ଆର୍ଯ୍ୟନ୍‌ଙ୍କୁ କ୍ଲିନ୍‌ଚିଟ୍‌ ପରେ ସମୀର ୱାଙ୍ଖଡ଼େଙ୍କ ପାଇଁ ବଢ଼ିଲା ଅଡ଼ୁଆ

ମୁମ୍ବାଇ:ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ସମୀର ୱାଙ୍ଖଡ଼େଙ୍କ ପ୍ରତି ଅଡ଼ୁଆ ବଢ଼ିଛି। ମାମଲାରେ ଉଚିତ୍‌ ତଦନ୍ତ ହୋଇ ନଥିବାରୁ ସମୀର ୱାଙ୍ଖଡ଼େ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ଖବର ଅନୁସାରେ, ନକଲି ଜାତିଗତ ପ୍ରମାଣ ଦେଇଥିବାରୁ ସୀମରଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ […]

sameer

Tapas Behera
  • Published: Friday, 27 May 2022
  • , Updated: 27 May 2022, 05:32 PM IST

ମୁମ୍ବାଇ:ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ସମୀର ୱାଙ୍ଖଡ଼େଙ୍କ ପ୍ରତି ଅଡ଼ୁଆ ବଢ଼ିଛି। ମାମଲାରେ ଉଚିତ୍‌ ତଦନ୍ତ ହୋଇ ନଥିବାରୁ ସମୀର ୱାଙ୍ଖଡ଼େ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ଖବର ଅନୁସାରେ, ନକଲି ଜାତିଗତ ପ୍ରମାଣ ଦେଇଥିବାରୁ ସୀମରଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲ୍ଲିକ ପ୍ରଥମେ ସମୀରଙ୍କ ବିରୋଧରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଅଭିଯୋଗ ଆଣିଥିଲେ। ଆଜି ଏନ୍‌ସିବି ପକ୍ଷରୁ କରାଯାଇଥିବା ଚାର୍ଜସିଟ୍‌ରେ ଆର୍ଯ୍ୟନଙ୍କ ନାଁ ଥିବା ସୂଚନା ମିଳିଛି । ପ୍ରତିକ୍ରିୟାରେ ଓ୍ଵାଙ୍ଖେଡେ କହିଛନ୍ତି, କ୍ଷମା କରନ୍ତୁ, ମୁଁ କିଛି କହି ପାରିବି ନାହିଁ। ମୁଁ ଏନସିବି ଅଧିକାରୀ ନୁହେଁ, ଏହି ମାମଲାରେ ଏନସିବି ଅଧିକାରୀଙ୍କ ସହ କଥା ହୁଅନ୍ତୁ। ଆର୍ଯ୍ୟନଙ୍କୁ ଏନସିବି ଗତ ବର୍ଷ ଅକ୍ଟୋବର ୨ ତାରିଖରେ ଗିରଫ କରିଥିଲା। ଜେରା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ନିମ୍ନ ଅଦାଲତ ଆର୍ଯ୍ୟଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ପରେ ଆର୍ଯ୍ୟନ ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଅକ୍ଟୋବର ୨୯ରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଆର୍ଯ୍ୟନ ଅକ୍ଟୋବର ୩୦ରେ ଜେଲରୁ ମୁକୁଳିଥିଲେ। ତେବେ ଆର୍ଯ୍ୟନଙ୍କୁ ଆଜି  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ କ୍ଲିନ୍ ଚିଟ୍ ମିଳିଛି। ମାମଲାରେ ଆର୍ଯ୍ୟନଙ୍କ ବ୍ୟତୀତ ୧୯ ଜଣଙ୍କୁ ଗିରଫ କରାଯାଇଥିଲା। ଦୁଇ ଜଣଙ୍କୁ ବାଦ୍ ଦେଲେ ବାକି ସମସ୍ତେ ବର୍ତ୍ତମାନ ଜାମିନରେ ଜେଲରୁ ମୁକୁଳି ସାରିଛନ୍ତି।

Related story