୭ ଦିନ ଭିତରେ ନୂଆ ସିଡିଏସ୍‌ ନିଯୁକ୍ତ କରିବେ ସରକାର!

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଅଚାନକ ଦେଶର ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ବିପିନ ରାୱତଙ୍କ ମୃତ୍ୟୁ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଏବେ ସରକାର ଜେନେରାଲ ରାୱତଙ୍କ ବଦଳରେ ଦେଶର ସିଡିଏସ୍ କାହାକୁ କରାଯିବ, ତା’ ଉପରେ ମାନସମନ୍ଥନ ଆରମ୍ଭ କରିଛନ୍ତି। ସମ୍ଭବତଃ ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ସରକାର ଦେଶର ନୂଆ ସିଡିଏସଙ୍କ ନାଁ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। କୌଣସି କମାଣ୍ଡିଂ ଅଫିସର କିମ୍ବା ଫ୍ଲାଗ ଅଫିସରଙ୍କୁ ନିୟମ ଅନୁସାରେ ସିଡିଏସ୍‌ ପଦରେ […]

Modi

Hemant Lenka
  • Published: Wednesday, 08 December 2021
  • , Updated: 08 December 2021, 09:57 PM IST

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଅଚାନକ ଦେଶର ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ବିପିନ ରାୱତଙ୍କ ମୃତ୍ୟୁ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଏବେ ସରକାର ଜେନେରାଲ ରାୱତଙ୍କ ବଦଳରେ ଦେଶର ସିଡିଏସ୍ କାହାକୁ କରାଯିବ, ତା’ ଉପରେ ମାନସମନ୍ଥନ ଆରମ୍ଭ କରିଛନ୍ତି।

ସମ୍ଭବତଃ ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ସରକାର ଦେଶର ନୂଆ ସିଡିଏସଙ୍କ ନାଁ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। କୌଣସି କମାଣ୍ଡିଂ ଅଫିସର କିମ୍ବା ଫ୍ଲାଗ ଅଫିସରଙ୍କୁ ନିୟମ ଅନୁସାରେ ସିଡିଏସ୍‌ ପଦରେ ନିଯୁକ୍ତି ଦିଆଯାଇ ପାରିବ। ତେଣୁ ସରକାର ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ଉପରେ ବିଚାର ଆରମ୍ଭ କରିଛନ୍ତି।

୨୦୧୯ ମସିହା ଡିସେମ୍ବର ୩୦ରେ ଭାରତର ସରକାର ଦେଶର ପ୍ରଥମ ସିଡିଏସ୍‌ ଭାବେ ଜେନେରାଲ ରାୱତଙ୍କୁ ନିଯୁକ୍ତ ଦେଇଥିଲେ। ଏହାପୂର୍ବରୁ ସେ ସ୍ଥଳ ସେନା ମୁଖ୍ୟ ଭାବେ କାମ କରୁଥିଲେ। ସିଡିଏସ୍ ହେବା ପାଇଁ ଜଣେ ଅଧିକାରୀଙ୍କ ବୟସ ୬୫ ବର୍ଷ ଅତିକ୍ରମ କରି ନଥିବା ଦରକାର।

୨୦୧୯ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡିଏସ ପଦବୀ ସୃଷ୍ଟି କରାଯିବା ସମ୍ପର୍କରେ ଘୋଷଣା କରିଥିଲେ। ସିଡିଏସ୍‌ ତିନି ସେନାର ମୁଖ୍ୟ ଭାବେ କାମ କରିବେ। ଏହାକୁ ଆଧାର କରି ଓ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ରାୱତଙ୍କୁ ସିଡିଏସ୍ ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ଦେଶର ସିଡିଏସ୍ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଆସନ୍ତାକାଲି ଦିନ ୧୧.୧୫ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ହେଲିକପ୍ଟର କ୍ରାଶକୁ ନେଇ ତଥ୍ୟ ଉପସ୍ଥାପନ କରିବେ। ଏହାପରେ ଦିନ ୧୨ଟାରେ ରାଜ୍ୟସଭାକୁ ସେ ଘଟଣା ସମ୍ପର୍କରେ ଅବଗତ କରାଇବେ। ସେହିପରି ତାମିଲନାଡୁରୁ ଶ୍ରୀ ରାୱତ ଓ ପତ୍ନୀ ମଧୁଲିକାଙ୍କ ମରଶରୀରକୁ ଆସନ୍ତାକାଲି ଦିଲ୍ଲୀ ଅଣାଯିବ। ଏହାପରେ ଦିଲ୍ଲୀରେ ହିଁ ଅନ୍ତିମ ସଂସ୍କାର କରାଯିବ।

ଘଟଣା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବସିଥିଲା। ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରମୁଖ ଯୋଗଦେଇଥିଲେ।

Related story