ମେ ୧ରୁ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା

ନୂଆଦିଲ୍ଲୀ: ମେ ୧ରୁ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ। ଅର୍ଥାତ୍ ଏବେ ଟିକା ନେବାର ସର୍ବନିମ୍ନ ବୟସ ୧୮ କରିଛନ୍ତି ସରକାର। କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀ ମାନଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। Govt of India announces liberalised & accelerated Phase 3 strategy of COVID-19 vaccination from May 1; everyone above the age […]

Vaccine

Subhransu Sekhar
  • Published: Monday, 19 April 2021
  • , Updated: 19 April 2021, 08:04 PM IST

ନୂଆଦିଲ୍ଲୀ: ମେ ୧ରୁ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ। ଅର୍ଥାତ୍ ଏବେ ଟିକା ନେବାର ସର୍ବନିମ୍ନ ବୟସ ୧୮ କରିଛନ୍ତି ସରକାର। କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀ ମାନଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

https://twitter.com/ANI/status/1384140696982941696?s=20

ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ ଯେତେ ଟିକା ଉତ୍ପାଦନ କରିବେ ତାର ୫୦ ପ୍ରତିଶତ ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀକୁ ଦେବେ। ଏହାପରେ ବାକି ଟିକା ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ ଉକ୍ତ ଟିକା ଉତ୍ପାଦନକାରୀ କମ୍ପାନୀ। ଏବେ ବିଭିନ୍ନ ଘରୋଇ ଏବଂ ସରକାରୀ କୋଭିଡ କେନ୍ଦ୍ରରେ ଟିକାକରଣ ଚାଲିଛି। ଏବେ ଖୋଲା ବଜାରକୁ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାର ଅର୍ଥ ଔଷଧ ଦୋକାନ, ହସ୍ପିଟାଲ ମଧ୍ୟ କରୋନା ଟିକା ଉତ୍ପାଦକଙ୍କ ପାଖରୁ କିଣିପାରିବେ।

କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଟିକା ଯୋଗାଇବେ। ଟିକା କିଭଳି ଅପଚୟ କମ୍ ହେବ ସେ ଦିଗରେ ମାନଦଣ୍ଡରେ ବିଚାର କରାଯିବ। ଏଥିସହ ଟିକା ଉତ୍ପାଦନକାରୀ ଟିକାର ଦାମ ସ୍ଥିର କରିବେ।

https://twitter.com/ANI/status/1384141364045090819?s=20

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତି ନେଇ ଦେଶର ପ୍ରତିଷ୍ଠିତ ଡାକ୍ତର ଏବଂ ଦେଶର ଫାର୍ମା କମ୍ପାନୀ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ବର୍ଷେରୁ ଅଧିକ ସମୟ ଧରି କୋଭିଡ ବିରୋଧରେ ଲଢ଼େଇ କରୁଛନ୍ତି। କିଭଳି ଟିକା ଅଧିକରୁ ଅଧିକ ଭାରତୀୟ ପାଇପାରିବେ ସେ ନେଇ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି।

ସୂଚନାଯୋଗ୍ୟ,  ଟିକାକରଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ ଆରମ୍ଭରୁ ଟିକାକରଣ ଆରମ୍ଭ କରିଛନ୍ତି। ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଟିକା ଦେଇଥିଲେ ସରକାର। ଏହାପରେ ୬୦ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ସରକାର ଟିକାକରଣରେ ସାମିଲ କରିଥିଲେ। ପରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ୍ କରିଥିଲେ। ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅକସ୍ମାତ ହୁ ହୁ ହୋଇ ବଢ଼ିବା ପରେ କେନ୍ଦ୍ର ସରକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ନେବାକୁ ଅନୁମତି ଦେଇଛନ୍ତି।

Related story