ମୋଦିଙ୍କୁ ରାହୁଲଙ୍କ ନିଶାନା: ହେଟ ଇନ୍‌ ଇଣ୍ଡିଆ ଓ ମେକ ଇନ୍‌ ଇଣ୍ଡିଆ ଏକାଠି ଚାଲି ପାରିବନି

ନୂଆଦିଲ୍ଲୀ: ଭାରତରେ ଅନେକ ବିଶ୍ୱସ୍ତରୀୟ କମ୍ପାନୀ ସେମାନଙ୍କ ବ୍ୟବସାୟ ବନ୍ଦ କରି ଅନ୍ୟତ୍ର ଚାଲିଯିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଦେଶରେ କେବେ ହେଲେ ହେଟ ଇନ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆ ଏକାଠି ଚାଲି ପାରିବେ ନାହିଁ ବୋଲି ରାହୁଲ ଟ୍ୱିଟ କରିଛନ୍ତି। ଆଜି ରାହୁଲ ଗାନ୍ଧି ଆଜି ଗୋଟିଏ ଗ୍ରାଫିକ୍ସ ଶେୟାର କରିଛନ୍ତି। ଯେଉଁଥିରେ ୭ଟି ବିଶ୍ୱସ୍ତରୀୟ କାର୍‌ କମ୍ପାନୀ କେଉଁ ସବୁ […]

Rahul-gandhi

Hemant Lenka
  • Published: Wednesday, 27 April 2022
  • , Updated: 27 April 2022, 06:17 PM IST

ନୂଆଦିଲ୍ଲୀ: ଭାରତରେ ଅନେକ ବିଶ୍ୱସ୍ତରୀୟ କମ୍ପାନୀ ସେମାନଙ୍କ ବ୍ୟବସାୟ ବନ୍ଦ କରି ଅନ୍ୟତ୍ର ଚାଲିଯିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଦେଶରେ କେବେ ହେଲେ ହେଟ ଇନ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆ ଏକାଠି ଚାଲି ପାରିବେ ନାହିଁ ବୋଲି ରାହୁଲ ଟ୍ୱିଟ କରିଛନ୍ତି।

ଆଜି ରାହୁଲ ଗାନ୍ଧି ଆଜି ଗୋଟିଏ ଗ୍ରାଫିକ୍ସ ଶେୟାର କରିଛନ୍ତି। ଯେଉଁଥିରେ ୭ଟି ବିଶ୍ୱସ୍ତରୀୟ କାର୍‌ କମ୍ପାନୀ କେଉଁ ସବୁ ମସିହାରେ ଭାରତ ଛାଡ଼ିଛନ୍ତି, ତା’ର ତଥ୍ୟ ରହିଛି। ଏହାବାଦ ରାହୁଲ ଟ୍ୱିଟ୍‌ କରି ୯ଟି ଫ୍ୟାକ୍ଟ୍ରୀ, ୬୪୯ଟି ଡିଲରଶିପ ଓ ୮୪ ହଜାର ନିଯୁକ୍ତି ସୁଯୋଗ ହାତ ଛଡ଼ା ହୋଇଥିବା କଥା ମଧ୍ୟ କହିଛନ୍ତି। ରାହୁଲଙ୍କ ଦାବି ଅନୁସାରେ ୨୦୧୭ରେ ଚେଭରୋଲେଟ, ୨୦୧୮ରେ ମାନ ଟ୍ରକ୍ସ, ୨୦୧୯ରେ ଫିଆତ ଓ ୟୁନାଇଟେଡ ମୋଟର୍ସ, ୨୦୨୦ରେ ହାର୍ଲେ ଡାଭିଡସନ, ୨୦୨୧ରେ ଫର୍ଡ ଓ ୨୦୨୨ରେ ଦସୁନ କମ୍ପାନୀ ଭାରତ ଛାଡ଼ିଛନ୍ତି।

ସେ କହିଛନ୍ତି, “ହେଟ୍‌ ଇନ ଇଣ୍ଡିଆ ଓ ମେକ୍‌ ଇନ ଇଣ୍ଡିଆ ଏକାଠି ଚାଲିପାରିବେ ନାହିଁ। ଏବେ ଭାରତରେ ବିପଜ୍ଜନକ ବେକାରୀ ସଙ୍କଟ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ସୟମ ଆସିଛି।”

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ସ୍ଥାନରେ ଏବେ ସାଂପ୍ରଦାୟିକ ଦଙ୍ଗା ଦେଖାଯାଉଛି। ଏହାକୁ ନେଇ ହଙ୍ଗାମା ଚାଲିଥିବା ବେଳେ ରାହୁଲ ଗାନ୍ଧି ଏପରି ଟ୍ୱିଟ କରିଛନ୍ତି। ରାହୁଲଙ୍କ ବ୍ୟତୀତ ସାଂପ୍ରଦାୟିକ ଦଙ୍ଗାକୁ ନେଇ ଦେଶର ୧୩ଟି ବିରୋଧୀ ଦଳର ନେତା ଓ ୧୦୦ରୁ ଅଧିକ ପୂର୍ବତନ ବ୍ୟୁରୋକ୍ରାଟ ମଧ୍ୟ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି।

Related story