କୋହଳ ହେଲା କରୋନା କଟକଣା, ସକାଳ ୯ରୁ ସନ୍ଧ୍ୟା ୫ ଯାଏ ଖୋଲିବ ଦୋକାନ

ଶିମଲା: ସଂକ୍ରମଣ ହାର ହ୍ରାସ ପାଉଥିବାରୁ କରୋନା ମହାମାରୀ ପାଇଁ ଲାଗିଥିବା କଟକଣାକୁ କୋହଳ କରାଯାଇଛି। ଜୁନ୍‌ ୧୪ ତାରିଖରୁ ରାଜ୍ୟରେ ନୂଆ ନିୟମ ଲାଗୁ ହେବ ବୋଲି ଆଜି ହିମାଚଳପ୍ରଦେଶ ସରକାର ଘୋଷଣା କରିଛନ୍ତି। ସେହିପରି ରାଜ୍ୟରେ ପ୍ରବେଶ ପାଇଁ ଆଉ କୌଣସି ପ୍ରକାରର ଆରିଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ଦରକାର ନାହିଁ। ପୂର୍ବରୁ ଟେଷ୍ଟ ରିପୋର୍ଟକୁ ସରକାର ବାଧ୍ୟତାମୂଳକ କରିଥିଲେ। କରୋନା କଟକଣା କୋହଳ ହୋଇଥିବାରୁ ଜୁନ୍‌ ୧୪ରୁ ରାଜ୍ୟରେ ଥିବା ଦୋକାନଗୁଡ଼ିକ ସକାଳ […]

Lockdown

Hemant Lenka
  • Published: Friday, 11 June 2021
  • , Updated: 11 June 2021, 08:31 PM IST

ଶିମଲା: ସଂକ୍ରମଣ ହାର ହ୍ରାସ ପାଉଥିବାରୁ କରୋନା ମହାମାରୀ ପାଇଁ ଲାଗିଥିବା କଟକଣାକୁ କୋହଳ କରାଯାଇଛି। ଜୁନ୍‌ ୧୪ ତାରିଖରୁ ରାଜ୍ୟରେ ନୂଆ ନିୟମ ଲାଗୁ ହେବ ବୋଲି ଆଜି ହିମାଚଳପ୍ରଦେଶ ସରକାର ଘୋଷଣା କରିଛନ୍ତି। ସେହିପରି ରାଜ୍ୟରେ ପ୍ରବେଶ ପାଇଁ ଆଉ କୌଣସି ପ୍ରକାରର ଆରିଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ଦରକାର ନାହିଁ। ପୂର୍ବରୁ ଟେଷ୍ଟ ରିପୋର୍ଟକୁ ସରକାର ବାଧ୍ୟତାମୂଳକ କରିଥିଲେ।

କରୋନା କଟକଣା କୋହଳ ହୋଇଥିବାରୁ ଜୁନ୍‌ ୧୪ରୁ ରାଜ୍ୟରେ ଥିବା ଦୋକାନଗୁଡ଼ିକ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲିବ। ତେବେ ଶନିବାର ଓ ରବିବାର ସପ୍ତାହାନ୍ତ ଶଟଡାଉନ ଲାଗୁ କରାଯିବ। ରାଜ୍ୟରେ ଲାଗିଥିବା ୧୪୪ ଧାରାକୁ ଉଠାଇ ନିଆଯାଇଛି। କିନ୍ତୁ ପୂରା ରାଜ୍ୟରେ ସନ୍ଧ୍ୟା ୫ଟାରୁ ଭୋର ୫ଟା ଯାଏ କରୋନା କର୍ଫ୍ୟୁ ବା ନାଇଟ କର୍ଫ୍ୟୁ ଲାଗୁ ହେବ।

ଯେଉଁ ସବୁ ଅଫିସରେ ୭୫ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ରହିଛନ୍ତି, ସେଗୁଡ଼ିକ କେବଳ ୫୦% ଲୋକଙ୍କୁ ନେଇ ଚାଲିପାରିବ। ଜୁନ୍‌ ୨୩ରୁ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜ, ଆୟୁର୍ବେଦିକ କଲେଜ ଓ ଡେଣ୍ଟାଲ କଲେଜ ଖୋଲିବ।

ରାଜ୍ୟ ସରକାର ବସ ଚଳାଚଳକୁ ଅନୁମତି ଦେଇଛନ୍ତି। ହେଲେ ବସ୍‌ଗୁଡ଼ିକ ନିଜ କ୍ଷମତାର ୫୦% ଲୋକଙ୍କୁ ନେଇ ସେବା ଆରମ୍ଭ କରିପାରିବେ। ଫାର୍ମାସୀ ଓ ନର୍ସିଂ ସ୍କୁଲଗୁଡ଼ିକ ଜୁନ୍ ୨୮ରୁ ଖୋଲିବ ବୋଲି ଗାଇଡଲାଇନରେ କୁହାଯାଇଛି।

Related story