କେଦାରନାଥ ଯାଉଥିବା ହେଲିକପ୍ଟର କ୍ରାଶ୍‌, ୬ ମୃତ

ଡେରାଡୁନ: ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା। କେଦାରନାଥ ଯାଉଥିବା ଏକ ହେଲିକପ୍ଟର କ୍ରାଶ୍ ହୋଇଛି। କେଦାରନାଥ ଠାରୁ ୯ କିଲୋମିିଟର ଦୂର ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଯାତ୍ରୀଙ୍କ ସମେତ ୨ଜଣ ପାଇଲଟ୍ ଅଛନ୍ତି। ବର୍ଷା ଓ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏନେଇ ଡିଜିସିଏ ସୂଚନା ଦେଇଛି। ଦୁର୍ଘଟଣା ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି। #WATCH | Uttarakhand: […]

helicopter-crashed

Madhupriya Mistry
  • Published: Tuesday, 18 October 2022
  • , Updated: 18 October 2022, 12:39 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା। କେଦାରନାଥ ଯାଉଥିବା ଏକ ହେଲିକପ୍ଟର କ୍ରାଶ୍ ହୋଇଛି। କେଦାରନାଥ ଠାରୁ ୯ କିଲୋମିିଟର ଦୂର ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ୪ ଯାତ୍ରୀଙ୍କ ସମେତ ୨ଜଣ ପାଇଲଟ୍ ଅଛନ୍ତି। ବର୍ଷା ଓ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏନେଇ ଡିଜିସିଏ ସୂଚନା ଦେଇଛି। ଦୁର୍ଘଟଣା ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି।

https://twitter.com/ANI/status/1582262625114546177?s=20&t=EXOIePdy8RFz0PdQm9VjJA

ଏହି ଯାତ୍ରୀବାହୀ ହେଲିକପ୍ଟରଟି ଗୁପ୍ତକାଶୀରୁ ଉଡାଣ ଭରିଥିଲା। କେଦାରଘାଟି ଆଡକୁ ହେଲିକପ୍ଟରଟି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

Related story