ଲକ୍ଷ୍ନୌ: ବହୁଚର୍ଚ୍ଚିତ ଜ୍ଞାନବାପୀ ମସଜିଦ୍ର ସର୍ଭେ କାର୍ଯ୍ୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଛି। ବାରାଣସି କୋର୍ଟର ନିର୍ଦ୍ଦେଶରେ ଏହି ସର୍ଭେ କାର୍ଯ୍ୟ ଚାଲୁଥିବା ବେଳେ ମାମଲାକୁ ଜିଲ୍ଲା ଜଜକୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ। ଜ୍ଞାନବାପୀ ମସଜିଦ୍ର ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ଗୁରୁବାର ବାରାଣସି କୋର୍ଟରେ ଦାଖଲ କରାଯାଇଥିଲା। ୫ ଜଣ ହିନ୍ଦୁ ମହିଳାଙ୍କ ଭକ୍ତଙ୍କ ଆବେଦନ କ୍ରମେ ସ୍ଥାନୀୟ ତଳ କୋର୍ଟ ପକ୍ଷରୁ ସର୍ଭେ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜ୍ଞାନବାପୀ ମସଜିଦ୍ ସଂଲଗ୍ନ ହିନ୍ଦୁ ମୂର୍ତ୍ତି ଥିବା ମହିଳା ଭକ୍ତ ଗଣ ଦାବି କରି ସେଠିକାର ତାଲା ଖୋଲି ସେମାନଙ୍କୁ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ।
ଏହି ମାମଲାର ବିଚାର ବାରାଣସି କୋର୍ଟରେ ଚାଲୁଥିବା ବେଳେ ଶୁକ୍ରବାର ଏହାକୁ ଜିଲ୍ଲା ଜଜଙ୍କୁ ହସ୍ତାନ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସେହିପରି ମସଜିଦ୍ର ଧାର୍ମିକ ରୀତିନୀତି ପାଳନ ନେଇ ସୁରକ୍ଷିତ ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ବାରାଣସି କୋର୍ଟଙ୍କ ଶୁଣାଣି ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ ।
ଏ ସମ୍ପର୍କିତ କୌଣସି ଆଦେଶ ନଦେବାକୁ ସର୍ବୋଚ୍ଚ ଅଦାଲତ ବାରଣାସୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୁହାଯାଉଛି ଭଗବାନ ଶିବଙ୍କ ବାହାନ ବୃଷବ ଠାବ ହୋଇଥିବା ଶିବଲିଙ୍ଗ ଆଡକୁ ଚାହିଁ ରହିଛନ୍ତି । ତେଣୁ ସେଠାରେ ଶିବ ଲିଙ୍ଗ ଥିବା ଦାବି କରୁଛନ୍ତି ହିନ୍ଦୁ ପକ୍ଷ । କାଶୀ ବିଶ୍ୱନାଥ କରିଡର ପାର୍ଶରେ ଥିବା ଏହି ମନ୍ଦିରକୁ ପୂର୍ବରୁ ମୁସଲିମ ଶାସକମାନେ ଭାଙ୍ଗି ସେଠାରେ ସମଜିଦ କରାଯାଇଥିବା ଦାବି କରିଛନ୍ତି ହିନ୍ଦୁ ଧର୍ମାବଲମ୍ବୀ । ହିନ୍ଦୁ ପକ୍ଷର ଓକିଲ ଅଜୟ ମିଶ୍ର। ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ , ସର୍ଭେ ସମୟରେ ମସଜିଦ ପରିସରରୁ କିଛି ହିନ୍ଦୁ ଦେବା ଦେବୀଙ୍କର ଭଗ୍ନମୂର୍ତ୍ତୀ, ତ୍ରିଶୁଳ, ଡମ୍ବରୁ ବାହାରିଛି। ଭଗ୍ନାବଶେଷଗୁଡ଼ିକ ମନ୍ଦିରର ଖଣ୍ଡ ବୋଲି ଜଣାପଡ଼ୁଛି। ସେଥିରେ ଶେଷ ନାଗଙ୍କର ଏକ ଭଗ୍ନ ଫଣା ବି ରହିଛି। ସମସ୍ତ ଭଗ୍ନାବଶେଷ ୫୦୦ ରୁ ୬୦୦ ବର୍ଷ ତଳର ବୋଲି ଜଣାପଡ଼ିଥିବା ସେ କହିଛନ୍ତି। ଏହବ୍ୟତୀତ ମସ୍ଜିଦ ଭିତରୁ ମିଳିଥିବା ଏକ ଗୋଲାକୃତି ପଥର ମିଳିଥିବା ବେଳେ ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହୁଛନ୍ତି । କିନ୍ତୁ ମୁସଲମାନ ପକ୍ଷ ଏହାକୁ ଫୱାରା କହୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।