ପଲଟିକାଲ ଚାନ୍ଦା: କିଏ ମାଲାମାଲ ତ କାହା ମୁଣି ଖାଲି

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ଦଳ ବିଜେପି। ପ୍ରତିବର୍ଷ ହେଉଛି ମାଲାମାଲ। ମିଳୁଛି ପୁଳାପୁଳା ଟଙ୍କା। ଚାନ୍ଦା ଆକାରରେ ବିଜେପିର ଝୋଲିକୁ ଯାଉଛି ଶହ ଶହ କୋଟି। ଚାନ୍ଦା ବାବଦରେ ବିଜେପି ପାଇଛି ୭୨୦ କୋଟି ୪୦ ଲକ୍ଷ ଟଙ୍କା। ଏ କଥା ଆମେ କହୁନୁ। ପ୍ରକାଶ ପାଇଥିବା ୨୦୧୯-୨୦ ଏଡିଆର୍‌ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ରାଜନୈତିକ ଦଳମାନଙ୍କୁ ପ୍ରତିବର୍ଷ କର୍ପୋରେଟ ଜଗତରୁ କୋଟି କୋଟି ଟଙ୍କା ଚାନ୍ଦା ମିଳୁଛି। ସବୁ ନାମିଦାମୀ କମ୍ପାନୀମାନେ […]

Political donations

Madhupriya Mistry
  • Published: Tuesday, 05 April 2022
  • , Updated: 05 April 2022, 12:39 PM IST

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ଦଳ ବିଜେପି। ପ୍ରତିବର୍ଷ ହେଉଛି ମାଲାମାଲ। ମିଳୁଛି ପୁଳାପୁଳା ଟଙ୍କା। ଚାନ୍ଦା ଆକାରରେ ବିଜେପିର ଝୋଲିକୁ ଯାଉଛି ଶହ ଶହ କୋଟି। ଚାନ୍ଦା ବାବଦରେ ବିଜେପି ପାଇଛି ୭୨୦ କୋଟି ୪୦ ଲକ୍ଷ ଟଙ୍କା। ଏ କଥା ଆମେ କହୁନୁ। ପ୍ରକାଶ ପାଇଥିବା ୨୦୧୯-୨୦ ଏଡିଆର୍‌ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ରାଜନୈତିକ ଦଳମାନଙ୍କୁ ପ୍ରତିବର୍ଷ କର୍ପୋରେଟ ଜଗତରୁ କୋଟି କୋଟି ଟଙ୍କା ଚାନ୍ଦା ମିଳୁଛି। ସବୁ ନାମିଦାମୀ କମ୍ପାନୀମାନେ ରାଜନୈତିକ ଦଳମାନଙ୍କୁ ଏହି ଚାନ୍ଦା ପ୍ରଦାନ କରିଥାନ୍ତି। ଚାନ୍ଦା ଦେଉଥିବା କର୍ପୋରେଟମାନଙ୍କ ମଧ୍ୟରେ ଅନେକ ଅଜଣା ନାମ ବି ସାମିଲ ରହିଛି। ରାଜନୈତିକ ପାରଦର୍ଶିତା ପାଇଁ କାମ କରୁଥିବା ଏକ ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମର (ଏଡିଆର) ଏବେ ଏକ ରିପୋର୍ଟ ପ୍ରକାଶ କରିଛି ।

ଏହି ରିପୋର୍ଟରେ ସଂସ୍ଥା ପକ୍ଷରୁ ରାଜନୈତିକ ଦଳମାନଙ୍କୁ କେଉଁ କମ୍ପାନୀ କେତେ ଚାନ୍ଦା ଦେଉଛି ତାହା ପ୍ରକାଶ କରିଛି। ରିପୋର୍ଟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି ଭାରତୀ ଏଣ୍ଟରପ୍ରାଇଜେସ ଓ ଆଇଟିସି ଭଳି ବଡ କମ୍ପାନୀ।

ଏଡିଆରର ରିପୋର୍ଟ ମୁତାବକ ଭାରତୀ ଏଣ୍ଟରପ୍ରାଇଜେସ ଠାରୁ ପ୍ରୋଡେଣ୍ଟ ଇଲେକ୍ଟ୍ରୋରାଲ ଟ୍ରଷ୍ଟ ଚାନ୍ଦା ଦେବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି। ଏହି କମ୍ପାନୀ ୨୦୧୯-୨୦ ଆର୍ଥିକ ବର୍ଷ ରାଜନୈତିକ ଦଳମାନଙ୍କୁ ସର୍ବାଧିକ ୨୪୭.୭୫ କୋଟି ଟଙ୍କା ଚାନ୍ଦା ଦେଇଛି । ଏହାସହ ୨୦୧୬-୧୭ ଓ ୨୦୧୭-୧୮ ଦୁଇ ବର୍ଷରେ ଏହି କମ୍ପାନୀ ସର୍ବାଧିକ ୪୨୯.୪୨ କୋଟି ଟଙ୍କା କେବଳ ବିଜେପି ଓ କଂଗ୍ରେସକୁ ଚାନ୍ଦା ଦେଇଛି। ସେତେବେଳେ ଏହା ସତ୍ୟ ଇଲେକ୍ଟ୍ରୋକାଲ ଟ୍ରଷ୍ଟ ନାମରେ ପରିଚିତ ଥିଲା। ଏହି କ୍ରମରେ ପ୍ରୋଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ତରଫରୁ ବିଜେପିକୁ ୨୧୬.୭୫ କୋଟି ଓ କଂଗ୍ରେସକୁ ୩୧ କୋଟି ଟଙ୍କା ଚାନ୍ଦା ଦେଇଥିଲା।

ଏଡିଆର୍‌ ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟି ତଥା ବିଜେପି ଚାନ୍ଦା ପାଇବାରେ ସବୁଠୁ ଆଗରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ, ଶ୍ରେଷ୍ଠ -୫ ଦଳକୁ ମିଳିତ ଭାବେ ୯୨୧ କୋଟି ୯୫ ଲକ୍ଷ ଟଙ୍କା କର୍ପୋରେଟ୍ ଚାନ୍ଦା ମିଳିଥିଲା। ଏଥିରୁ ୧୨୦ କୋଟି ୪୦ ଲକ୍ଷ ଟଙ୍କା କେବଳ ବିଜେପିକୁ ମିଳିଥିଲା। ସେହିପରି କଂଗ୍ରେସକୁ ୧୩୩.୦୪ କୋଟି ଓ ଏନ୍‌ସିପିକୁ ୫୭.୦୮ କୋଟି ମିଳିଛି।

ବିଜେପି ବ୍ୟତୀତ କର୍ପୋରେଟ ଜଗତରୁ ଚନ୍ଦା ପାଉଥିବା ଦଳମାନଙ୍କ ମଧ୍ୟରେ କଂଗ୍ରେସ, ଏନସିପି, ସିପିଆଇ (ଏମ) ଓ ତୃଣମୂଳ କଂଗ୍ରେସ ସାମିଲ ରହିଛି। ହେଲେ ଚଳିତ ବର୍ଷ ସିପିଆଇ ମୁଣି ଖାଲି ରହିଛି। ତାକୁ କୌଣସି କର୍ପୋରେଟ ଜଗତରୁ ଚାନ୍ଦା ମିଳିନଥିବା ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି।

Related story