କପିଲ ଶବିଲଙ୍କ ପରେ ହାର୍ଦ୍ଦିକ ପଟେଲ ଖୋଲିଲେ କଂଗ୍ରେସର ଗୁମର

ଅହମଦାବାଦ: ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଦଳର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ଏମିତି ଚାଲିବ ତାହେଲେ ଦଳ ଆହୁରି ଦୁର୍ବଳ ହୋଇଯିବ। ପଟିଦାର ନେତା ହାର୍ଦ୍ଦିକ ପଟେଲ ଏଭଳି କିଛି କହି ଦଳର ମୂଳ ସ୍ଥିତି ବାବଦରେ କହିଛନ୍ତି। କିଛି ଦିନ ପୂର୍ବରୁ ଜମ୍ମୁ କଶ୍ମୀରରେ କଂଗ୍ରେସ ନେତା କପିଲ ଶିବଲ ମଧ୍ୟ ଦଳ ବାବଦରେ ସମାନ କଥା କହିଥିଲେ।  ନିକଟରେ ଗୁଜରାଟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ବିଜେପି ଏଠାରେ ସବୁଠୁ […]

hardik-patel-vs-sibal

hardik-patel-vs-sibal

Subhransu Sekhar
  • Published: Sunday, 07 March 2021
  • Updated: 07 March 2021, 04:02 PM IST

Sports

Latest News

ଅହମଦାବାଦ: ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଦଳର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ଏମିତି ଚାଲିବ ତାହେଲେ ଦଳ ଆହୁରି ଦୁର୍ବଳ ହୋଇଯିବ। ପଟିଦାର ନେତା ହାର୍ଦ୍ଦିକ ପଟେଲ ଏଭଳି କିଛି କହି ଦଳର ମୂଳ ସ୍ଥିତି ବାବଦରେ କହିଛନ୍ତି। କିଛି ଦିନ ପୂର୍ବରୁ ଜମ୍ମୁ କଶ୍ମୀରରେ କଂଗ୍ରେସ ନେତା କପିଲ ଶିବଲ ମଧ୍ୟ ଦଳ ବାବଦରେ ସମାନ କଥା କହିଥିଲେ।  ନିକଟରେ ଗୁଜରାଟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ବିଜେପି ଏଠାରେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ଏକ ପ୍ରକାର ନିଜର ସ୍ଥିତି ହରାଇଛି। ଦଳର ଏଭଳି ପରିଣାମକୁ ଦେଖି ହାର୍ଦ୍ଦିକ ପଟେଲ ଦଳ ଦୁର୍ବଳ ହେବା କଥା କହିଛନ୍ତି। ଏଥିସହ କାହିଁକି ରାଜ୍ୟରେ ଦଳ ଦୁର୍ବଳ ହେଉଛି ସେ ବାବଦରେ ମଧ୍ୟ ମୁହଁ ଖୋଲିଛନ୍ତି।

ରାଜ୍ୟରେ କଂଗ୍ରେସରେ କାମ କରିବାକୁ ସୁଯୋଗ ଦିଆଯାଉ ନାହିଁ। ପଞ୍ଚାୟତ ନିର୍ବାଚନରେ ​​ତାଙ୍କୁ କୌଣସି କାମ ଦିଆଯାଇନଥିବା ଦାବି କରିଛନ୍ତି। ଏମିତିକି ଟିକେଟ୍ ବାଣ୍ଟିବା ବେଳେ କୌଣସି ମତାମତ ନିଆଯାଉନଥିବା କହିଛନ୍ତି ହାର୍ଦ୍ଦିକ ପଟେଲ।

ତେବେ ଆଗାମୀ ଦିନରେ କଂଗ୍ରେସ ଛାଡିବେ ବୋଲି ଯେଉଁ କଳ୍ପନାଜଳ୍ପନା ହେଉଛି ତାହାକୁ ସେ ଖଣ୍ଡନ କରିଛନ୍ତି। ସେ କଂଗ୍ରେସରେ ରହିବେ ଏବଂ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ କରିବେ ବୋଲି କହିଛନ୍ତି ହାର୍ଦ୍ଦିକ ପଟେଲ।

ତେବେ ନିଜର ଅସନ୍ତୋଷ ଝାଡ଼ିବା ବେଳେ ଗୁଜୁରାଟ ଉପରେ ଦଳର କେନ୍ଦ୍ରୀୟ ନେତୃତ୍ୱର ବୁଝାମଣା ଉପରେ ମଧ୍ୟ ହାର୍ଦ୍ଦିକ ପ୍ରଶ୍ନ ଉଠାଇଛନ୍ତି। ଏମିତିକି ରାଜ୍ୟରେ କଂଗ୍ରେସ ବିରୋଧୀ ଦଳ ଭାବରେ ଲଢ଼ିବାରେ ବିଫଳ ହୋଇଛି। କଂଗ୍ରେସକୁ ପୁଣି ଶକ୍ତିଶାଳୀ କରିବା ପାଇଁ ହାଇକମାଣ୍ଡ ଗୁଜରାଟର ସ୍ଥିତି ବୁଝିବା ଦରକାର ବୋଲି କହିଛନ୍ତି ଏହି ପଟିଦାର ନେତା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଧାୟକମାନଙ୍କୁ ସଂଗଠନ କାମଠାରୁ ଅଲଗା ରଖିବାକୁ ପଡ଼ିବ। କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ନିର୍ବାଚନ ହୋଇଥିଲା ହେଲେ ​​କଂଗ୍ରେସ ପରାଜୟର ସାମ୍ନା କରିଛି ବୋଲି ସେ ସ୍ୱୀକାର କରିଛି।

ହାର୍ଦ୍ଦିକ ପଟେଲ କହିଛନ୍ତି, 'ଆମେ ଲୋକଙ୍କ ବିଶ୍ୱାସ ହାସଲ କରିବାରେ ବିଫଳ ହୋଇଛୁ। ବିରୋଧୀ ଭାବରେ ଆମେ ଯେଉଁ ଆଭିମୁଖ୍ୟ ରଖିବା ଉଚିତ୍ ସେଥିରେ ଆମେ ବିଫଳ ହୋଇଛୁ। ଏହି କାରଣରୁ ଆମ୍ ଆଦମୀ ପାର୍ଟି ଅନେକ ସ୍ଥାନରେ ଭୋଟ୍ ପାଇଛି।

ସେ କହିଛନ୍ତି, 'ସୁରଟରେ ଆମର ଆନ୍ଦୋଳନ ସହକର୍ମୀ (ପଟିଦାର କର୍ମୀ)ମାନେ କେବଳ ଦୁଇଟି ଟିକେଟ ମାଗିଥିଲେ। ଦଳ ମଧ୍ୟ ତାହା ଦେଇନାହିଁ। ଏହି ଦୁଇଟି ଆସନରେ ଆମେ ୩୬ଟି ଆସନ ହରାଇଛୁ।

'ସ୍ଥାନୀୟ ନିର୍ବାଚନ ପ୍ରସ୍ତୁତି ତିନି ମାସ ଧରି ଚାଲିଥିଲା। ତିନି ମାସରେ ଥରେ ମଧ୍ୟ ମୋତେ କୁହାଯାଇ ନାହିଁ ଯେ କଣ କାମ କରିବାକୁ ହେବ। ପାଞ୍ଚ ହଜାରରୁ ଅଧିକ ଆସନରେ ଟିକେଟ ବଣ୍ଟା ଯାଇଥିଲା, କିନ୍ତୁ ଗୋଟିଏ ବି ଆସନ ପାଇଁ ମୋର ପରାମର୍ଶ ନିଆଯାଇ ନାହିଁ। ଏପରିକି ପଟିଦାର ପ୍ରାଧାନ୍ୟ ଅଞ୍ଚଳରେ ମଧ୍ୟ ମୋର ମତ ନିଆଯାଇନଥିଲା’।

ସୂଚନାଯୋଗ୍ୟ, ଗତ ସପ୍ତାହରେ କଂଗ୍ରେସର ୨୩ ଅସନ୍ତୁଷ୍ଟ ନେତା ଜମ୍ମୁ କଶ୍ମୀରରେ ବୈଠକ କରିଥିଲେ। ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱରେ ଏହି ବୈଠକ ହୋଇଥିଲା। ଦଳ ଯେଉଁଭଳି ଚାଲିଛି ସେମିତି ହେଲେ ଆଗାମୀ ଦିନରେ ଦଳ ଆହୁରି ଦୁର୍ବଳ ହୋଇଯିବ। ସେଥିପାଇଁ ଦଳରେ ଆମୂଳ ଚୁଳ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ଏହି ୨୩ ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos