ବାୟୁସେନା ପାଇଁ କିଣାଯିବ ୫୬ଟି ପରିବହନ ବିମାନ, ୪୦ଟି ଭାରତରେ ତିଆରି ହେବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ୫୬ଟି ଟ୍ରାନ୍ସପୋର୍ଟ ବିମାନ କିଣିବାକୁ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଅନୁମତି ଦେଇଛନ୍ତି। ସରକାର ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ (ସ୍ପେନ) ଓ ଟାଟା ପ୍ରକଳ୍ପର ୫୬ଟି C-295MW ପରିବହନ ବିମାନ କିଣିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ୬୦ ବର୍ଷ ତଳେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ବିମାନଗୁଡ଼ିକ ବଦଳରେ ଏଗୁଡ଼ିକୁ ବ୍ୟବହାର କରାଯିବ। ସେହିପରି ୫୬ଟି ବିମାନ ମଧ୍ୟରୁ ୪୦ଟି ଭାରତରେ ତିଆରି ହେବ। C-295MW ବିମାନରେ […]

Transport-plane

Hemant Lenka
  • Published: Wednesday, 08 September 2021
  • , Updated: 08 September 2021, 10:25 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ୫୬ଟି ଟ୍ରାନ୍ସପୋର୍ଟ ବିମାନ କିଣିବାକୁ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଅନୁମତି ଦେଇଛନ୍ତି। ସରକାର ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ (ସ୍ପେନ) ଓ ଟାଟା ପ୍ରକଳ୍ପର ୫୬ଟି C-295MW ପରିବହନ ବିମାନ କିଣିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି।

୬୦ ବର୍ଷ ତଳେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ବିମାନଗୁଡ଼ିକ ବଦଳରେ ଏଗୁଡ଼ିକୁ ବ୍ୟବହାର କରାଯିବ। ସେହିପରି ୫୬ଟି ବିମାନ ମଧ୍ୟରୁ ୪୦ଟି ଭାରତରେ ତିଆରି ହେବ। C-295MW ବିମାନରେ ୫ରୁ ୧୦ ଟନ୍ ଓଜନର ସାମଗ୍ରୀ ପରିବହନ କରାଯାଇ ପାରିବ।

ବାୟୁସେନାର ପୁରୁଣା ଆଭ୍ରୋ ବିମାନଗୁଡ଼ିକ ବଦଳରେ ଏହି ନୂଆ ପରିବହନକୁ ବ୍ୟବହାର କରାଯିବ। ଏହି ବିମାନ ଗୁଡ଼ିକ ପାଇଁ ପ୍ରାୟ ୨୦ ହଜାରରୁ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର କହିଛନ୍ତି। ସରକାର କହିଛନ୍ତି ଯେ ୫୬ଟି ବିମାନରୁ ୧୬ଟି ଉଡ଼ାନ୍ତ ଅବସ୍ଥାରେ ସ୍ପେନ ସିଧାସଳଖ ଭାରତକୁ ଦେବ। ଚୁକ୍ତି ସ୍ୱାକ୍ଷର ହେବାର ୪୮ ମାସ ମଧ୍ୟରେ ଏଗୁଡ଼ିକର ଡେଲିଭରୀ ହେବ।

ବାକି ୪୦ ବିମାନକୁ ଭାରତରେ ଟାଟା ପକ୍ଷରୁ ୧୦ ବର୍ଷ ମଧ୍ୟରେ ତିଆରି କରି ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯିବ। ପ୍ରଥମ ଥର ପାଇଁ ପ୍ରତିରକ୍ଷା ବିମାନ କୌଣସି ଭାରତୀୟ ଘରୋଇ କମ୍ପାନୀ ତିଆରି କରିବ।

Related story