ଗୁଜରାଟରେ ବିଜେପି ନେତାଙ୍କ ମଦ ପାର୍ଟି ଉପରେ ରେଡ୍‌, ୪୧ ଗିରଫ

ଭଲସାଦ(ଗୁଜରାଟ): ଭଲସାଦର କ୍ରାଇମବ୍ରାଞ୍ଚ ଟିମ୍‌ ରବିବାର ବିଜେପି ନେତାଙ୍କ ମଦ ପାର୍ଟି ଉପରେ ରେଡ୍‌ କରିଥିଲା।  ଏହି ପାର୍ଟିରେ ମାତିଥିବା ୪୧ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି।  ଗିରଫ ସମସ୍ତ ଅଭିଯୁକ୍ତଙ୍କ ମେଡିକାଲ ପରୀକ୍ଷା ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଭଲସାଦ୍‌ ଜିଲ୍ଲାର ଧରମପୁର ତାଲୁକା ଅଞ୍ଚଳର କରଞ୍ଜଭେରୀ ଗ୍ରାମରେ ଥିବା ଏକ ଫାର୍ମହାଉସରେ ମଦ ପାର୍ଟି ଚାଲୁଥିବା ପୁଲିସ ଖବର ପାଇଥିଲା। ଚଢ଼ାଉ ବେଳେ […]

liquor

Tapas Behera
  • Published: Monday, 04 July 2022
  • , Updated: 04 July 2022, 05:19 PM IST

ଭଲସାଦ(ଗୁଜରାଟ): ଭଲସାଦର କ୍ରାଇମବ୍ରାଞ୍ଚ ଟିମ୍‌ ରବିବାର ବିଜେପି ନେତାଙ୍କ ମଦ ପାର୍ଟି ଉପରେ ରେଡ୍‌ କରିଥିଲା।  ଏହି ପାର୍ଟିରେ ମାତିଥିବା ୪୧ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି।  ଗିରଫ ସମସ୍ତ ଅଭିଯୁକ୍ତଙ୍କ ମେଡିକାଲ ପରୀକ୍ଷା ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଭଲସାଦ୍‌ ଜିଲ୍ଲାର ଧରମପୁର ତାଲୁକା ଅଞ୍ଚଳର କରଞ୍ଜଭେରୀ ଗ୍ରାମରେ ଥିବା ଏକ ଫାର୍ମହାଉସରେ ମଦ ପାର୍ଟି ଚାଲୁଥିବା ପୁଲିସ ଖବର ପାଇଥିଲା। ଚଢ଼ାଉ ବେଳେ ପୁଲିସ ଉକ୍ତ ପାର୍ଟିରୁ ୨୫ଟି ବିଦେଶୀ ମଦ ବୋତଲ ଜବତ କରିଛି। ଯାହାର ମୂଲ୍ୟ ୧୫,୦୦୦ ଟଙ୍କା ହେବ। ସେହିପରି ଗାଡ଼ି ଓ ଅନ୍ୟ ସବୁ ସରଞ୍ଜାମ ମିଶାଇ ପୁଲିସ ସେଠାରୁ ମୋଟ ୩୬ ଲକ୍ଷ ଟଙ୍କାର ସାମଗ୍ରୀ ଜତବ କରିଛି।

ଏହି ପାର୍ଟିରେ ଜଣେ ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଜଣେ ନାଏବ ସରପଞ୍ଚ ସାମିଲ ଥିଲେ। କୁହାଯାଉଛି ଏହି ପାର୍ଟିର ଆୟୋଜନ ଭଲସାଦ ବିଜେପି  ବିଧାୟକ କରିଛନ୍ତି । ହେଲେ ଚଢ଼ାଉ ବେଳେ ସେ କିନ୍ତୁ ଘଟଣାସ୍ଥଳରେ ନଥିଲେ। ତେବେ ଭଳି ପାର୍ଟି ଆୟୋଜନ କିଛି ନୂଆ ନୁହଁ ବୋଲି ଅନ୍ୟ ଜଣେ ଧରମପୁର ବିଜେପି ବିଧାୟକ  ଅରବିନ୍ଦ ପଟେଲ କହିଛନ୍ତି । ତେବେ ଗିରଫ ସମସ୍ତ ଅଭିଯୁକ୍ତ  ଭଲସାଦ୍‌ ବିଧାୟକଙ୍କ ଲୋକ ବୋଲି କୁହାଯାଉଛି।

ଗୁଜରାଟରେ ମଦ ନିଷିଦ୍ଧ ଥିବା ବେଳେ ଏଭଳି କାରବାରକୁ ନେଇ ପ୍ରଶ୍ନ ଉଠିଛି। ବିଶେଷ କରି ଶାସକ ଦଳର ନେତା ଏହି ମଦ କାରବାରର  ସମ୍ପୃକ୍ତ ରହୁଥିବାରୁ ବିରୋଧୀ ନିଶାନା  କରିଛନ୍ତି। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story