ବାପାର ଜୁଇକୁ ଡେଇଁଲା ଝିଅ

ବାରମେର୍ (ରାଜସ୍ଥାନ): ରାଜସ୍ଥାନର ବାରମେରକୁ ଆସିଛି ହୃଦୟ ବିଦାରକ ଦୃଶ୍ୟ । ଜଣେ ୩୪ ବର୍ଷୀୟା ଯୁବତୀ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ନିଜ ପିତାର ଜଳୁଥିବା ଜୁଇକୁ ଡେଇଁ ପଡ଼ିଛନ୍ତି । ଯାହା ଫଳରେ ଯୁବତୀ ଜଣକ ଗୁରୁତର ହୋଇ ପଡ଼ିଛନ୍ତି । ପୁଲିସର କହିବା ଅନୁଯାୟୀ, ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ […]

cremation

Ranjit Kumar Jena
  • Published: Wednesday, 05 May 2021
  • , Updated: 05 May 2021, 04:07 PM IST

ବାରମେର୍ (ରାଜସ୍ଥାନ): ରାଜସ୍ଥାନର ବାରମେରକୁ ଆସିଛି ହୃଦୟ ବିଦାରକ ଦୃଶ୍ୟ । ଜଣେ ୩୪ ବର୍ଷୀୟା ଯୁବତୀ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ନିଜ ପିତାର ଜଳୁଥିବା ଜୁଇକୁ ଡେଇଁ ପଡ଼ିଛନ୍ତି । ଯାହା ଫଳରେ ଯୁବତୀ ଜଣକ ଗୁରୁତର ହୋଇ ପଡ଼ିଛନ୍ତି । ପୁଲିସର କହିବା ଅନୁଯାୟୀ, ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଯୁବତୀଙ୍କୁ ଯୋଧପୁର ପଠାଇ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, କୋଭିଡ୍‌-୧୯ରେ ସଂକ୍ରମିତ ୭୩ ବର୍ଷୀୟ ଦାମୋଦରଦାସଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଥିଲା । ଦାମୋଦରଙ୍କ ତିନି ଝିଅ ଅଛନ୍ତି । ସବୁଠାରୁ ସାନ ଝିଅ ଚନ୍ଦ୍ରକଳା ଅନ୍ତିମ ସଂସ୍କାର ପାଇଁ ଯିବାକୁ ଜିଦ୍ ଧରି ବସିଲେ, କାରଣ ପରିବାରରେ କୌଣସି ପୁରୁଷ ସଦସ୍ୟ ନଥିଲେ । କିନ୍ତୁ ଶ୍ମଶାନରେ ନିଜ ପିତାଙ୍କର ଜୁଇକୁ ଚନ୍ଦ୍ରକଳା ଡେଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ କୌଣସି ପ୍ରକାରରେ ଯୁବତୀଙ୍କୁ ଉଦ୍ଧାର କରିଥିଲେ ଏବଂ ପରେ ପୁଲିସ୍ ଓ ଆମ୍ବୁଲାନ୍ସକୁ ଡକାଇଥିଲେ । ଯୁବତୀଙ୍କୁ ପ୍ରଥମେ ବାରମେର ହସ୍ପିଟାଲକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଚନ୍ଦ୍ରକଳାଙ୍କୁ ଯୋଧପୁର ପଠାଇ ଦିଆଯାଇଥିବା ପୁଲିସ୍ କହିଛି ।

ରାଜସ୍ଥାନରେ ଅନାବଶ୍ୟକ ଭାବେ ବାହାରେ ବୁଲୁଥିବା ୧୯୦୦ ଲୋକଙ୍କୁ ସଂକ୍ରମିତ ବିସ୍ତାର କରିବା ଅଭିଯୋଗରେ ଆନୁଷ୍ଠାନିକ କ୍ୱାରେଣ୍ଟାଇନକୁ ପଠାଇ ଦିଆଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ ଏମଏଲ୍ ଲାଠର ସୂଚନା ଦେଇଛନ୍ତି । ଲାଠର କହିଛନ୍ତି, ଗତ ୨୪ ଘଣ୍ଟାରେ ବିନା ମାସ୍କରେ ଘରୁ ବାହାରୁଥିବା ଅଥବା ଠିକ୍ ଭାବେ ମାସ୍କ ପିନ୍ଧିନଥିବା ୨୭୦୧ ଜଣ ଲୋକଙ୍କ ବିରୋଧରେ ମହାମାରୀ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ସାର୍ବଜନୀନ ସ୍ଥାନରେ ଛେପ ପକାଉଥିବା ୨୧୨୦ ବ୍ୟକ୍ତି ଓ ସଂକ୍ରମଣରୁ ବଞ୍ଚିବା ପାଇଁ ଆବଶ୍ୟକ ଦୁଇ ୟାର୍ଡ ଦୂରତାର ନିୟମ ମାନୁନଥିବା ୨୬,୮୪୦ ଜଣ ଲୋକଙ୍କ ବିରୋଧରେ ଜୋରିମାନା ଲଗାଯାଇଛି ।

Related story