ପ୍ରଭାବ ପକାଇପାରିଲାନି ମୋର୍ବି ଝୁଲାପୋଲ ଦୁର୍ଘଟଣା, ବିଜେପି ପ୍ରାର୍ଥୀ ଆଗୁଆ  

ମୋର୍ବି: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ମୋର୍ବି ଝୁଲାପୋଲ ଦୁର୍ଘଟଣା  ସମଗ୍ର ଦେଶ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ଥିଲା । ଗତ ଅକ୍ଟୋବର ମାସରେ ଏହି ଝୁଲାପୋଲ ଭୁଶୁଡ଼ି ପ୍ରାୟ ୧୪୦ ଜଣକର ଜୀବନ ଯାଇଥିଲା। ଏହି ଦୁର୍ଘଟଣା ପାଇଁ ବ୍ୟାପକ ଅବହେଳା ଓ ଖାମଖିଆଲି ପାଇଁ ଶାସକ ବିଜେପିକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଫଳରେ ରାଜ୍ୟ ସକରାର ପ୍ରବଳ ଚାପରେ ଥିଲେ।  ତେବେ ଦୁର୍ଘଟଣା ଘଟିବାର କିଛି ମାସ ପରେ […]

tio

  • Published: Thursday, 08 December 2022
  • , Updated: 08 December 2022, 12:36 PM IST

ମୋର୍ବି: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ମୋର୍ବି ଝୁଲାପୋଲ ଦୁର୍ଘଟଣା  ସମଗ୍ର ଦେଶ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ଥିଲା । ଗତ ଅକ୍ଟୋବର ମାସରେ ଏହି ଝୁଲାପୋଲ ଭୁଶୁଡ଼ି ପ୍ରାୟ ୧୪୦ ଜଣକର ଜୀବନ ଯାଇଥିଲା। ଏହି ଦୁର୍ଘଟଣା ପାଇଁ ବ୍ୟାପକ ଅବହେଳା ଓ ଖାମଖିଆଲି ପାଇଁ ଶାସକ ବିଜେପିକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଫଳରେ ରାଜ୍ୟ ସକରାର ପ୍ରବଳ ଚାପରେ ଥିଲେ।  ତେବେ ଦୁର୍ଘଟଣା ଘଟିବାର କିଛି ମାସ ପରେ ଗୁଜରାଟ ନିର୍ବାଚନ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିବା ଲକ୍ଷ କରାଯାଇ ନାହିଁ। ଗୁଜରାଟର ମୋର୍ବି ବିଧାନ ସଭା ଆସନପରୁ ବିଜେପି ପ୍ରାର୍ଥୀ କଣ୍ଟିଲାଲ୍‌ ଅମୃତିୟା ଏବେ ୧୬,୦୦୦ ଭୋଟ୍‌ରେ  ଆଗରେ ଅଛନ୍ତି।

କଂଗ୍ରେସ ପକ୍ଷରୁ ଏଠାରେ  ଜୟନ୍ତୀ ପଟେଲ ଓ ଆପ୍ ପକ୍ଷରୁ  ପଙ୍କଜ ରାନସରିଆ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ  ମୋର୍ବି ଦୁର୍ଘଟଣା ବେଳେ ବହୁ ଜୀବନ ବଞ୍ଚାଇ ଥିବାରୁ ଅମୃତିୟା ପୁରସ୍କୃତ କରାଯାଇଥିଲା। ଅମୃତିୟା ନଦୀରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ଗତ ଅକ୍ଟୋବର ୩୦ରେ ଗୁଜରାଟର ମୋର୍ବି ଓ ମଚ୍ଛୁ ନଦୀ ଉପରେ ଥିବା ବ୍ରିଟିଶ ଶାସନ ସମୟରେ ନିର୍ମାଣ ହୋଇଥିବା ପୋଲ ଭାଙ୍ଗି ପଡ଼ିବାରୁ ୧୪୦ ଜଣକର ଜୀବନ ଯାଇଥିଲା। ପୁଲିସ ମୋର୍ବି ପୋଲ ନବୀକରଣର ଟେଣ୍ଡର ନେଇଥିବା ଓରେଭା କମ୍ପାନୀର ୯ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା। ମୃତକଙ୍କ ମଧ୍ୟରେ ରାଜକୋଟ ଲୋକସଭା ସଦସ୍ୟ ମୋହନ କୁନ୍ଦରିଆଙ୍କ ପରିବାରର ୧୨ ଜଣ ସଦସ୍ୟ ଅଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇ ଥିଲା । ଏଭଳି ଏକ ଭୟାନକ ଏବଂ ମର୍ମନ୍ତୁଦ ଘଟଣାର କାରଣକୁ ନେଇ ପୋଲ ତଦାରଖ ଏବଂ ପରିଚାଳନା ସଂସ୍ଥା ସମେତ ସ୍ଥାନୀୟ ପ୍ରଶାସନର ବେପରୁଆ ମନୋଭାବ ଦାୟୀ ମଧ୍ୟ କରାଯାଇଥିଲା।

Related story