ଆଜି ଜାମିନ ପାଇଁ ଆବେଦନ କରିପାରନ୍ତି ଜିଗ୍ନେଶ

ଗୌହାଟି: ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗି଼ରଫ ହୋଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀ ଆଜି ଜାମିନ ପାଇଁ କୋର୍ଟରେ ଆବେଦନ କରିପାରନ୍ତି। ଜିଗ୍ନେଶଙ୍କୁ ଆସାମ ପୁଲିସ ଗିରଫ କରିଛି। ଜିଗ୍ନେଶଙ୍କ ଗିରଫଦାରିକୁ ବିରୋଧ କରି ଆସାମ କଂଗ୍ରେସ ଆଜି ରାଜ୍ୟରେ ୩୪ଟି ଜିଲ୍ଲାରେ ଆନ୍ଦୋଳନ ଡାକରା ଦେଇଛି। ଆଜି ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶତାଧିକ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ […]

Jignesh

Tapas Behera
  • Published: Thursday, 28 April 2022
  • , Updated: 28 April 2022, 01:30 PM IST

ଗୌହାଟି: ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗି଼ରଫ ହୋଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀ ଆଜି ଜାମିନ ପାଇଁ କୋର୍ଟରେ ଆବେଦନ କରିପାରନ୍ତି। ଜିଗ୍ନେଶଙ୍କୁ ଆସାମ ପୁଲିସ ଗିରଫ କରିଛି। ଜିଗ୍ନେଶଙ୍କ ଗିରଫଦାରିକୁ ବିରୋଧ କରି ଆସାମ କଂଗ୍ରେସ ଆଜି ରାଜ୍ୟରେ ୩୪ଟି ଜିଲ୍ଲାରେ ଆନ୍ଦୋଳନ ଡାକରା ଦେଇଛି। ଆଜି ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶତାଧିକ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିପାରେ କଂଗ୍ରେସ। ଜଣେ ଦଳିତ ନେତା ଭାବେ ପରିଚିତ ଜିଗ୍ନେଶଙ୍କୁ ମଙ୍ଗଳାବର ୫ ଦିନିଆ ପୁଲିସ ରିମାଣ୍ଡକୁ  ପଠାଇ ଦିଆଯାଇଛି।

ଗତ କିଛି ଦିନ ତଳେ ଜାମିନ ମିଳିବାର କିଛି ସମୟ ଭିତରେ ଜିଗ୍ନେଶ ମେୱାନୀଙ୍କ ପୁଣି ଗିରଫ କରାଯାଥିଲା । ଆସାମ ପୋଲିସ ପୁଣି ଥରେ ଗୁଜରାଟର ବିଧାୟକ ଜିଗ୍ନେସ ମେୱାନୀଙ୍କୁ ଗିରଫ କରି ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରା କରିଥିବା ଆପତ୍ତିଜନ ଟ୍ୱିଟ୍‌କୁ ନେଇ ଜିଗ୍ନେଶ ମେୱାନୀଙ୍କୁ ଆସାମର କୋକରାଝାର କୋର୍ଟ ଜାମିନ ପ୍ରଧାନ କରିଥିଲେ ।

ପରେ ବାରପେଟା ପୋଲିସ ଅନ୍ୟ ଏକ ମାମଲାରେ ପୁଣି ଥରେ ତାଙ୍କୁ ଗିରଫ କରିଥିଲା। ଗୋଟିଏ ମାମଲାରେ ଜାମିନ ମିଳିବା ପରେ ଜଣେ ମହିଳା କନଷ୍ଟେବଳଙ୍କୁ ଆକ୍ରମଣ କରିବା ଅଭିଯୋଗର ଆସାମରେ ପୁଣି ଥରେ ତାଙ୍କୁ ଗିରଫ କରିଛି । ଗିରଫ ପରେ ଜିଗ୍ନେଶଙ୍କୁ କୋକରାଝାରରୁ ବାରପେଟା ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଜିଗ୍ନେଶ ମେୱାନୀଙ୍କୁ ଏପ୍ରିଲ ୧୯ରେ ଗୁଜରାଟର ପଲନପୁର ସହରରୁ ଗିରଫ କରାଯାଇଥିଲା। ତାଙ୍କର ଗୋଟିଏ ଟ୍ୱିଟକୁ ନେଇ କୋକରାଝାର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଟ୍ୱିଟରେ ଜିଗ୍ନେଶ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଡ଼ସେଙ୍କୁ ଭଗବାନ ମାନନ୍ତି।

Related story