ଅଂଶୁଘାତରେ ୫୦ ବର୍ଷରେ ଜୀବନ ହାରିଲେଣି ୧୭ ହଜାରରୁ ଅଧିକ, ଆଗରେ ଓଡ଼ିଶା

ନୂଆଦିଲ୍ଲୀ: ଦେଶରେ ୫୦ ବର୍ଷରେ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଅଂଶୁଘାତରେ। ପାଣିପାଗ ବିଭାଗ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ୧୯୭୧-୨୦୧୯ ମଧ୍ୟରେ ୭୦୬ ଥର ଅଂଶୁଘାତ ଭଳି ସ୍ଥିତି ଉପୁଜିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡ଼ିଶାରେ ଗତ ପଚାଶ ବର୍ଷ ମଧ୍ୟରେ ସର୍ବାଧିକ ମୃତ୍ୟୁ ଘଟିଛି। ମେ’ ମାସରେ ପ୍ରବଳ ଉତ୍ତାପ ଯୋଗୁଁ ମୁଖ୍ୟତଃ ଲୋକମାନେ ରହିବା ପାଇଁ ଅନେକ ସମସ୍ୟା ଭୋଗିଛନ୍ତି। ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, […]

Heat Wave

Subhransu Sekhar
  • Published: Sunday, 04 July 2021
  • , Updated: 04 July 2021, 07:37 PM IST

ନୂଆଦିଲ୍ଲୀ: ଦେଶରେ ୫୦ ବର୍ଷରେ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଅଂଶୁଘାତରେ। ପାଣିପାଗ ବିଭାଗ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ୧୯୭୧-୨୦୧୯ ମଧ୍ୟରେ ୭୦୬ ଥର ଅଂଶୁଘାତ ଭଳି ସ୍ଥିତି ଉପୁଜିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡ଼ିଶାରେ ଗତ ପଚାଶ ବର୍ଷ ମଧ୍ୟରେ ସର୍ବାଧିକ ମୃତ୍ୟୁ ଘଟିଛି। ମେ' ମାସରେ ପ୍ରବଳ ଉତ୍ତାପ ଯୋଗୁଁ ମୁଖ୍ୟତଃ ଲୋକମାନେ ରହିବା ପାଇଁ ଅନେକ ସମସ୍ୟା ଭୋଗିଛନ୍ତି। ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିଆଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମୁଖ୍ୟତଃ ଅଧିକ ଉତ୍ତାପ ରହିଥିବା ଅଧ୍ୟୟନରୁ ଜଣାପଡ଼ିଛି।

ଭୂ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍ ରାଜୀବନଙ୍କ ନେତୃତ୍ୱରେ ଏହି ଅଧ୍ୟୟନ ହୋଇଛି। ଯେଉଁଥିରେ ବୌଜ୍ଞାନିକ କମଲଜିତ ରୟ, ଏସଏସ ରୟ, ଆର,କେ ଗିରି ଏବଂ ଏ.ପି ଡିମରି ରହିଛନ୍ତି। କମଲଜିତ ଅଧ୍ୟୟନର ଫଳାଫଳକୁ ଲେଖିଛନ୍ତି।

ଅତ୍ୟଧିକ ଉତ୍ତାପ ଯୋଗୁଁ ୫୦ ବର୍ଷରେ ୧,୪୧,୩୦୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ହଜାର ୩୬୨ ଜଣ ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ତେବେ ଅଂଶୁଘାତରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନରେ ଅଧିକ ପ୍ରାଣ ହରାଇଛନ୍ତି ବୋଲି ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ ରହିଛି।

୨୦୧୭ରେ ଦେଶରେ ୩୦ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଝାଡଖଣ୍ଡରେ ଦୁଇ ଜଣ, ମହାରାଷ୍ଟ୍ରରେ ୬ ଜଣ, ଓଡ଼ିଶାରେ ୮ ଜଣ, ତେଲେଙ୍ଗାନାରେ ୧୨ ଜଣ ପ୍ରାଣ ହରାଇଥିଲେ।

ସେହିପରି ୨୦୧୮ରେ ଉତ୍ତରପ୍ରଦେଶରେ ୨, ମହାରାଷ୍ଟ୍ରରେ ୫, ଝାଡଖଣ୍ଡରେ ୧, କେରଳରେ ୩, ଛତିଶଗଡରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି। ୨୦୧୯ରେ ମହାରାଷ୍ଟ୍ରରେ ୧୫, କେରଳରେ ୬, ବିହାରରେ ୪, ରାଜସ୍ଥାନରେ ଜଣେ ଲେଖାଏଁ ଅଂଶୁଘାତରେ ମୋଟ୍ ୨୬ ଜଣ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରେ କାନାଡା ଏବଂ ଉତ୍ତର ଆମେରିକାର କିଛି ଅଂଶରେ ପାଣିପାଗରେ ଅତ୍ୟଧିକ ଉତ୍ତାପ ଯୋଗୁଁ ଅଂଶୁଘାତ ଭଳି ପରିବେଶ ସୃଷ୍ଟି ହୋଇଥିଲା। ଭାନକୋଭରରେ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। କାନାଡାରେ ଗତ ସପ୍ତାହରେ ଗୋଟିଏ ଦିନରେ ୧୦୦ରୁ ଅଧିକ ଲୋକ ଅଂଶୁଘାତରେ ପ୍ରାଣ ହରାଇଥିଲେ।

Related story