ପୁଣି କଂଗ୍ରେସ ନେତୃବୃନ୍ଦଙ୍କୁ ଟାର୍ଗେଟ କଲେ ହାର୍ଦ୍ଦିକ ପଟେଲ

ଗାନ୍ଧିଗନଗର: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତୃତ୍ୱବୃନ୍ଦଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି ଯୁବ ନେତା ହାର୍ଦ୍ଦିକ ପଟେଲ। ବର୍ତ୍ତମାନ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ହାର୍ଦ୍ଦିକ ଦଳରେ ଅସହାୟ ଅନୁଭବ କରୁଛନ୍ତି। ଦଳୀୟ ନେତୃବୃନ୍ଦ ତାଙ୍କୁ ଆଦୌ କାମ କରିବାର ସୁଯୋଗ ଦେଉ ନାହାନ୍ତି। ଯିଏ ବି କାମ କରିବାକୁ ଆଗ୍ରହ ଦେଖାଉଛନ୍ତି, ତାଙ୍କୁ ରୋକା ଯାଉଛି ବୋଲି ମଧ୍ୟ ହାର୍ଦ୍ଦିକ ପଟେଲ କହିଛନ୍ତି। ତେବେ ସେ କଂଗ୍ରେସ ଛାଡ଼ିବେ ନାହିଁ ବୋଲି ପୁଣିଥରେ […]

Hardik

Hemant Lenka
  • Published: Friday, 22 April 2022
  • , Updated: 22 April 2022, 02:26 PM IST

ଗାନ୍ଧିଗନଗର: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତୃତ୍ୱବୃନ୍ଦଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି ଯୁବ ନେତା ହାର୍ଦ୍ଦିକ ପଟେଲ। ବର୍ତ୍ତମାନ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ହାର୍ଦ୍ଦିକ ଦଳରେ ଅସହାୟ ଅନୁଭବ କରୁଛନ୍ତି। ଦଳୀୟ ନେତୃବୃନ୍ଦ ତାଙ୍କୁ ଆଦୌ କାମ କରିବାର ସୁଯୋଗ ଦେଉ ନାହାନ୍ତି। ଯିଏ ବି କାମ କରିବାକୁ ଆଗ୍ରହ ଦେଖାଉଛନ୍ତି, ତାଙ୍କୁ ରୋକା ଯାଉଛି ବୋଲି ମଧ୍ୟ ହାର୍ଦ୍ଦିକ ପଟେଲ କହିଛନ୍ତି। ତେବେ ସେ କଂଗ୍ରେସ ଛାଡ଼ିବେ ନାହିଁ ବୋଲି ପୁଣିଥରେ ଦୋହରାଇଛନ୍ତି।

ଶ୍ରୀ ପଟେଲ କହିଛନ୍ତି, “ଗୁଜରାଟ କଂଗ୍ରେସ ପାର୍ଟିରେ ସମସ୍ୟା ହେଉଛି ନେତୃତ୍ୱ। ରାଜ୍ୟର କୌଣସି କଂଗ୍ରେସ ନେତାଙ୍କ ସହ ମୋର ବ୍ୟକ୍ତିଗତ ସମସ୍ୟା ନାହିଁ। ନେତୃବୃନ୍ଦ କାହାକୁ ବି କାମ କରିବାକୁ ଦେଉନାହାନ୍ତି। ଯଦି କେହି କାମ କରିବାକୁ ଚାହୁଁଛନ୍ତି, ତାଙ୍କୁ ଅଟକା ଯାଉଛି।

ଏ ସମ୍ପର୍କରେ ମୁଁ ପାର୍ଟି ହାଇକମାଣ୍ଡଙ୍କୁ ଅବଗତ କରାଇଛି। ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ହାଇକମାଣ୍ଡ ପ୍ରତିଶ୍ରୁତି ଦେଇଛନ୍ତି। ଯେତେବେଳେ ଆପଣ ଘରେ କୌଣସି କାରଣ ପାଇଁ ଖୁସି ନାହାନ୍ତି, ତା’ହେଲେ ଏ ସମ୍ପର୍କରେ ଆପଣ ନିଜର ବାପା ମା’ଙ୍କୁ କୁହନ୍ତି। ମୁଁ ମଧ୍ୟ ସେଇଆ କରିଛି। ମୁଁ ସବୁବେଳେ ସତ କହିଛି। ତେଣୁ ଏପରି ସ୍ଥିତିରେ ଦଳ ଛାଡ଼ିବାର କୌଣସି ସମ୍ଭାବନା ନାହିଁ।”

ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଖୋଲା‌ଖୋଲି ଭାବେ ଦଳୀୟ ନେତାମାନେ ପରସ୍ପରକୁ ଟାର୍ଗେଟ କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ହାର୍ଦ୍ଦିକ ପଟେଲ କହିଛନ୍ତି, “ଆମେ ଗୁଜରାଟରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଲୋକଙ୍କ ସ୍ୱର ଉଠାଇବାରେ ଅସମର୍ଥ। ବିରୋଧୀ ଦଳର କାମ ହେଲା ଲୋକଙ୍କ ସ୍ୱର ବନିବା ଓ ସରକାରଙ୍କ ଆଗରେ ଲୋକଙ୍କ ସମସ୍ୟାକୁ ଉଠାଇବା। ଯଦି ବିରୋଧୀ ଦଳ ଏପରି ନ କରିପାରିବ, ତା’ହେଲେ ଲୋକେ ଅନ୍ୟ ବିକଳ୍ପ ନିଶ୍ଚିୟ ଖୋଜିବେ।”

ବିଜେପି ରାଜ୍ୟରେ ଅଧିକ ଶକ୍ତିଶାଳୀ ଥିବା ମଧ୍ୟ ହାର୍ଦ୍ଦିକ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ବିଜେପି ଏଠାରେ ବେଶ ଶକ୍ତିଶାଳୀ। ସେମାନେ ନିଷ୍ପତ୍ତି ନେବାରେ ସକ୍ଷମ। ଆମେ ଶତ୍ରୁପକ୍ଷର ଶକ୍ତିକୁ ସ୍ୱୀକାର କରିବାକୁ ପଡ଼ିବ ଓ ଏହାକୁ କାଉଣ୍ଟର କରିବା ପାଇଁ ଆମକୁ ସେ ଦିଗରେ କାମ କରିବାକୁ ହେବ।

ବିଜେପି ପାଖରେ ନେତୃତ୍ୱର ଦକ୍ଷତା ରହିଛି। ସେମାନେ ଠିକ ନିଷ୍ପତ୍ତି ନିଅନ୍ତି। କିନ୍ତୁ ମୋର ବିଜେପିରେ ଯୋଗଦେବାର କୌଣସି ଯୋଜନା ନାହିଁ। ଏହାକୁ ମୁଁ ମୁଣ୍ଡରେ ପୂରାଇନି। ଆମେ ଭଗବାନ ରାମଙ୍କୁ ବିଶ୍ୱାସ କରୁ। ମୋ ବାପାଙ୍କ ଶ୍ରାଦ୍ଧ ବାର୍ଷିକରେ ମୁଁ ୪୦୦୦ କପି ଭଗବତ ଗୀତା ବାଣ୍ଟିବି। ଆମେ ହିନ୍ଦୁ ଧର୍ମର ଲୋକ ଓ ହିନ୍ଦୁ ବୋଲି ଆମେ ଗର୍ବିତ।”

Related story