ଜୁଲାଇ ୧୬ରୁ ଖୋଲିବ ସ୍କୁଲ

ଚଣ୍ଡିଗଡ଼: ମହାମାରୀ କରୋନା ସଂକ୍ରମଣ କମୁଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପର୍ଯ୍ୟାକ୍ରମେ ଆସନ୍ତା ୧୬ ତାରିଖରୁ ହରିଆଣାରେ ଥିବା ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଖୋଲିବାକୁ ସରକାର ଘୋଷଣା କରିଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଜୁଲାଇ ୧୬ରୁ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏ ଅଫଲାଇନ କ୍ଲାସ ଆରମ୍ଭ ହେବ। ସେହିପରି ୨୩ ତାରିଖରୁ ୬ରୁ ୮ମ ଶ୍ରେଣୀ ଯାଏ ପିଲାମାନେ ସ୍କୁଲ ଆସି କ୍ଲାସ କରିବେ। ତେବେ […]

School

Hemant Lenka
  • Published: Saturday, 10 July 2021
  • , Updated: 10 July 2021, 07:45 PM IST

ଚଣ୍ଡିଗଡ଼: ମହାମାରୀ କରୋନା ସଂକ୍ରମଣ କମୁଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପର୍ଯ୍ୟାକ୍ରମେ ଆସନ୍ତା ୧୬ ତାରିଖରୁ ହରିଆଣାରେ ଥିବା ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଖୋଲିବାକୁ ସରକାର ଘୋଷଣା କରିଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଜୁଲାଇ ୧୬ରୁ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏ ଅଫଲାଇନ କ୍ଲାସ ଆରମ୍ଭ ହେବ।

ସେହିପରି ୨୩ ତାରିଖରୁ ୬ରୁ ୮ମ ଶ୍ରେଣୀ ଯାଏ ପିଲାମାନେ ସ୍କୁଲ ଆସି କ୍ଲାସ କରିବେ। ତେବେ ପ୍ରଥମରୁ ୫ମ ଶ୍ରେଣୀ ପିଲାମାନେ କେବେ ସ୍କୁଲ ଆସିବେ, ତା’ର ନିଷ୍ପତ୍ତି ପରବର୍ତ୍ତୀ ଅବସ୍ଥାରେ ନିଆଯିବ ବୋଲି ଏଥିରେ କୁହାଯାଇଛି।

ସରକାର ଅଫଲାଇନ କ୍ଲାସ ଖୋଲିବାକୁ ଅନୁମତି ଦେଇଥିଲେ ହେଁ ପୂର୍ବଭଳି ଅନଲାଇନ କ୍ଲାସ ମଧ୍ୟ ଜାରି ରହିବ। ଯେଉଁମାନେ ସ୍କୁଲ ନ ଆସି ଅଫଲାଇନରେ କ୍ଲାସ କରିବାକୁ ଚାହିଁବେ, ସେମାନଙ୍କୁ ଏହାର ସୁବିଧା ଯୋଗାଇ ଦିଆଯିବ। ସେହିପରି ଯେଉଁମାନେ ସ୍କୁଲ ଆସିବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ ନିଜ ବାପାମା’ଙ୍କ ଠାରୁ ଲିଖିତ ଅନୁମତିପତ୍ର ଆଣିବେ। କୌଣସି ଛାତ୍ରଛାତ୍ରୀଙ୍କୁ ଅଫଲାଇନ କ୍ଲାସ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

ହରିଆଣାର ଶିକ୍ଷାମନ୍ତ୍ରୀ କନୱର ପାଲ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି। ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଯଦି ସ୍ଥିତି ନିୟନ୍ତ୍ରଣ ଭିତରେ ରହିବ, ତା’ହେଲେ ଛୋଟ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲାଯିବ। ସ୍କୁଲରେ ସାମାଜିକ ଦୂରତା ପାଳନ କରାଯିବ ଓ କ୍ଲାସ ଆରମ୍ଭ କରିବାକୁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବା ସେ କହିଛନ୍ତି।

Related story