ମୁହଁ ଖୋଲିଲେ ଶଙ୍କର ମିଶ୍ରାଙ୍କ ବାପା: କହିଲେ ମୋ ପୁଅକୁ ବ୍ଲାକମେଲିଂ କରାଯାଉଛି

ମୁମ୍ବାଇ: ବିମାନରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି  ସହ ଯାତ୍ରୀଙ୍କ ଉପରେ ମଦ୍ୟପାନ କରି ପରିସ୍ରା କରିବା ମହଙ୍ଗା ପଡ଼ିଛି। ତାଙ୍କୁ ଗିରଫ ପାଇଁ ପୁଲିସ ଖୋଜୁଥିବା ବେଳେ ସେ ଚାକିରି କରିଥିବା ସଂସ୍ଥା ତାଙ୍କୁ ବହିଷ୍କାର କରିଛି।  ବିମାନରେ ଅସଭ୍ୟ ଆଚରଣ କରିଥିବା ଶଙ୍କର ମିଶ୍ରାଙ୍କର ବାପା ଏବେ ପୁଅ ପାଇଁ ମୁହଁ ଖୋଲିଛନ୍ତି।  ଶଙ୍କରଙ୍କ ବାପା ଶ୍ୟାମା ମିଶ୍ରା କହିଛନ୍ତି ଯେ,  ତାଙ୍କ ପୁଅ ଦୁଇଦିନ ହେଲା ବିମାନରେ ଶୋଇନଥିଲେ। ମିଛ ମାମଲାରେ ତାଙ୍କୁ ଫସାଯାଇଛି। […]

7j

  • Published: Saturday, 07 January 2023
  • , Updated: 07 January 2023, 12:41 PM IST

ମୁମ୍ବାଇ: ବିମାନରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି  ସହ ଯାତ୍ରୀଙ୍କ ଉପରେ ମଦ୍ୟପାନ କରି ପରିସ୍ରା କରିବା ମହଙ୍ଗା ପଡ଼ିଛି। ତାଙ୍କୁ ଗିରଫ ପାଇଁ ପୁଲିସ ଖୋଜୁଥିବା ବେଳେ ସେ ଚାକିରି କରିଥିବା ସଂସ୍ଥା ତାଙ୍କୁ ବହିଷ୍କାର କରିଛି।  ବିମାନରେ ଅସଭ୍ୟ ଆଚରଣ କରିଥିବା ଶଙ୍କର ମିଶ୍ରାଙ୍କର ବାପା ଏବେ ପୁଅ ପାଇଁ ମୁହଁ ଖୋଲିଛନ୍ତି।  ଶଙ୍କରଙ୍କ ବାପା ଶ୍ୟାମା ମିଶ୍ରା କହିଛନ୍ତି ଯେ,  ତାଙ୍କ ପୁଅ ଦୁଇଦିନ ହେଲା ବିମାନରେ ଶୋଇନଥିଲେ। ମିଛ ମାମଲାରେ ତାଙ୍କୁ ଫସାଯାଇଛି। ତାଙ୍କୁ ବ୍ଲାକମେଲିଂ କରାଯାଉଥିବା ସେ ସନ୍ଦେହ କରିଛନ୍ତି। ଜଣେ ୭୦ ବର୍ଷୀୟ ମହିଳାଙ୍କ ଉପରେ ଶଙ୍କର ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା ବେଳେ ବେଳେ ସମ୍ପୃକ୍ତ ମହିଳା  ଜଣକ ତାଙ୍କୁ ଅଧିକ ଟଙ୍କା ପାଇଁ ବ୍ଲାକମେଲିଂ କରୁଥିବା ଶ୍ୟମା ମିଶ୍ରା କହିଛନ୍ତି।

ଶଙ୍କରଙ୍କ ବାପା ଶ୍ୟାମା ମିଶ୍ରା କହିଛନ୍ତି ଯେ ତାଙ୍କ ପୁଅକୁ ବ୍ଲାକମେଲିଂ କରାଯାଉଥିବା ସେ ସନ୍ଦେହ କରୁଛନ୍ତି। ଘଟଣା ସମ୍ପର୍କରେ ତାଙ୍କୁ ବେଶୀ କିଛି ଜଣା ନାହିଁ। ମୋ ପୁଅ କୌଣସି ମହିଳାଙ୍କୁ ପ୍ରତି ଅସଦାଚଣ କରିଥିବା ନଜିର ନାହିଁ। ସେ କେବେ ଏମିତି କାମ କରି ନଥିବ।  ତାଙ୍କୁ ଫସାଯାଇଥିବା ସେ ସନ୍ଦେହ କରିଛନ୍ତି । ତାଙ୍କ ପୁଅ ବିରୋଧରେ ଆସିଥିବା ଅଭିଯୋଗ ମିଛ। ଶଙ୍କର ୭୨ ଘଣ୍ଟା ଧରି ଶୋଇନଥିଲେ ଏବଂ ବିମାନରେ ଦିଆଯାଇଥିବା ପାନୀୟ ଗ୍ରହଣ କରିବା ପରେ ଗଭୀର ନିଦରେ ପରିସ୍ରା କରିଥିଲେ। ତାଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ହୋଇଛି, ତାହା ଆଦୌ ଠିକ ନୁହେଁ ବୋଲି ଶଙ୍କରଙ୍କ ପିତା କହିଛନ୍ତି। ସୂଚନା ଅନୁଯାୟୀ,  ଗତବର୍ଷ ୨୬ ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଶଙ୍କର ମିଶ୍ରା ପ୍ରଚୁର ମଦ୍ୟପାନ କରି ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିଲେ।

ଶଙ୍କର ମିଶ୍ରା ସଂପର୍କରେ ଏୟାର ଇଣ୍ଡିଆ ସବୁ ତଥ୍ୟ ସାର୍ବଜନୀନ କରିବା ପରେ ତାଙ୍କୁ ନିଯୁକ୍ତି ଦେଇଥିବା କମ୍ପାନି ୱେଲ୍ସ ଫାର୍ଗୋ ବହିଷ୍କାର କରିଛି। ବିମାନରେ ଅଶୋଭୀନୟ ସ୍ଥିତି ସୃଷ୍ଟି କରିଥିବା କର୍ମଚାରୀଙ୍କୁ ଆମେ ବହିଷ୍କାର କରିଛୁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମିଶ୍ରାଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେ ଫେରାର ଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି ହୋଇଛି । ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ମୁମ୍ବାଇ ପଠାଇଛି।

Related story