ସଙ୍କଟ ଦୂର କରିବାକୁ ବଡ଼ ପଦକ୍ଷେପ: ଜର୍ମାନୀରୁ ଭାରତ ଆସିବ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ବଢ଼ୁଥିବା ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ରାଜ୍ୟକୁ ଆବଶ୍ୟକ ଅମ୍ଳଜାନ ଯୋଗାଇ ଦେବା ପାଇଁ ଭାରତ ସରକାର ଜର୍ମାନୀରୁ ୨୩ଟି ଅକ୍ସିଜେନ ଉତ୍ପାଦନ କ୍ଷମତା ରଖିଥିବା ପ୍ଲାଣ୍ଟ ଆଣିବେ। ଏନେଇ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜର୍ମାନୀରୁ ବିମାନ ଯୋଗେ ଆସିଥିବାକୁ ଥିବା ମୋବାଇଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟଗୁଡ଼ିକ ପ୍ରତି ମିନିଟରେ ୪୦ ଲିଟର […]

Oxygen

Hemant Lenka
  • Published: Friday, 23 April 2021
  • , Updated: 23 April 2021, 06:47 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ବଢ଼ୁଥିବା ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ରାଜ୍ୟକୁ ଆବଶ୍ୟକ ଅମ୍ଳଜାନ ଯୋଗାଇ ଦେବା ପାଇଁ ଭାରତ ସରକାର ଜର୍ମାନୀରୁ ୨୩ଟି ଅକ୍ସିଜେନ ଉତ୍ପାଦନ କ୍ଷମତା ରଖିଥିବା ପ୍ଲାଣ୍ଟ ଆଣିବେ। ଏନେଇ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜର୍ମାନୀରୁ ବିମାନ ଯୋଗେ ଆସିଥିବାକୁ ଥିବା ମୋବାଇଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟଗୁଡ଼ିକ ପ୍ରତି ମିନିଟରେ ୪୦ ଲିଟର ଓ ଘଣ୍ଟାକରେ ୨୪ଶହ ଲିଟର ଅମ୍ଳଜାନ ଉତ୍ପାଦନ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରିନ୍ସିପାଲ ମୁଖପାତ୍ର ଏ ଭାରତ ଭୂଷଣ ବାବୁ କହିଛନ୍ତି, ଏହି ପ୍ଲାଣ୍ଟଗୁଡ଼ିକ କରୋନା ରୋଗୀ ଚିକିତ୍ସିତ ହେଉଥିବା ଆର୍ମଡ ଫୋର୍ସ ମେଡିକାଲ ସର୍ଭିସ ଗୁଡ଼ିକରେ ରହିବ। ସେହିଠାରୁ ଅମ୍ଳଜାନ ଉତ୍ପାଦନ ହୋଇ ବିତରଣ କରାଯିବ। ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ଜେନେରେସନ ପ୍ଲାଣ୍ଟ ଆସୁଛି। ଗୋଟିଏ ସପ୍ତାହ ମଧ୍ୟରେ ଏହା ଭାରତରେ ଆସି ପହଞ୍ଚିଯିବ ବୋଲି ସେ କହିଛନ୍ତି।

ଆଉ ଜଣେ ଅଧିକାରୀ କହିଛନ୍ତି, ଭାରତୀୟ ବାୟୁସେନାକୁ ଅକ୍ସିଜେନ ପ୍ଲାଣ୍ଟ ଭାରତ ଆଣିବାକୁ ପାଇଁ ରେଡ୍ଡୀ ରହିବାକୁ କୁହାଯାଇଛି। ପ୍ଲାଣ୍ଟ ଆଣିବା ପାଇଁ ପେପର କାମ ସରିବା କ୍ଷଣି ତୁରନ୍ତ ଏଗୁଡ଼ିକୁ ବିମାନ ଯୋଗେ ଭାରତ ଅଣାଯିବ। କେବଳ ଏହି ୨୩ଟି ନୁହେଁ, ଦରକାର ପଡ଼ିଲେ ଅନ୍ୟ ଦେଶରୁ ମଧ୍ୟ ଅଧିକ ପରିମାଣର ମୋବାଇଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଆସିବ। ଏହି ପ୍ଲାଣ୍ଟଗୁଡ଼ିକୁ ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନିଆଯାଇ ପାରିବ ବୋଲି ସେ କହିଛନ୍ତି।

ଦେଶରେ ମହାମାରୀ ବଢ଼ୁଥିବାରୁ ୪ ଦିନ ତଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ସେନା ବାହିନୀ ପାଇଁ ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା କରିଥିଲେ। ସେନା ବାହିନୀ ଏହି ଅର୍ଥକୁ ଦେଶର କରୋନା ମୁକାବିଲାରେ ବ୍ୟବହାର କରିପାରିବ ବୋଲି ମଧ୍ୟ ସେ କହିଥିଲେ।

Related story