ହରିଦ୍ୱାର ହେଟ ସ୍ପିଚ୍‌ ଘଟଣା: ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ୱାରା ଆୟୋଜିତ ତଥାକଥିତ ଧର୍ମ ସଂସଦରେ ମୁସଲିମମାନଙ୍କ ନରସଂହାର ପାଇଁ ଦିଆଯାଇଥିବା ବୟାନକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ଆଜି ଏହି ହେଟ ସ୍ପିଚ୍‌ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉତ୍ତରାଖଣ୍ଡ ସରକାରଙ୍କୁ ଜବାବ ତଲବ କରିଛନ୍ତି। ବିବାଦୀୟ ବୟାନ ଦିଆଯାଉଥିବା କାର୍ଯ୍ୟକ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବରୁ ନୋଡାଲ ଅଫିସର ନିଯୁକ୍ତ କରିବାକୁ କୁହାଯାଇଥିଲା। ଏହି ମାମଲାରେ କୌଣସି ନୋଡାଲ ଅଫିସର ନିଯୁକ୍ତ ହୋଇ ନାହାନ୍ତି। ଏହାର ଅର୍ଥ […]

Hate-speches

Hemant Lenka
  • Published: Wednesday, 12 January 2022
  • , Updated: 12 January 2022, 05:14 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ୱାରା ଆୟୋଜିତ ତଥାକଥିତ ଧର୍ମ ସଂସଦରେ ମୁସଲିମମାନଙ୍କ ନରସଂହାର ପାଇଁ ଦିଆଯାଇଥିବା ବୟାନକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ଆଜି ଏହି ହେଟ ସ୍ପିଚ୍‌ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉତ୍ତରାଖଣ୍ଡ ସରକାରଙ୍କୁ ଜବାବ ତଲବ କରିଛନ୍ତି।

ବିବାଦୀୟ ବୟାନ ଦିଆଯାଉଥିବା କାର୍ଯ୍ୟକ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବରୁ ନୋଡାଲ ଅଫିସର ନିଯୁକ୍ତ କରିବାକୁ କୁହାଯାଇଥିଲା। ଏହି ମାମଲାରେ କୌଣସି ନୋଡାଲ ଅଫିସର ନିଯୁକ୍ତ ହୋଇ ନାହାନ୍ତି। ଏହାର ଅର୍ଥ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଆବେଦନକାରୀ କହିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଉପସ୍ଥିତ ରହି କହିଥିଲେ ଯେ ଆହୁରି ଅନେକ ଧର୍ମ ସଂସଦ ଆୟୋଜନ କରିବାକୁ ଘୋଷଣା କରାଯାଇଛି। ଏହି ଧର୍ମ ସଂସଦ ଆୟୋଜନ ହେବା ପୂର୍ବରୁ କୌଣସି ପଦକ୍ଷେପ ନେବାର ଆବଶ୍ୟକ ରହିଛି।

ଡିସେମ୍ବର ୧୭ରୁ ୧୯ ଯାଏ ହରିଦ୍ୱାରେ ଆୟୋଜିତ ଧର୍ମ ସଂସଦରେ ସଂଖ୍ୟାଲଘୁ ସଂପ୍ରଦାୟକ ବିରୋଧରେ ଅସ୍ତ୍ର ଉଠାଇବାକୁ ହିନ୍ଦୁ ଧର୍ମର ଗୁରୁମାନେ ଆହ୍ୱାନ ଦେଇଥିଲେ। ଏଥିସହ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ନରସଂହାର କରିବାକୁ ମଧ୍ୟ ଉକ୍ତ ଧର୍ମ ସଂସଦରେ କୁହାଯାଇଥିଲା।

ତେଣୁ ଏହି ଘଟଣାର ଶୁଣାଣି ତୁରନ୍ତ ହେବା ଦରକାର। ଆଗକୁ ଉନା, ଦାସନ, ଆଲିଗଡ଼ରେ ମଧ୍ୟ ଧର୍ମ ସଂସଦ ହେବ। ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଧର୍ମ ସଂସଦରେ ଦିଆଯାଉଥିବା ବୟାନ ଶାନ୍ତିଶୃଙ୍ଖଳାକୁ ବିଗାଡ଼ି ପାରେ। ଏହା ହିଂସାକୁ ମଧ୍ୟ ପ୍ରୋତ୍ସାହିତ କରିବାର ଆଶଙ୍କା ରହିଛି। ଏହାକୁ ତୁରନ୍ତ ରୋକା ଯାଉ ବୋଲି ଶ୍ରୀ ଶିବଲ କୋର୍ଟଙ୍କୁ କହିଥିଲେ।

ଏହାକୁ ଶୁଣିବା ପରେ ସିଜେଆଇ ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଉତ୍ତରାଖଣ୍ଡ ସରକାରଙ୍କୁ ଜବାବ ତଲବ କରିଛନ୍ତି। ହେଲେ ଆଗାମୀ ଧର୍ମ ସଂସଦ ଉପରେ କୌଣସି ପ୍ରକାରର ରୋକ ଲଗାଇ ନାହାନ୍ତି।

ଉତ୍ତରାଖଣ୍ଡ ସରକାର ୧୦ ଦିନ ମଧ୍ୟରେ ଏହାର ଜବାବ ଦେବେ। କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। କାରଣ ଦିଲ୍ଲୀରେ ମଧ୍ୟ ସାମନ କାର୍ଯ୍ୟକ୍ରମ କରାଯାଇ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଲୋକଙ୍କ ଶପଥ ପାଠ କରାଯାଇଥିଲା।
ଏଥିସହ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଜାନୁଆରୀ ୨୩ରେ ଆଲିଗଡ଼ରେ ହେବାକୁ ଥିବା ଧର୍ମ ସଂସଦ ଉପରେ ରୋକ ଲଗାଇବା ପାଇଁ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି।

Related story