ବିବାଦ ପରେ ରିପୋର୍ଟିଂଙ୍କୁ ଦୋଷ ଦେଲେ ସିଜେଆଇ, କହିଲେ ମହିଳାଙ୍କ ପାଇଁ ରହିଛି ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ଗୋଟିଏ ଦୁଷ୍କର୍ମ ମାମଲାର ଶୁଣାଣି କରିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା ଖବର ପ୍ରକାଶ ପାଇଥିଲା। ସଜେଆଇଙ୍କ ଏହି ବୟାନକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଥିଲା। ହେଲେ ଆଜି ବିବାଦ ମଧ୍ୟରେ ସିଜେଆଇ ଜଷ୍ଟିସ ଏସଏ ବୋବଡେ ଏହା ଉପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଗତ ସପ୍ତାହରେ ହୋଇଥିବା ଶୁଣାଣି ବେଳେ ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। […]

CJI-Bobde

Hemant Lenka
  • Published: Monday, 08 March 2021
  • , Updated: 08 March 2021, 06:01 PM IST

ନୂଆଦିଲ୍ଲୀ: ଗୋଟିଏ ଦୁଷ୍କର୍ମ ମାମଲାର ଶୁଣାଣି କରିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା ଖବର ପ୍ରକାଶ ପାଇଥିଲା। ସଜେଆଇଙ୍କ ଏହି ବୟାନକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଥିଲା। ହେଲେ ଆଜି ବିବାଦ ମଧ୍ୟରେ ସିଜେଆଇ ଜଷ୍ଟିସ ଏସଏ ବୋବଡେ ଏହା ଉପରେ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ଗତ ସପ୍ତାହରେ ହୋଇଥିବା ଶୁଣାଣି ବେଳେ ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମହିଳା ଜାତି ଓ ସମାଜ ପ୍ରତି ଆମର ସର୍ବୋଚ୍ଚ ସମ୍ମାନ ରହିଛି। ନ୍ୟାୟପାଳିକା ଛବି ଓ ସମ୍ମାନ ଅକ୍ଷୁଣ୍ଣ ରଖିବା ଏହାର ଓକିଲମାନଙ୍କ ହାତରେ ରହିଛି। ଆମେ କେବେ ହେଲେ ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କୁ ବିବାହ କର ବୋଲି କହିନାହୁଁ। ଆମେ କେବଳ ପ୍ରଶ୍ନ କରିଥିଲୁ ଯେ କ’ଣ ତୁମେ ବିବାହ କରିବାକୁ ଯାଉଛ କି ବୋଲି ଆଜି ଜଷ୍ଟିସ ବୋବଡେ କହିଛନ୍ତି।

ମାର୍ଚ୍ଚ ୧ରେ ଦୁଷ୍କର୍ମ ଅଭିଯୁକ୍ତ ମୋହିତ ସୁଭାଷ ଚୌହାନଙ୍କ ଜାମିନ ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ। ସେ ମହାରାଷ୍ଟ୍ର ରାଜ୍ୟ ବିଜୁଳି ଉତ୍ପାଦନ କମ୍ପାନୀର ଟେକ୍ନିସିଆନ ଭାବେ କାମ କରୁଥିଲେ। ତେବେ ମୋହିତ ଜଣେ ସ୍କୁଲ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଶୁଣାଣି ପରେ ଆବେଦନକାରୀଙ୍କ ଓକିଲ ଗଣମାଧ୍ୟମକୁ କହିଥିଲେ ଯେ “ଆଜି ସିଜେଆଇ ଜଷ୍ଟିସ ବୋବଡେ ବଡ଼ ବୟାନ ଦେଇଛନ୍ତି। ସେ ଶୁଣାଣି ବେଳେ ଅଭିଯୁକ୍ତଙ୍କ କହିଥିଲେ ଯେ ଯଦି ତୁମେ ପୀଡ଼ିତାଙ୍କୁ ବିବାହ କରିବ, ତା’ହେଲେ ଆମେ ତମକୁ ସହଯୋଗ କରିବୁ। ଯଦି ବାହା ନ ହେବ, ତା’ହେଲେ ତୁମ ଚାକିରି ଯିବ ଓ ତୁମକୁ ଜେଲ ପଠାଯିବ। ତୁମେ ଝିଅଟିକୁ ଦୁଷ୍କର୍ମ କରିଛ। ଆମେ ବିବାହ ପାଇଁ ତୁମକୁ ବାଧ୍ୟ କରୁନୁ। ନହେଲେ ତୁମେ ପରବର୍ତ୍ତୀ ମୁହୂର୍ତ୍ତରେ ତୁମକୁ କୋର୍ଟ ବାଧ୍ୟ କରିଛନ୍ତି ବୋଲି କହିବ।”

ସିଜେଆଇ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏଭଳି କଥା କହିଥିବାର ଏହାକୁ ନେଇ ବିବାଦ ହୋଇଥିଲା। ଏକାଧିକ ମହିଳା ସଂଗଠନ, ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଲେଖକ ଓ କଳାକାର ଏହାକୁ ବିରୋଧ କରିଥିଲେ। ସିଜେଆଇ ଜଷ୍ଟିସ ବୋବଡେ ନିଜ ବୟାନ ପାଇଁ କ୍ଷମା ମାଗନ୍ତୁ ଓ ନିଜ ବୟାନରେ ସଂଶୋଧନ କରନ୍ତୁ ବୋଲି ସେମାନେ ଦାବି କରିଥିଲେ। ଏ ସଂକ୍ରାନ୍ତରେ ୫ ହଜାର ଦସ୍ତଖତ ଥିବା ଏକ ଦାବିପତ୍ର ବି ତାଙ୍କ ପାଖକୁ ପଠାଯାଇଥିଲା।

ଆଜି ଜଷ୍ଟିସ ଏସଏ ବୋବଡେ କହିଛନ୍ତି, “ଘଟଣାରେ ମୋ ବୟାନକୁ ସଂପୂର୍ଣ୍ଣ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ଆମ ପାଖରେ କୌଣସି ବିବାହ ଜନିତ ଦୁଷ୍କର୍ମ ମାମଲା ଆସି ନଥିଲା। ମୁଁ ଏକଥା ମୋ ଭାଇମାନଙ୍କୁ(ସହଯୋଗୀ ବିଚାରପତି) ପଚାରିଥିଲେ। ସେମାନେ ମଧ୍ୟ ଏମିତି ବିବାହ ଜନିତ ଦୁଷ୍କର୍ମ ମାମଲା ଆସିଥିଲା ବୋଲି ଜାଣିନାହାନ୍ତି। ଏହି ଇନଷ୍ଟିଚ୍ୟୁସନ ବିଶେଷ କରି ଏହି ବେଞ୍ଚ ସବୁବେଳେ ମହିଳା ସମାଜକୁ ସର୍ବୋଚ୍ଚ ସମ୍ମାନ ଦେଇଥାଏ।”

ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ କୋର୍ଟ ଭିନ୍ନ ଏକ ପ୍ରସଙ୍ଗରେ କେବଳ ପ୍ରଶ୍ନ ପଚାରିଥିଲେ ବୋଲି କହିଛନ୍ତି।

Related story