ଜୟପୁର: ରାଜସ୍ଥାନରେ ଘଟିଥିବା ଉଦୟପୁର ହତ୍ୟାକାଣ୍ଡ ବିଷୟରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ହତ୍ୟାକାଣ୍ଡ ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ନିଜେ କହ୍ନେୟାଲାଲ ତେଲି ଆଶଙ୍କା କରିଥିଲେ। ଏନେଇ ନିଜ ଜୀବନ ପ୍ରତି ବିପଦ ଥିବା ସେ ତାଙ୍କ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ହେଲେ ତାଙ୍କୁ କୌଣସି ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇ ନଥିଲା। ତେବେ କେମିତି ଘଟିଥିଲା ଏହି ହତ୍ୟାକାଣ୍ଡ ? ହତ୍ୟାକାରୀମାନେ କେମିତି ବିଛାଇଥିଲେ ଷଡ଼ଯନ୍ତ୍ରର ଜାଲ ସେନେଇ ମଧ୍ୟ ଗୁମର ଖୋଲୁଛି । ରାଜସ୍ଥାନ ଉଦୟପୁରର ଧାନମଣ୍ଡି ଭୂତମହଲ ନିକଟସ୍ଥ କହ୍ନେୟାଲାଲ ତେଲିଙ୍କର ଏକ ସିଲେଇ ଦୋକାନ ରହିଛି। ଗତକାଲି ଅପରାହ୍ନରେ ଦୁଇ ଜଣ ଅଭିଯୁକ୍ତ ତାଙ୍କ ଦୋକାନକୁ ଗରାଖ ବାହାନାରେ ଆସିଥିଲେ। ଦୋକାକନକୁ ଆସି ଡ୍ରେସ ପାଈଁ ମାପ ନେବା ପାଇଁ କହିଥିଲେ । କହ୍ନେୟାଲାଲ ମାପ ନେଉଥିବା ବେଳେ ହଠାତ୍ ତାଙ୍କ ମଧ୍ୟରୁ ଜଣେ କହ୍ନେୟାଲାଲଙ୍କୁ ଆକ୍ରମଣ କରିଥିଲେ।
ସେ ତାଙ୍କ ବେକକୁ ହଠାତ ଏକ ଛୁରୀରେ ଆକ୍ରମଣ କରିଥିଲେ। ଆଉ ଜଣେ ଅଭିଯୁକ୍ତ ମୋବାଇଲରେ ଭିଡିଓ ସୁଟ୍ କରିଥିଲେ। ଆକ୍ରମଣକାରୀମାନେ ତାଙ୍କ ବେକକୁ ସମ୍ପୂର୍ଣ୍ଣ କାଟିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପାରି ନଥିଲେ। ବେକରେ ଆକ୍ରମଣ ହୋଇଥିଲେ ମଧ୍ୟ ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ନଥିବା ପୁଲିସ କରିଛି । ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ମହମ୍ମଦ ରିଆଜ ଏବଂ ଗୋସ ମହମ୍ମଦ। ଉଭୟ ମର୍ଡ଼ର ପରେ ଏହାର ଭିଡିଓ ଜାରି କରିଛନ୍ତି। ଇସଲଲାମକୁ ଅପମାନର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଲା ବୋଲି ଅଭିଯୁକ୍ତମାନେ କହିଛନ୍ତି ।
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦିଆଯାଉଛି। ଏହା ପୂର୍ବରୁ କହ୍ନେୟାଲାଲ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତମାନେ ତାଙ୍କ ପିତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ହେଲେ ହତ୍ୟା ପୂର୍ବରୁ କହ୍ନେୟାଲାଲ ତେଲିଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଇଥିବା ସେ ତାଙ୍କ ଫେସ୍ବୁକ୍ ପୋଷ୍ଟରେ ଉଲ୍ଲେଖ କରିଥିଲେ। ଅନ୍ୟପଟେ ଏହା ଏକ ସମ୍ବେଦନଶୀଳ ଦୃଶ୍ୟ ହୋଇଥିବାରୁ ଏହି ଭିଡିକୁ ପ୍ରସାର ନକରିବାକୁ ପୁଲିସ ଅନୁରୋଧ କରିଛି । ଏହି ଘଟଣାକୁ ନେଇ ଉଦୟପୁରରେ ଉତ୍ତେଜନା ଲାଗି ରହି ଥିବାରୁ ଇଣ୍ଟରନେଟ ବନ୍ଦ କରାଯିବା ସହ କର୍ଫ୍ୟୁ ଲାଗୁ କରାଯାଇଛି।