଦୁ ଭିନ୍ନ ଅର୍ଥରେ ଏହାକୁ ଢ଼ାଲ କରି କଂଗ୍ରେସ ରାଜନୀତି କରି ଆସୁଥିଲା।

ଏକ ଗୋଷ୍ଠୀକୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରି ଆସୁଥିଲା କଂଗ୍ରେସ। ହେଲେ ୟୁପି, ବିହାର, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସେହି ଭୋଟ ବ୍ୟାଙ୍କ କଂଗ୍ରେସ ହାତରୁ ଖସି ଯାଇଛି। ମୁମ୍ବାଇ ଏବଂ ମହାରାଷ୍ଟ୍ରରେ ମୁସଲମାନମାନେ ଶିବସେନାକୁ ଭୋଟ୍ ଦେବା ଆରମ୍ଭ କରିଛନ୍ତି। ତେଣୁ କଂଗ୍ରେସ ତାର ରଣନୀତିକୁ  ନେଇ ପୁନର୍ବିଚାର କରିବା ଉଚିତ୍।  ଧର୍ମ ନିରପେକ୍ଷତାର ଅର୍ଥ  ହିନ୍ଦୁମାନଙ୍କୁ ଦୂରେଇ ଦେଇ ମୁସଲମାନମାନଙ୍କ ପ୍ରତି ଢ଼ଳି ପଡ଼ିବା ନୁହେଁ ବୋଲି ଶିବସେନା କହିଛି।

Related story