ଭୋଟ୍ ଦେଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌

ନୂଆଦିଲ୍ଲୀ: ଭୋଟ୍ ଦେଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୨ରେ ମତଦାନ ହେବ। ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଛି ପୋଷ୍ଟାଲ ବାଲାଟ୍ ଭୋଟିଂ। ପୋଷ୍ଟାଲ ବାଲାଟ୍ ଜରିଆରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ୧୦୬ ବର୍ଷିୟ ଶ୍ୟାମ ସରଣ ନେଗୀ। ଏହା ଶ୍ୟାମ ସରଣଙ୍କ ୩୪ ତମ ମତଦାନ। ଏଥିପାଇଁ ନେଗୀଙ୍କ କିନ୍ନୋର ଜିଲ୍ଲାର କଲ୍ପା ସ୍ଥିତ ଘରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମତଦାନ ସାବ୍ୟସ୍ତ କରିବା […]

shyam-saran-negi

shyam-saran-negi

Madhupriya Mistry
  • Published: Thursday, 03 November 2022
  • Updated: 03 November 2022, 08:27 AM IST

Sports

Latest News

ନୂଆଦିଲ୍ଲୀ: ଭୋଟ୍ ଦେଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୨ରେ ମତଦାନ ହେବ। ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଛି ପୋଷ୍ଟାଲ ବାଲାଟ୍ ଭୋଟିଂ। ପୋଷ୍ଟାଲ ବାଲାଟ୍ ଜରିଆରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ୧୦୬ ବର୍ଷିୟ ଶ୍ୟାମ ସରଣ ନେଗୀ।

ଏହା ଶ୍ୟାମ ସରଣଙ୍କ ୩୪ ତମ ମତଦାନ। ଏଥିପାଇଁ ନେଗୀଙ୍କ କିନ୍ନୋର ଜିଲ୍ଲାର କଲ୍ପା ସ୍ଥିତ ଘରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମତଦାନ ସାବ୍ୟସ୍ତ କରିବା ପରେ ଶ୍ୟାମ ସରଣ ନେଗୀଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଥିଲା। ଜୁଲାଇ ୧୯୧୭ରେ ଜନ୍ମିତ ଶ୍ୟାମ ସରଣ ନେଗୀ ୧୯୫୧ରେ ସ୍ୱାଧୀନ ଭାରତରେ ପ୍ରଥମ ଭୋଟ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ୧୯୪୭ରେ ଭାରତ ସ୍ୱାଧୀନତା ପାଇବା ପରେ ପ୍ରଥମ ଥର ପାଇଁ ୧୯୫୨ରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। କିନ୍ତୁ ପାଣିପାଗ ଖରାପ କାରଣରୁ ୧୯୫୧ରେ ପାଞ୍ଚ ମାସ ପୂର୍ବରୁ ହିମାଚଳର କିନ୍ନୋର ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯାଇଥିଲା।

ହିମାଚଳ ପ୍ରଦେଶର ୬୮ଟି ସିଟ୍ ପାଇଁ ନଭେମ୍ବର ୧୨ ତାରିଖରେ ମତଦାନ ହେବ। ଡିସେମ୍ବର ୮ ତାରିଖରେ ଭୋଟ ଗଣତି ରହିଛି। ଏଠାରେ ମୁଖ୍ୟତ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos