କେମିତି ପାଳିବେ ଦୀପାବଳି ଓ ଇଦ୍‌, କେନ୍ଦ୍ର ଦେଲା ପରାମର୍ଶ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭରୁ ଏଯାଏ ଭାରତବାସୀ ମୁକୁଳି ନାହାନ୍ତି। ଆଗକୁ ତୃତୀୟ ଲହରର ଆଶଙ୍କା ରହିଛି। ତେଣୁ ଲୋକମାନେ ଦୀପାବଳି, ଇଦ ଓ ଗଣେଶ ପୂଜା ଭଳି ପର୍ବକୁ ନିଜ ଘରେ ଭିଡ଼ ନ କରି ପାଳନ କରିବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି। କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ତଥା ନୀତି ଆୟୋଗର ସଦସ୍ୟ ଡା ଭିକେ ପଲ କହିଛନ୍ତି, ଆଗକୁ ଗଣେଶ ପୂଜା, ଦୀପାବଳୀ ଓ ଇଦ୍‌ ଭଳି ପର୍ବ […]

corona1

Hemant Lenka
  • Published: Thursday, 02 September 2021
  • , Updated: 02 September 2021, 06:48 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭରୁ ଏଯାଏ ଭାରତବାସୀ ମୁକୁଳି ନାହାନ୍ତି। ଆଗକୁ ତୃତୀୟ ଲହରର ଆଶଙ୍କା ରହିଛି। ତେଣୁ ଲୋକମାନେ ଦୀପାବଳି, ଇଦ ଓ ଗଣେଶ ପୂଜା ଭଳି ପର୍ବକୁ ନିଜ ଘରେ ଭିଡ଼ ନ କରି ପାଳନ କରିବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି।

କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ତଥା ନୀତି ଆୟୋଗର ସଦସ୍ୟ ଡା ଭିକେ ପଲ କହିଛନ୍ତି, ଆଗକୁ ଗଣେଶ ପୂଜା, ଦୀପାବଳୀ ଓ ଇଦ୍‌ ଭଳି ପର୍ବ ଆସୁଛି। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଲୋକମାନେ କଟକଣା ମଧ୍ୟରେ ସବୁ ପର୍ବପର୍ବାଣୀ ପାଳନ କରିବା ଦରକାର। ଆମେ ଲୋକଙ୍କୁ ଘର ମଧ୍ୟରେ ରହି ଉତ୍ସବ ପାଳନ କରିବାକୁ ନିବେଦନ କରୁଛୁ। ପର୍ବପର୍ବାଣୀ ପାଇଁ ସର୍ବସାଧାରଣରେ କୌଣସି କାର୍ଯ୍ୟକ୍ରମ କରାନ ଯିବା ଦରକାର। ଯଦି ବି କେହି ଘରକୁ ବାହାରି ସର୍ବସାଧାରଣ ସ୍ଥାନକୁ ଯାଉଛନ୍ତି, ତା’ହେଲେ ସେମାନେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ। ଯଥା ସମ୍ଭବ ଭିଡ଼ କମ କରି ପର୍ବପର୍ବାଣୀ ପାଳନ କରିବାକୁ ସେ କହିଛନ୍ତି।

ଆଇସିଏମଆର ମୁଖ୍ୟ ଡା ବଳରାମ ଭାର୍ଗବ କହିଛନ୍ତି, ଆମେ ଏବେ ବି ଦ୍ୱିତୀୟ ଲହର ମଧ୍ୟରେ ରହିଛୁ। ତେଣୁ ଦେଶର ସବୁ ପ୍ରାନ୍ତର ପ୍ରଶାସନକୁ ସେମାନେ ସ୍ଥାନୀୟ ଅଞ୍ଚଳରେ ଲାଗୁ କରିଥିବା କଟକଣାକୁ ବଳବତ୍ତର ରଖିବାକୁ ପରାମର୍ଶ ଦେଉଛୁ। ସମସ୍ତେ ଗାଇଡଲାଇନକୁ ପାଳନ କରନ୍ତୁ ଓ କୋଭିଡ ଉଚିତ ବ୍ୟବହାରକୁ ମାନନ୍ତୁ। କୌଣସି ବି ପରିସ୍ଥିତିରେ ଭିଡ଼ ନ ହେବା ଦରକାର ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆଜି ଭାରତରେ ଗତ ୨ ମାସ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୪୭,୦୯୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହା ମଧ୍ୟରୁ କେବଳ କେରଳରୁ ୩୨,୮୦୩ ଜଣ ରହିଛନ୍ତି।

Related story