ନମାଜ ପାଠ ବିବାଦକୁ ନେଇ ମାମଲା ଗଲା ସୁପ୍ରିମକୋର୍ଟ

ଚଣ୍ଡିଗଡ଼: ସୁପ୍ରିମକୋର୍ଟରେ ପହଞ୍ଚିଲା ଗୁରୁଗ୍ରାମ ନମାଜ ପାଠ ବିବାଦ ମାମଲା। ହରିୟାଣା ସରକରାରଙ୍କ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଯାଇଛନ୍ତି ରାଜ୍ୟ ସଭା ପୂର୍ବତନ ସାଂସଦ ମହମ୍ମଦ ଆଦିବ। ହରିୟାଣା ସରକରାରଙ୍କ ପ୍ରଶାସନ ବିରୋଧରେ ଅଦାଲତ ଅମାବନା ନେଇ ଆବେଦନ କରିଛନ୍ତି ମହମ୍ମଦ ଆଦିବ । ସେ ଅଭିଯୋଗ କରିଛନ୍ତି ଯେ, ଯେଉଁମାନେ ମୁସଲମାନମାନଙ୍କୁ ସର୍ବସାଧାରଣ ସ୍ଥାନରେ ନମାଜ ପାଠ କରିବାକୁ ବାରଣ କରୁଛନ୍ତି ସେମାନଙ୍କ ବିରୋଧରେ ହରିୟାଣା ପୁଲିସ ଏବଂ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ […]

namaj

Tapas Behera
  • Published: Thursday, 16 December 2021
  • , Updated: 16 December 2021, 07:00 PM IST

ଚଣ୍ଡିଗଡ଼: ସୁପ୍ରିମକୋର୍ଟରେ ପହଞ୍ଚିଲା ଗୁରୁଗ୍ରାମ ନମାଜ ପାଠ ବିବାଦ ମାମଲା। ହରିୟାଣା ସରକରାରଙ୍କ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଯାଇଛନ୍ତି ରାଜ୍ୟ ସଭା ପୂର୍ବତନ ସାଂସଦ ମହମ୍ମଦ ଆଦିବ। ହରିୟାଣା ସରକରାରଙ୍କ ପ୍ରଶାସନ ବିରୋଧରେ ଅଦାଲତ ଅମାବନା ନେଇ ଆବେଦନ କରିଛନ୍ତି ମହମ୍ମଦ ଆଦିବ । ସେ ଅଭିଯୋଗ କରିଛନ୍ତି ଯେ, ଯେଉଁମାନେ ମୁସଲମାନମାନଙ୍କୁ ସର୍ବସାଧାରଣ ସ୍ଥାନରେ ନମାଜ ପାଠ କରିବାକୁ ବାରଣ କରୁଛନ୍ତି ସେମାନଙ୍କ ବିରୋଧରେ ହରିୟାଣା ପୁଲିସ ଏବଂ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି।

ଏହି ମାମଲାରେ ହରିୟାଣା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ପିକେ ଅଗ୍ରୱାଲ ଏବଂ ମୁଖ୍ୟ ଶାସନ ସଚିବ ସଞ୍ଜୀବ କୌଶଲଙ୍କ ବିରୋଧରେ ଆଦିବ ଅଦାଲତ ଅବମାନନା ମାମଲା କରିଛଚନ୍ତି। ବହୁଜନ ସମାଜବାଦି ପାର୍ଟିର(ବିଏସପି) ପୂର୍ବତନ ସଦସ୍ୟ ଆଦିବ ଅଭିଯୋଗ କରିଛନ୍ତି ଯେ, ନମାଜ ପାଠ ବିରୋଧରେ ଯେଉଁମାନେ ବିଦ୍ୱେଷମୂଳକ ଭାଷଣ ଦେଇଛନ୍ତି ସେମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗୁରୁଗ୍ରାମରେ ବାରମ୍ବାର ନମାଜ ପାଠକୁ ଅବରୋଧ କରି ସାମ୍ପ୍ରଦାୟିକ ଉତ୍ତେଜନା କରୁଥିବା ବ୍ୟକ୍ତିଙ୍କୁ ରୋକିବାରେ ପୁଲିସ ବିଫଳ ହୋଇଛି। ନିକଟରେ ଏକ ରେସିଡେଣ୍ଟାଲ କମ୍ପ୍ଲେକ୍ସ ପାଖରେ ନମାଜ ପାଠକୁ ନେଇ ହିନ୍ଦୁ ଗୋଷ୍ଠୀ ଏବଂ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ନମାଜ ପାଠ କରୁଥିବା ଲୋକଙ୍କ କହିବା ପାଇଁ ସେହି ସର୍ବସାଧରଣ ସ୍ଥାନଟି ନିରୂପଣ ହୋଇଛି।

ତେଣୁ ଏହାକୁ ବିରୋଧ କରିବାର କୌଣସି କାରଣ  ନାହିଁ । ବିରୋଧ କରୁଥିବା ବ୍ୟକ୍ତିଙ୍କୁ  ଏଥିରୁ ନିବୃତ୍ତ ରହିବାକୁ ଦାବି ହୋଇଥିଲା। ତେବେ ଗତ ଡିସେମ୍ବର ୩ରେ ହିନ୍ଦୁ ଗୋଷ୍ଠୀ ନମାଜପାଠକୁ ବିରୋଧ କରିଥିଲେ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ମହମ୍ମଦ ଆଦିବ ଅଭିଯୋଗ କରିଛନ୍ତି। ଆବେଦନରେ କୁହାଯାଇଛି ଯେ, ଲଗାତାର ପ୍ରଶାସନର ନିଷ୍କ୍ରିୟତା, ବ୍ୟବସ୍ଥାର ଉଦାସୀନତା ଏହି ଘଟଣାକୁ ରୋକିବାରେ ବିଫଳ ହୋଇଛି।

Related story