Advertisment

ମଙ୍କି ପକ୍ସ ରୋକିବାକୁ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ

ନୂଆଦିଲ୍ଲୀ: ମଙ୍କି ପକ୍ସ ରୋକିବାକୁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିଛନ୍ତି। ଏଭଳି ରୋଗରେ ଆକ୍ରାନ୍ତ ଲୋକଙ୍କୁ ସଂଗରୋଧରେ ରଖିବା ଓ ପରିଷ୍କାର, ପରିଚ୍ଛନତାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଗାଇଡ ଲାଇନ ଭିତରେ ରୋଗ ସଂକ୍ରମଣର ବ୍ୟାପକତା, ରୋଗର ନିଦାନ, ଅଭିଯୋଗ, ଚିକିତ୍ସା ବ୍ୟବସ୍ଥା, ସମ୍ପର୍କ ଓ ପ୍ରାସଙ୍ଗିକତା, ଘଟଣାର ପରିଚାଳନା, କ୍ଷୟକ୍ଷତି ଭୟ ନେଇ ଗାଇଡ ଲାଇନ୍ସରେ ବିସ୍ତୃତ ପରାମର୍ଶ ଦିଆଯାଇଛି। ମେ’ ୩୧ ପରଠାରୁ ଭାରତରେ ଏଭଳି ରୋଗୀ ଚିହ୍ନଟ […]

ମଙ୍କି ପକ୍ସ ରୋକିବାକୁ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ

monkeyPoX

Advertisment

ନୂଆଦିଲ୍ଲୀ: ମଙ୍କି ପକ୍ସ ରୋକିବାକୁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିଛନ୍ତି। ଏଭଳି ରୋଗରେ ଆକ୍ରାନ୍ତ ଲୋକଙ୍କୁ ସଂଗରୋଧରେ ରଖିବା ଓ ପରିଷ୍କାର, ପରିଚ୍ଛନତାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଗାଇଡ ଲାଇନ ଭିତରେ ରୋଗ ସଂକ୍ରମଣର ବ୍ୟାପକତା, ରୋଗର ନିଦାନ, ଅଭିଯୋଗ, ଚିକିତ୍ସା ବ୍ୟବସ୍ଥା, ସମ୍ପର୍କ ଓ ପ୍ରାସଙ୍ଗିକତା, ଘଟଣାର ପରିଚାଳନା, କ୍ଷୟକ୍ଷତି ଭୟ ନେଇ ଗାଇଡ ଲାଇନ୍ସରେ ବିସ୍ତୃତ ପରାମର୍ଶ ଦିଆଯାଇଛି। ମେ’ ୩୧ ପରଠାରୁ ଭାରତରେ ଏଭଳି ରୋଗୀ ଚିହ୍ନଟ ହୋଇ ନ ଥିଲେ ହେଁ ରୋଗ ବଢ଼ିବା ଆଶଙ୍କା କରି ସରକାର ଏଭଳି ଗାଇଡ ଲାଇନ ଜାରି କରିଛନ୍ତି।

Advertisment

କରୋନା ଭାଇରସ ପରେ ଏହି ଭାଇରସ ଏବେ ଆତଙ୍କ ସୃଷ୍ଟି କରି ରଖିଛି। ବିଶେଷ କରି ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଫ୍ରିକା ଜଙ୍ଗଲି ପ୍ରାଣୀଙ୍କ ମାଂସ ନ ଖାଇବା ଓ ନ ରାନ୍ଧିବାକୁ ବାରଣ କରାଯାଇଛି। ସେହିପରି ଆଫ୍ରିକା ଜଙ୍ଗଲି ପ୍ରାଣୀଙ୍କୁ ବ୍ୟବହାର କରି ତିଆରି ହୋଇଥିବା କ୍ରିମ୍, ଲୋସନ ଏବଂ ପାଉଡ଼ର ପ୍ରଭୃତି ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ମୃତ ବା ଜୀବିତ ମୂଷା, ମାଙ୍କଡ ଓ ଛୋଟ ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଖକୁ ଯିବାକୁ ବାରଣ କରାଯାଇଛି। ସଂକ୍ରମିତ ଦେଶରୁ ଗତ ୨୧ ଦିନ ଭିତରେ ସ୍ୱଦେଶ ଫେରିଥିବା ଯାତ୍ରୀଙ୍କ ବିବରଣୀ ଯାଞ୍ଚ କରିବାକୁ ବିଭାଗ ପରାମର୍ଶ ଜାରି କରିଛି।

କେନ୍ଦ୍ର ସ୍ଥାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ମୁତାବକ, ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କ ଘା’ ନିକଟକୁ ଯିବା ଉଚିତ ନୁହେଁ। ରୋଗରେ ଆକ୍ରାନ୍ତ ରୋଗୀର ବସ୍ତ୍ର, ଶଯ୍ୟା, ଚିକିତ୍ସା ସରଞ୍ଜାମ ଠାରୁ ଦୂରରେ ରହିବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ନିଜର ସୁରକ୍ଷା ନିମନ୍ତେ ନିୟମିତ ସାବୁନରେ ହାତ ଧୋଇବା ଓ ସାଇଟାଇଜର ବ୍ୟବହାର କରିବା ଦରକାର। ରୋଗୀଙ୍କ ଯତ୍ନ ନେବା ବେଳେ ମାସ୍କ ଓ ଗ୍ଲୋବ୍ସ ବ୍ୟବହାର କରିବା, ଆକ୍ରାନ୍ତ ରୋଗୀ ନିଜକୁ ସଂଗରୋଧରେ ରଖିବା, ଅନ୍ୟମାନଙ୍କ ସହ ସମ୍ପର୍କରେ ନ ଆସିବା, ଗର୍ଭବତୀଙ୍କ କ୍ଷେତ୍ରରେ ବିଶେଷ ସୁରକ୍ଷା ବ୍ୟବସ୍ଥା ଆପଣାଇବା ଜରୁରୀ। ଆକ୍ରାନ୍ତ ରୋଗୀ ରୋଗରୁ ସୁସ୍ଥ ହୋ ଶରୀରରେ ନୂଆ ଚର୍ମ ଆସିବା ପର୍ଯ୍ୟନ୍ତ ସଂଗରୋଧରେ ରହିବାକୁ ପରାମର୍ଶ ଜାରି କରାଯାଇଛି।

Advertisment

ଘାକୁ ସୁକ୍ଷ୍ମ ବସ୍ତ୍ର କିମ୍ବା ତୁଳାରେ ଜୀବାଣୁନାଶକ ଲୋସନ ଦ୍ୱାରା ସଫା କରିବା, ପତଳା ପୋଷାକ ପିନ୍ଧିବା, କ୍ଷତ ସ୍ଥାନକୁ ନ ଛୁଇଁବା ଓ ନକୁଣ୍ଡାଇବା, ସଂକ୍ରମଣ ବଢ଼ିଲେ ଜୀବାଣୁ ନାଶକ ଔଷଧ(ଆଣ୍ଟିବାୟୋଟିକ) ଖାଇବା, ଜନନେନ୍ଦ୍ରିୟ ଭିତରେ ଘା ହେଲେ ଏହାକୁ ଧୋଇବା, ପାଟିରେ ଘା ହୋଇଥିଲେ ଗରମ ପାଣିରେ କୁଳକୁଳି କରିବା ଓ ଜେଲ ବ୍ୟବହାର କରିବା, ଆଖିଡ଼ୋଳାର ପରଦାରେ ଫୁଲା ଥିଲେ ଆଖି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ବ୍ୟବହାର କରିବା, ଖାଦ୍ୟ ହଜମ ନ ହୋଇ ଝାଡ଼ା, ବାନ୍ତି ପ୍ରଭୃତି ହେଲେ ଓଆରଏସ୍ ସହିତ ଉଚିତ ଖାଦ୍ୟ ଖାଇବା, ଜ୍ୱର ହେଲେ ପରାସିଟାମଲ ଖାଇବା ଓ ଫୁଟା ପାଣି ଥଣ୍ଡା କରି ପିଇବା, ଜଳାପୋଡ଼ା ହେଉଥିବା ଫୋଟକା ସ୍ଥାନରେ ଲୋସନ ଲଗାଇବା, ବାନ୍ତି ସହିତ ମୁଣ୍ଡବିନ୍ଧା ଓ ଦେହ ଦରଜ ବନ୍ଦ କରିବାକୁ ନିର୍ଦ୍ଧାରିତ ଔଷଧ ଖାଇବାକୁ ପରାମର୍ଶ ଜାରି କରାଯାଇଛି।

ଏହି ରୋଗ ଜାଣିବା ନିମନ୍ତେ ଗାଇଡ ଲାଇନ ମୁତାବକ ଡିଏନଏ କିମ୍ବା ପିସିଆର ପରୀକ୍ଷା କରିବାକୁ ହେବ। ଯାହାର ନମୁନା ଆଇସିଏମ୍ଆର-ଏନ୍ଆଇଭି ପୁଣେକୁ ପଠାଇବାକୁ ପଡ଼ିବ। ଏହି ରୋଗ ହେଲେ ହାଡଫୁଟି ଭଳି ଫୋଟକା, ଜ୍ୱର, ମୁଣ୍ଡବିନ୍ଧା, ଶରୀର ବ୍ୟଥା, ଦୁର୍ବଳତା ପ୍ରଭୃତି ଅନୁଭବ ହେବ। ବିନା ପିପିଇ କିଟ୍ ପରିଧାନରେ ରୋଗୀଙ୍କ ପାଖକୁ ଯାଇ ଚିକିତ୍ସା କରିବା ନିମନ୍ତେ ପରାମର୍ଶରେ କୁହାଯାଇଛି।

ସୂଚନା ଥାଉକି, ଏହି ରୋଗ ଦେଖିବାକୁ ହାଡ଼ଫୁଟି ଭଳି। ଏହା ଏତେଟା ସାଂଘାତିକ ରୋଗ ନୁହେଁ। ଏହା ଏକ ଓରଥପ୍ରୋକ୍ସ ଭାଇରସ। ଏହା ଭାଇରସ ଭଳି ବ୍ୟାପୀଥାଏ। ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ ସୁରକ୍ଷା ନିମନ୍ତେ ଭ୍ୟାକ୍ସିନ ଦିଆଯାଇଥାଏ। ସୂଚନା ମୁତାବକ ୧୯୫୮ ମସିହାରେ ଏହି ରୋଗ ଆଫ୍ରିକାର ପଶ୍ଚିମ ଓ ମଧ୍ୟ ପ୍ରାନ୍ତରେ ମାଙ୍କଡ଼ଙ୍କ ଠାରେ ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe