ଗୁଜରାଟ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ସମାରୋହ ଦିନେ ଘୁଞ୍ଚିଲା

ଅହମ୍ମଦାବାଦ: ଗୁଜରାଟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ୍। ତେବେ ତାଙ୍କ ମନ୍ତ୍ରିମଣ୍ଡଳକୁ ନେଇ ଗୁଜରାଟରେ ରାଜନୀତିକ ଅସ୍ଥିରତା ଦେଖା ଦେଇଛି। ଏହି କାରଣରୁ ବୁଧବାର ହେବାକୁଥିବା ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ କରିଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବାର ଥିଲା, ତାହା ଗୁରୁବାର ୧.୩୦ରେ ହେବ। ମଙ୍ଗଳବାର ବିଜେପି ଗୁଜରାଟର ମୁଖପାତ୍ର ୟମଲ ବ୍ୟାସ କହିଥିଲ ଯେ ପ୍ରକ୍ରିୟା ଆଧାରରେ ମନ୍ତ୍ରୀଙ୍କର ଶପଥ […]

bhupendra patel

bhupendra patel

Ranjit Kumar Jena
  • Published: Wednesday, 15 September 2021
  • Updated: 15 September 2021, 06:19 PM IST

Sports

Latest News

ଅହମ୍ମଦାବାଦ: ଗୁଜରାଟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ୍। ତେବେ ତାଙ୍କ ମନ୍ତ୍ରିମଣ୍ଡଳକୁ ନେଇ ଗୁଜରାଟରେ ରାଜନୀତିକ ଅସ୍ଥିରତା ଦେଖା ଦେଇଛି। ଏହି କାରଣରୁ ବୁଧବାର ହେବାକୁଥିବା ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ କରିଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବାର ଥିଲା, ତାହା ଗୁରୁବାର ୧.୩୦ରେ ହେବ।

ମଙ୍ଗଳବାର ବିଜେପି ଗୁଜରାଟର ମୁଖପାତ୍ର ୟମଲ ବ୍ୟାସ କହିଥିଲ ଯେ ପ୍ରକ୍ରିୟା ଆଧାରରେ ମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହରେ ତାଙ୍କ ନାଁରେ ଘୋଷଣା କରାଯିବ। ନୀତୀନ ପଟେଲ୍ ନୂଆ ମନ୍ତ୍ରିମଣ୍ଡଳରେ ରହିବେ ନା ନାହିଁ, ତାକୁ ନେଇ ପାର୍ଟିରେ କଳ୍ପନାଜଳ୍ପନା ଜାରି ରହିଛି। ବିଜୟ ରୁପାଣୀଙ୍କ ନେତୃତ୍ୱାଧୀନ କ୍ୟାବିନେଟରେ ନୀତୀନ ପଟେଲ ଉପମୁଖ୍ୟମନ୍ତ୍ରୀ ଥିଲେ। ଏହାସହ ରୁପାଣୀଙ୍କ ମନ୍ତ୍ରିମଣ୍ଡଳରେ ବରିଷ୍ଠ ମନ୍ତ୍ରୀ ଭୂପେନ୍ଦ୍ରସିଂହ ଚୁଡାସ୍ମା, ଆରସି ଫାଲଦୁ ଓ କୌଶିକ ପଟେଲଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ରଖିବା ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି।

ଗୁଜରାଟ ପୂର୍ବରୁ ବିଜେପି କର୍ଣ୍ଣାଟକରେ କ୍ଷମତାରେ ପରିବର୍ତ୍ତନ କରିଥିଲା। ପାର୍ଟିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କ ସ୍ଥାନରେ ରାଜ୍ୟରେ ଗୃହମନ୍ତ୍ରୀର ଭୂମିକା ତୁଲାଉଥିବା ବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା। ଏହାବ୍ୟତୀତ ଉତ୍ତରାଖଣ୍ଡରେ ଦୁଇଥର ମୁଖ୍ୟମନ୍ତ୍ରୀ ଚେହେରା ପରିବର୍ତ୍ତନ କରାଯାଇଛି। ସେଠାରେ ପ୍ରଥମେ ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। କିନ୍ତୁ କିଛି ସମୟ ପରେ ପୁଷ୍କର ସିଂହ ଧାମିଙ୍କ ହାତରେ ନେତୃତ୍ୱ ଦିଆଯାଇଥିଲା।

ସୂଚନାଯୋଗ୍ୟ, ରବିବାର ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କୁ ନିର୍ବାଚିତ କରାଯାଇଥିଲା। ଗାନ୍ଧିନଗରରେ ଆୟୋଜିତ ବିଜେପି ବିଧାୟକ ଦଳର ବୈଠକରେ ତାଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ବୈଠକରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଖୋଦ୍ ଭୂପେନ୍ଦ୍ର ଭାଇ ପଟେଲଙ୍କ ନାଁ ଉପରେ ପ୍ରସ୍ତାବ ରଖିଥିଲେ। ରୁପାଣୀଙ୍କ ପ୍ରସ୍ତାବକୁ ବିଧାୟକ ଦଳ ସ୍ୱୀକାର କରିଥିଲେ ଏବଂ ସେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଭୂପେନ୍ଦ୍ରଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ପୁରୁଷୋତ୍ତମ ରୁପାଲା, ଲକ୍ଷଦୀପର ପ୍ରଶାସକ ପ୍ରଫୁଲ୍ ପଟେଲ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ, ସିଆର୍ ପଟେଲ୍ ଓ ଗୋବର୍ଦ୍ଧନ ଝାଡାଫିୟାଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos