ଆକ୍ସନମୁଡ୍‌ରେ ବିଜେପି, ନିର୍ବାଚନ ପୂର୍ବରୁ ୧୨ ବିଦ୍ରୋହୀ ନେତା ବିଦା

ନୂଆଦିଲ୍ଲୀ: ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଭିତରେ ତତ୍ପରତା ପ୍ରକାଶ ପାଇଛି। ତେବେ ଏହାରି ଭିତରେ ନିର୍ବାଚନ ପୂର୍ବରୁ ଆକ୍ସନମୁଡ୍ ଆସିଛି ବିଜେପି। ଦଳରୁ ୧୨ ବିଦ୍ରୋହୀ ନେତାଙ୍କୁ ବିଦା କରିଛି।

ଦଳ ବିରୋଧୀ କାର୍ଯ୍ୟ ପାଇଁ ଏମାନଙ୍କୁ ବିଜେପି ବହିଷ୍କାର କରିଛି। ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଟିକେଟ୍ କଟିବା ପରେ ଦଳ ବିରୋଧୀ କାର୍ଯ୍ୟରେ ଏମାନେ ଲିପ୍ତ ରହୁଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ୭ଜଣ ବିଧାୟକଙ୍କୁ ଗୁଜରାଟ ବିଜେପି ଅଧ୍ୟକ୍ଷ ନିଲମ୍ବିତ କରିଥିଲେ।

ନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଅସନ୍ତୁଷ୍ଟ ଗୋଷ୍ଠୀକୁ ଦଳରୁ ବାହାର ରାସ୍ତା ଦେଖାଇଛି ବିଜେପି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ୧୯ ଜଣ ବିଦ୍ରୋହୀ ନେତାଙ୍କୁ ନିଲମ୍ବିତ କରିଛନ୍ତି ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆ.ର. ପାଟିଲ୍।

ନିର୍ବାଚନରେ ଦଳୀୟ ଟିକେଟ୍ କଟିବା ପରେ ବିରୋଧ କରିଥିଲେ ଏହି ବିଦ୍ରୋହୀ ନେତା। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାହାକୁ ନେଇ ବିଦ୍ରୋହୀ ନେତାଙ୍କୁ ପାର୍ଟି ଅଧ୍ୟକ୍ଷ ସସ୍‌ପେଣ୍ଡ କରିଛନ୍ତି।

ନିଲମ୍ବିତ ବିଦ୍ରୋହୀ ନେତାଙ୍କ ମଧ୍ୟରେ ବାହୁବଳୀ ବିଧାୟକ ମଧୁ ଶ୍ରୀବାସ୍ତବ ରହିଛନ୍ତି। ସେହିପରି ଦିନୁ ପଟେଲ, କୁଳଦୀପ ସିଂହ, ଉଦୟ ସିଂହ ରାଉଲ, ଖତୁ ପାଗୀ, ଏମଏମ ଖାଣ୍ଟ, ଜେପି ପଟେଲ୍, ରମେଶ ଝାଲା, ଅମରିଶ ଝାଲା, ଓବଲସିଂହ ଝାଲା, ରାମସିଂହ ଶଙ୍କର, ଜୀ ଠାକୁର, ମାୱଜୀ ଦେଶାୟୀ ଓ ଲେବଜୀ ଠାକୁରଙ୍କୁ ନିଲମ୍ବିତ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।