ତିନି କୃଷି ଆଇନ ପ୍ରତ୍ୟାହାର ନେଇ କେବେ ତିଆରି ହୋଇଥିଲା ବ୍ଲୁ ପ୍ରିଣ୍ଟ?

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ବଢୁଥିବା ଅସନ୍ତୋଷ ଏବଂ ନିର୍ବାଚନକୁ ଆଖି ଆଗରେ ରଖି ପାଖାପାଖି ୧୪ ମାସ ପରେ କେନ୍ଦ୍ର ସରକାର ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁରୁ ନାନକ ଜୟନ୍ତୀ ଅବସରରେ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି। ଏବେ ପ୍ରଶ୍ନ ହେଉଛି, ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ଶୀର୍ଷ ନେତୃତ୍ୱ କାହିଁକି ନିଜ […]

Farmer

Madhupriya Mistry
  • Published: Saturday, 20 November 2021
  • , Updated: 20 November 2021, 01:40 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ବଢୁଥିବା ଅସନ୍ତୋଷ ଏବଂ ନିର୍ବାଚନକୁ ଆଖି ଆଗରେ ରଖି ପାଖାପାଖି ୧୪ ମାସ ପରେ କେନ୍ଦ୍ର ସରକାର ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁରୁ ନାନକ ଜୟନ୍ତୀ ଅବସରରେ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି। ଏବେ ପ୍ରଶ୍ନ ହେଉଛି, ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ଶୀର୍ଷ ନେତୃତ୍ୱ କାହିଁକି ନିଜ ନିଷ୍ପତ୍ତିରେ ପଲଟିଲେ?

ପଶ୍ଚିମ ଉତ୍ତରପ୍ରଦେଶର ଜଣେ ଚାଷୀ ନେତା ତଥା କେନ୍ଦ୍ର ରାଜନୀତିରେ ହସ୍ତକ୍ଷେପ କରୁଥିବା ବିଜେପି ନେତା ନାମ ଗୋପନ ରଖି ଏକ ଖବରକାଗଜକୁ ପ୍ରତିକ୍ରିୟାରେ କହିଛନ୍ତି, ବିରୋଧୀମାନେ କୁହନ୍ତି ଯେ 'ବିଜେପି ଲୋକଙ୍କ କଥା ଶୁଣେନାହିଁ, ଏବେ କିନ୍ତୁ ସେମାନଙ୍କୁ ବୁଝିବାକୁ ହେବ ଯେ ପ୍ରଧାନମନ୍ତ୍ରୀ ମୋଦି 'ମନ କି ବାତ' କରିବା ସହିତ ଆନ୍ଦୋଳନକାରୀ ଛୋଟିଆ ବର୍ଗର ହୋଇଥିଲେ ମଧ୍ୟ ତାଙ୍କ କଥା ଶୁଣନ୍ତି।' ତେବେ ଏହାର ଅର୍ଥ ବୁଝାଇବାକୁ ଯାଇ ସେ କହିଛନ୍ତି, ରାଜନୀତି ସେହି ଲୋକମାନଙ୍କ ଦ୍ୱାରା କେବେ ହୋଇପାରିବ ନାହିଁ, ଯେଉଁମାନେ ପବନର ଦିଗ ଏବଂ ବେଗକୁ ବୁଝନ୍ତି ନାହିଁ।

ତିନି ମାସ ପୂର୍ବରୁ ଅର୍ଥାତ ଅଗଷ୍ଟରେ ଚାଷୀ ଆନ୍ଦୋଳନ ବିଷୟରେ ଆଲୋଚନା ଆରମ୍ଭ କରିଥିଲା ବିଜେପି । ୧୬ ରୁ ୨୫ ଅଗଷ୍ଟ ମଧ୍ୟରେ ଏହି ଆନ୍ଦୋଳନ ଦ୍ୱାରା ଦଳର ଲାଭ ଏବଂ କ୍ଷତି କ'ଣ ହୋଇଛି ବୁଝିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ବିଜେପିର କିସାନ ମୋର୍ଚ୍ଚା ଚାଷୀଙ୍କ ମଧ୍ୟରେ ଆଲୋଚନା କରିବାର ଦାୟିତ୍ୱ ଦିଆଯାଇଥିଲା। ୟୁପିରେ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ଅଂଚଳର ବରିଷ୍ଠ ନେତାମାନଙ୍କୁ ସଭାରେ ଅଂଶଗ୍ରହଣ କରିବାକୁ କୁହାଯାଇଥିଲା। ସେହି ସଭା ଗୁଡ଼ିକରେ ଯୋଗଦେବାକୁ ବିଜେପି ନେତା ସୁରେଶ ରାଣା, ରାଜ୍ୟ କୃଷି ମନ୍ତ୍ରୀ ସୂର୍ଯ୍ୟ ସିଂ ଶାହି, ରାଜ୍ୟସଭା ସାଂସଦ ବିଜୟ ପାଲ ସିଂ ତୋମାର ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ଏତିକି ନୁହେଁ ଏହି ଆଲୋଚନାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଇଥିଲା।

ଯଦି ବିଭିନ୍ନ ମିଡିଆ ହାଉସରେ ପ୍ରକାଶ ପାଇଥିବା ରିପୋର୍ଟକୁ ବିଶ୍ୱାସ କରାଯାଏ, ତାହେଲେ କୃଷକଙ୍କ ଆନ୍ଦୋଳନ ଯୋଗୁଁ ୟୁପିରେ ବିଜେପିକୁ ହୋଇଥିବା କ୍ଷୟକ୍ଷତିର ଆକଳନ ଉପରେ ଏହି ରିପୋର୍ଟ ଦିଆଯାଇଛି। ୟୁପି ନିର୍ବାଚନରେ କୃଷକଙ୍କ ଆନ୍ଦୋଳନର ନକାରାତ୍ମକ ପ୍ରଭାବ ଦୃଶ୍ୟମାନ ହେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିବା ସୂଚନା ରହିଛି। ଅକ୍ଟୋବର ମଧ୍ୟଭାଗରେ ସରକାରଙ୍କୁ ଏହି ମତାମତ ଦିଆଯାଇଥିଲା। ତେବେ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ବାବଦରେ କୌଣସି ସଙ୍କେତ ମଧ୍ୟ ଦିଆଯାଇଥିଲା। ଏହା ଶୀର୍ଷ ନେତୃତ୍ୱ (ମୋଦି-ଶାହ-ନଡ୍ଡାଙ୍କ) ନିଷ୍ପତ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଲଖିମପୁର ଖେରୀରେ ଶିଖ ବର୍ଗର ଅଧିକାଂଶ ଲୋକ ରହିଛନ୍ତି। ସେଠାରେ ଯାହା ଘଟିଲା ଦଳର ଭାବମୂର୍ତ୍ତିକୁ ଖରାପ କରିଛି। ଧାର୍ମିକ ଉତ୍ସବ ଗୁଡିକରେ ଲୋକେ ଭେଦଭାବ ଭୁଲିବାରେ ବିଶ୍ୱାସ ରଖନ୍ତି। ତେଣୁ ଗୁରୁ ନାନକ ଜୟନ୍ତୀ ଏବଂ କରତାରପୁର କରିଡରର ଉଦଘାଟନ ଅବସରରେ ମୋଦି ସରକାର ଶିଖ୍ ଏବଂ ଚାଷୀଙ୍କୁ ବୁଝାଇ ନିଜ ପଟକୁ ଆଣିବାକୁ ଗୋଟି ଚଳାଇଛନ୍ତି। ତେବେ ଏହି ନିଷ୍ପତ୍ତି ନେବା ପୂର୍ବରୁ ଶୀର୍ଷ ନେତୃତ୍ୱରେ କୌଣସି ବୈଠକ ହୋଇନଥିଲା। ତେଣୁ ଏହାକୁ ଗୁପ୍ତ ରଖାଯାଇ ଗୁରୁ ନାନକ ଜୟନ୍ତୀ ଅବସରରେ  ହଠାତ୍ ମୋଦି କୃଷି ଆଇନ ପ୍ରତ୍ୟାହାର କରି ବିରୋଧୀଙ୍କ ଧାରୁଆ ଅସ୍ତ୍ରକୁ ବେଧାର କରିଛନ୍ତି।

Related story