ଡରାଇଲା ୬ ଫଟୋ, ପୁଣି ହେବ ଲକଡାଉନ୍!

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଧିମା ହେବା ପରେ ମାର୍କେଟ୍ ଓ ହିଲ୍ ଷ୍ଟେସନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସମ୍ପାଦକ ଲଭ ଅଗ୍ରୱାଲ୍ କହିଛନ୍ତି, ହିଲ୍ ଷ୍ଟେସନ୍ ଯାଉଥିବା ଲୋକେ କରୋନା ନିୟମର ଆଦୌ ପାଳନ କରୁନାହାନ୍ତି। ଯଦି ପ୍ରୋଟୋକଲ ପାଳନ କରାନଗଲା, ତାହେଲେ କୋହଳ ହୋଇଥିବା କଟକଣାକୁ ବନ୍ଦ କରିବାକୁ ପଡ଼ିବ। ଅଗ୍ରୱାଲ୍ କହିଛନ୍ତି ଯେ କରୋନାର ଦ୍ୱିତୀୟ […]

corona

corona

Ranjit Kumar Jena
  • Published: Tuesday, 06 July 2021
  • Updated: 06 July 2021, 07:42 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଧିମା ହେବା ପରେ ମାର୍କେଟ୍ ଓ ହିଲ୍ ଷ୍ଟେସନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସମ୍ପାଦକ ଲଭ ଅଗ୍ରୱାଲ୍ କହିଛନ୍ତି, ହିଲ୍ ଷ୍ଟେସନ୍ ଯାଉଥିବା ଲୋକେ କରୋନା ନିୟମର ଆଦୌ ପାଳନ କରୁନାହାନ୍ତି। ଯଦି ପ୍ରୋଟୋକଲ ପାଳନ କରାନଗଲା, ତାହେଲେ କୋହଳ ହୋଇଥିବା କଟକଣାକୁ ବନ୍ଦ କରିବାକୁ ପଡ଼ିବ। ଅଗ୍ରୱାଲ୍ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର୍ ଏବେବି ଅନେକ ସ୍ଥାନରେ ଆକ୍ଟିଭ୍ ରହିଛି।

ଲଭ୍ ଅଗ୍ରୱାଲ୍ କହିଛନ୍ତି, କରୋନା ମହାମାରୀ ଏଯାଏ ଶେଷ ହୋଇ ନାହିଁ। ହିଲ୍ ଷ୍ଟେସନରେ ଲୋକଙ୍କ ଏଭଳି ଭିଡ଼ ଅତ୍ୟନ୍ତ ଭୟଙ୍କର ଲାଗୁଛି। କୋଭିଡ୍ ପ୍ରୋଟୋକଲର ଉଲ୍ଲଙ୍ଘନ କରୁଥିବା ଲୋକେ ସଂକ୍ରମଣକୁ ଅଧିକ ବଢ଼ାଇବେ। କରୋନାର ଦ୍ୱିତୀୟ ଲହର୍ କିଛି ରାଜ୍ୟରେ ଦୁର୍ବଳ ହୋଇଛି ସତ, କିନ୍ତୁ ଏବେବି ଅନେକ ରାଜ୍ୟରେ ସଂକ୍ରମଣ କମିବାର ନାଁ ନେଉନାହିଁ।

ଅଗ୍ରୱାଲ୍‌ କହିଛନ୍ତି, ଦେଶରେ କରୋନା ଆକ୍ଟିଭ୍ ମାମଲା ୫ଲକ୍ଷରୁ କମ୍ ହୋଇଛି। ଏହାସହ କୋଭିଡ୍ ମାମଲା ମଧ୍ୟ ୩୦ ପ୍ରତିଶତ ଯାଏ କମିଛି। ମହାରାଷ୍ଟ୍ର, ତାମିଲନାଡୁ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ସିକ୍କିମରେ ୧୦ ପ୍ରତିଶତ ପଜିଟିଭିଟି ଅଧିକ ମାମଲା ସାମ୍ନାକୁ ଆସୁଛି। ଜୁଲାଇ ୪ ତାରିଖରେ ଶେଷ ହୋଇଥିବା ସପ୍ତାହର ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ ୯୧ ଜିଲ୍ଲାରେ ପ୍ରତିଦିନ ୧୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। କରୋନାର ୮୦ ପ୍ରତିଶତ ମାମଲା ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୦ ଜିଲ୍ଲାରୁ ଆସିଛି। ଯେଉଁଥିରୁ ଆଭାସ ମିଳୁଛି ଯେ ଏସବୁ ଅଞ୍ଚଳରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ତେଣୁ ଏବେବି ସାବଧାନ ଅବଲମ୍ବନ କରିବା ଦରକାର ବୋଲି ଅଗ୍ରୱାଲ କହିଛନ୍ତି।

ପାହାଡିଆ ଅଞ୍ଚଳ ଓ ମାର୍କେଟରୁ ଆସୁଥିବା ଫଟୋକୁ ନେଇ ଆଇସିଏମଆର୍ ମୁଖ୍ୟ ବଳରାମ ଭାର୍ଗବ କହିଛନ୍ତି, ଏହି ଫଟୋ ଆମକୁ ଡରାଉଛି। ଲୋକେ କୋଭିଡ୍‌ ନିୟମର ଉପଯୁକ୍ତ ପାଳନ କରିବା ଦରକାର। କରୋନାର ତୃତୀୟ ଲହର୍ ନୁହେଁ ବରଂ ଏଥିପ୍ରତି ଆମେ କେଉଁ ଆଭିମୁଖ୍ୟ ଆପଣାଉଛୁ, ତାହା ଆମ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୩୪,୭୦୩ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୬,୧୯,୯୩୨ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ୫୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୦୩,୨୮୧ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos