ଆଫଗାନ ପାଇଁ କେନ୍ଦ୍ରର ସର୍ବଦଳୀୟ ବୈଠକ, ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ହିଂସା ଗ୍ରସ୍ତ ଆଫଗାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଭିତରେ ଭାରତୀୟ ବାୟୁସେନା ପ୍ରାୟ ୭୦୦ ଜଣ ଭାରତୀୟ ଓ ଆଫଗାନ ନାଗରିକଙ୍କୁ ନୂଆଦିଲ୍ଲୀକୁ ଆଣି ସାରିଲାଣି। ଆଗକୁ ଆଫଗାନ ଉପରେ ଭାରତର ରଣନୀତି କ’ଣ ରହିବ ଓ ପୂରା ଘଟଣା ଉପରେ ବିସ୍ତୃତ ତଥ୍ୟ […]

Afghan

Hemant Lenka
  • Published: Monday, 23 August 2021
  • , Updated: 23 August 2021, 04:42 PM IST

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ହିଂସା ଗ୍ରସ୍ତ ଆଫଗାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଭିତରେ ଭାରତୀୟ ବାୟୁସେନା ପ୍ରାୟ ୭୦୦ ଜଣ ଭାରତୀୟ ଓ ଆଫଗାନ ନାଗରିକଙ୍କୁ ନୂଆଦିଲ୍ଲୀକୁ ଆଣି ସାରିଲାଣି।

ଆଗକୁ ଆଫଗାନ ଉପରେ ଭାରତର ରଣନୀତି କ’ଣ ରହିବ ଓ ପୂରା ଘଟଣା ଉପରେ ବିସ୍ତୃତ ତଥ୍ୟ ଦେବାକୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଏହି ବୈଠକରେ ବୈଦେଶିକ ମନ୍ତ୍ରାଣାଳୟ ତରଫରୁ ବିରୋଧୀ ଦଳର ନେତାମାନଙ୍କୁ ଆଫଗାନ ସ୍ଥିତି ସମ୍ପର୍କରେ ସୂଚନା ଦିଆଯିବ।

ଏପରି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ବୈଦେଶିକ ମନ୍ତ୍ରଣାଳୟକୁ କହିଥିଲେ। ଏହାପରେ ମନ୍ତ୍ରଣାଳୟ ଉଭୟ ସଦନର ବିରୋଧୀ ଦଳର ନେତାମାନଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରିବାକୁ ନିଷ୍ପତ୍ତି ନେଇଛି।


ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଟ୍ୱିଟ କରି କହିଛନ୍ତି, “ଆଫଗାନିସ୍ତାନରେ ଘଟୁଥିବା ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜନୀତିକ ଦଳର ନେତାମାନଙ୍କୁ ତଥ୍ୟ ଦେବାକୁ ବୈଦେଶିକ ମନ୍ତ୍ରଣାଳୟକୁ କହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ।”

ଏହାପରେ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି କହିଛନ୍ତି ଯେ ଅଗଷ୍ଟ ୨୬ ତାରିଖ ଦିନ ୧୧ଟା ବେଳେ ବିରୋଧୀ ଦଳର ନେତାମାନଙ୍କୁ ଆଫଗାନ ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯିବ।

Related story