‘ଆର୍ଯ୍ୟନ ଖାନ ଅପହରଣ ହୋଇଥିବା ହାଇକୋର୍ଟଙ୍କ ଅର୍ଡର ପରେ ପ୍ରମାଣିତ’

ମୁମ୍ବାଇ: ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ବମ୍ବେ ହାଇକୋର୍ଟ ବିସ୍ତୃତ ବେଲ ଅର୍ଡର ଜାରି କରିଛନ୍ତି। ଜାମିନ ଅର୍ଡରେ କୁହାଯାଇଛି ଯେ ଆର୍ଯ୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କ ମଧ୍ୟରେ ଡ୍ରଗ୍ସ ଜନିତ ଅପରାଧ ଘଟାଇବା ପାଇଁ କୌଣସି ଷଡ଼ଯନ୍ତ୍ର ହୋଇଥିବାର ପ୍ରମାଣ ମିଳିନି। ଏହାପରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଏନସିବିକୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି। ହାଇକୋର୍ଟଙ୍କ ଅର୍ଡର ପରେ ଆର୍ଯ୍ୟନ ଖାନଙ୍କ ମାମଲା ଗୋଟିଏ ଅପହରଣ ଓ […]

aryan-khan

Hemant Lenka
  • Published: Saturday, 20 November 2021
  • , Updated: 20 November 2021, 08:56 PM IST

ମୁମ୍ବାଇ: ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ବମ୍ବେ ହାଇକୋର୍ଟ ବିସ୍ତୃତ ବେଲ ଅର୍ଡର ଜାରି କରିଛନ୍ତି। ଜାମିନ ଅର୍ଡରେ କୁହାଯାଇଛି ଯେ ଆର୍ଯ୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କ ମଧ୍ୟରେ ଡ୍ରଗ୍ସ ଜନିତ ଅପରାଧ ଘଟାଇବା ପାଇଁ କୌଣସି ଷଡ଼ଯନ୍ତ୍ର ହୋଇଥିବାର ପ୍ରମାଣ ମିଳିନି। ଏହାପରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଏନସିବିକୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି।

ହାଇକୋର୍ଟଙ୍କ ଅର୍ଡର ପରେ ଆର୍ଯ୍ୟନ ଖାନଙ୍କ ମାମଲା ଗୋଟିଏ ଅପହରଣ ଓ ଟଙ୍କା ଅସୁଲ ଘଟଣା ଥିଲା ବୋଲି ପ୍ରମାଣିତ ହୋଇଛି।

ଆଜି ହାଇକୋର୍ଟଙ୍କ ଜାମିନ ଅର୍ଡରେ କୁହାଯାଇଛି ଯେ ଆର୍ଯ୍ୟନ ଖାନଙ୍କ ବିରୋଧରେ କୌଣସି ଅପରାଧିକ ଷଡ଼ଯନ୍ତ୍ରର ପ୍ରମାଣ ନାହିଁ। ସେହିପରି ମୁନମୁନ ଧମେଚା, ଅରବାଜ ମରଚାଣ୍ଟ ଓ ଆର୍ଯ୍ୟନ ଅପରାଧିକ ଉଦ୍ଦେଶ୍ୟ ରଖି କ୍ରୁଜକୁ ଯାଇ ନଥିଲେ। ଆର୍ଯ୍ୟନଙ୍କ ହ୍ୱାଟସଆପରୁ କୌଣସି ପ୍ରକାରର ଆପତ୍ତିଜନକ ବିଷୟବସ୍ତୁ ମିଳିନି।

ତାଙ୍କ ନିକଟରୁ ମଧ୍ୟ କୌଣସି ନିଶାଦ୍ରବ୍ୟ ମିଳି ନଥିଲା। ମୁନମୁନ ଓ ଅରବାଜଙ୍କ ନିକଟରୁ ଖୁବ ପରିମାଣର ଡ୍ରଗ୍ସ ମିଳିଥିଲା। ଅରବାଜ ଓ ଆର୍ଯ୍ୟନଙ୍କ ସହ ପୂର୍ବରୁ ମୁନମୁନଙ୍କର କୌଣସି ଲିଙ୍କ ନଥିଲା। ଆର୍ଯ୍ୟନଙ୍କ ଚାଟ ଯାଞ୍ଚ କରିବା ପରେ ସେଥିରେ କୌଣସି ପ୍ରକାରର ଷଡ଼ଯନ୍ତ୍ର ରହିଥିବା ପ୍ରମାଣ ମିଳିନି। କୌଣସି ଅପରାଧ ଘଟାଇବାକୁ ଉଦ୍ଦେଶ୍ୟ ରଖି ଅଭିଯୁକ୍ତମାନେ ଏକାଠି ହୋଇଥିବାର ପ୍ରମାଣ ମିଳିନି ବୋଲି ହାଇକୋର୍ଟ କହିଛନ୍ତି।

ଏହାପରେ ନବାବ ମଲିକ ନିଜର ପୁରୁଣା କଥା ଦୋହାରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ହାଇକୋର୍ଟଙ୍କ ଅର୍ଡର ପରେ ଆର୍ଯ୍ୟନ ଖାନଙ୍କ ମାମଲା ଗୋଟିଏ ଅପହରଣ ଓ ଟଙ୍କା ଅସୁଲ କରିବାର ମାମଲା ଥିଲା ବୋଲି ପ୍ରମାଣ ହୋଇଛି। ଏଥିପାଇଁ ବେଶ ଚତୁରତାର ସହ ଯୋଜନା କରାଯାଇଥିଲା। କିନ୍ତୁ ଗୋଟିଏ ସେଲଫି ପବ୍ଲିକ ଡୋମେନରେ ଆସି ଯିବାରୁ ସବୁ କିଛି ଫସର ଫାଟିଥିଲା। ଫର୍ଜିୱାଡା ଏବେ ପର୍ଦ୍ଦାଫାସ ହୋଇଛି।”

ପୂର୍ବରୁ ମଧ୍ୟ ନବାବ ମଲିକ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ରେଡ୍‌କୁ ଫେକ କହିବା ସହ ଆର୍ଯ୍ୟନ ଖାନଙ୍କୁ ଫସା ଯାଇଥିବା ଦାବି କରିଥିଲେ। ଆର୍ଯ୍ୟନ ଖାନଙ୍କୁ ଅପହରଣ କରି ମୋଟା ଅଙ୍କର ଟଙ୍କା ହାସଲ ହିଁ ପ୍ରକୃତ ଲକ୍ଷ୍ୟ ଥିଲେ। ଏହା ପଛରେ ବିଜେପି ନେତା ମୋହିତ କାମ୍ବୋଜ ହିଁ ରହିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିକ କହିଥିଲେ ଯେ “କ୍ରୁଜ ପାର୍ଟି ପାଇଁ ଆର୍ଯ୍ୟନ ଖାନ ଟିକେଟ କିଣି ନଥିଲେ। ପ୍ରତୀକ ଗାବା ଓ ଆମୀର ଫର୍ଣ୍ଣିଚରୱାଲା ତାଙ୍କୁ ସେଠାକୁ ଆଣିଥିଲେ। ଏହା କେବଳ ଅପହରଣ ଓ ଟଙ୍କା ଅସୁଲ ମାମଲା। ମୋହିତ ହିଁ ଘଟଣାର ମାଷ୍ଟରମାଇଣ୍ଡ ଓ ତାଙ୍କ ସହଯୋଗୀ ସମୀର ୱାଙ୍ଖଡେ ଟଙ୍କା ହାସଲ କରିବାକୁ ଚାହୁଁଥିଲେ।

ସମୀର ୱାଙ୍ଖଡେ ଅପହରଣ ମାମଲା ରଚନା କରନ୍ତି। ଫ୍ୟାଶନ ଟିଭି ଇଣ୍ଡିଆ ଏମଡି କାଶିଫ ଖାନ ମହାରାଷ୍ଟ୍ରର ମନ୍ତ୍ରୀ ଅସଲମ ଶେଖଙ୍କୁ ମଧ୍ୟ କ୍ରୁଜ ପାର୍ଟିରେ ଯୋଗଦେବାକୁ ବାଧ୍ୟ କରିଥିଲେ। ଖାଲି ସେତିକି ନୁହେଁ, ଅନେକ ମନ୍ତ୍ରୀଙ୍କ ପିଲାମାନଙ୍କୁ ମଧ୍ୟ କ୍ରୁଜ ପାର୍ଟିରେ ଯୋଗଦେବାକୁ ବାଧ୍ୟ କରାଯାଉଥିଲା।

ଯଦି ଅସଲମ ଶେଖ ସେଠାକୁ ଯାଇଥାଆନ୍ତେ, ତା’ହେଲେ ଆଜି ସ୍ଥିତି କ’ଣ ହୋଇଥାଆନ୍ତା ସମସ୍ତେ ବିଚାର କରିବା ଦରକାର। ଉଡ଼ତା ପଞ୍ଜାବ ଭଳି ଉଡ଼ତା ମହାରାଷ୍ଟ୍ର ସୃଷ୍ଟି ହୋଇଥାଆନ୍ତା। ମହାରାଷ୍ଟ୍ର ସରକାରଙ୍କୁ ବଦନାମ କରିବାକୁ ବିରାଟ ଷଡ଼ଯନ୍ତ୍ର ହୋଇଛି।”

Related story