ଗରିବ ହେଲେ ମଧ୍ୟ ସୁନା ମଣିଷ: ଫେରାଇ ଦେଲେ ଲକ୍ଷାଧିକ ଟଙ୍କାର ଗହଣା  

ହାଇଦ୍ରାବାଦ: ଗରିବ ହୋଇ ମଧ୍ୟ ତାଙ୍କୁ ଛୁଁଇ ପାରିଲାନି ଲୋଭ। ହାତକୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଆସିଥିଲେ ମଧ୍ୟ ସେ ଏହାକୁ ରଖିବାକୁ ପସନ୍ଦ କରି ନଥିଲେ। ବରଂ ବିବେକ ଦୃଷ୍ଟିରୁ ସେ ଏହାକୁ ଫେରାଇ ଦେଇଥିଲେ। ଏଭଳି ମହାନତା ଦେଖାଥିବା ଜଣେ ଅଟୋ ଚାଳକଙ୍କୁ ହାଇଦ୍ରାବାଦ ପୁଲିସ ପ୍ରଂଶସା କରିଛି। ମାନବିକତା ଦେଖାଇ ସମ୍ପୃକ୍ତ ଅଟୋଚାଳକ ସୁନା ଅଳଙ୍କାରକୁ ହଜାଇ ଦେଇଥିବା ଦମ୍ପତିଙ୍କୁ ଫେରାଇ ଦେଇଛନ୍ତି। ସମ୍ପୃକ୍ତ ଅଟୋଚାଳକ ଜଣକ ହେଉଛନ୍ତି ସୟଦ ଜାକିର୍‌। ସୁନା […]

jkl

Tapas Behera
  • Published: Wednesday, 09 February 2022
  • , Updated: 09 February 2022, 06:40 PM IST

ହାଇଦ୍ରାବାଦ: ଗରିବ ହୋଇ ମଧ୍ୟ ତାଙ୍କୁ ଛୁଁଇ ପାରିଲାନି ଲୋଭ। ହାତକୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଆସିଥିଲେ ମଧ୍ୟ ସେ ଏହାକୁ ରଖିବାକୁ ପସନ୍ଦ କରି ନଥିଲେ। ବରଂ ବିବେକ ଦୃଷ୍ଟିରୁ ସେ ଏହାକୁ ଫେରାଇ ଦେଇଥିଲେ। ଏଭଳି ମହାନତା ଦେଖାଥିବା ଜଣେ ଅଟୋ ଚାଳକଙ୍କୁ ହାଇଦ୍ରାବାଦ ପୁଲିସ ପ୍ରଂଶସା କରିଛି। ମାନବିକତା ଦେଖାଇ ସମ୍ପୃକ୍ତ ଅଟୋଚାଳକ ସୁନା ଅଳଙ୍କାରକୁ ହଜାଇ ଦେଇଥିବା ଦମ୍ପତିଙ୍କୁ ଫେରାଇ ଦେଇଛନ୍ତି। ସମ୍ପୃକ୍ତ ଅଟୋଚାଳକ ଜଣକ ହେଉଛନ୍ତି ସୟଦ ଜାକିର୍‌। ସୁନା ଅଳଙ୍କାର ପର୍ସଟି ହଜିବା ନେଇ ହାଇଦ୍ରାବାଦର ଲାଙ୍ଗର ହାଉସ୍‌ ପୁଲିସ ଷ୍ଟେସନର ଅଭିଯୋଗ ହୋଇଥିଲା ।

ପୁଲିସ କହିଛି ଯେ, ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ସେମାନଙ୍କ ଅଳଙ୍କାର ଥିବା ବ୍ୟାଗକୁ  ହାସମ ନଗରରେ ହଜାଇ ଦେଇଥିଲେ। ମିର୍ଜା ସୁଲତାନ ବାଗ ଏବଂ ତାଙ୍କ ପତ୍ନୀ ସମୀର ବେଗମ ଏନେଇ  ଥାନାରେ ଅଭିଯୋଗ କରିଥିଲେ । ହଜିଯାଇଥିବା ସୁନା ଅଳଙ୍କାରକୁ ଖୋଜି ଦେବାକୁ ଉଭୟେ ପୁଲିସ ନିକଟରେ ଅନୁରୋଧ କରିଥିଲେ। ତେବେ ଦମ୍ପତି ଜଣକ ନିଜ ସୁନା ଅଳଙ୍କାର ଖୋଜିବାରେ ବ୍ୟସ୍ତ ଥିବା ବେଳେ ସୟଦ ଜାକିର ତାଙ୍କୁ ଫୋନ୍‌ କରିଥିଲେ। ଗୋଟିଏ ରିସିପ୍ଟ ସହ ସୁନା ଅଳଙ୍କାର ବ୍ୟାଗଟିକୁ ସେ ଫେରାଇ ଦେଇଥିଲେ। ବ୍ୟାଗରେ ଥିବା ଫୋନ୍‌ ନମ୍ବର ପାଇ ସେ ତାଙ୍କୁ ଫୋନ କରିଥିଲେ। ବ୍ୟାଗରେ ୧୦ ତୋଳାର ସୁନା ଥିଲା।

ଜାକିରଙ୍କ ସଚ୍ଚୋଟତା ପାଇଁ ହାଇଦ୍ରାବାଦ ପୁଲିସଙ୍କୁ ତାଙ୍କୁ ପ୍ରଶଂସା କରିଛି। ପୁଲିସ କହିଛି ଯେ, ଜାକିର ଜଣେ ଗରିବ ହୋଇ ମଧ୍ୟ ପାଇଥିବା ସାମଗ୍ରୀକୁ ରଖିନଥିଲେ । ତାଙ୍କଠାରୁ ଏହା ଏକ ଶିକ୍ଷଣୀୟ ବିଷୟ ବୋଲି ପୁଲିସ କହିଛି। ଯାହା ଆମର ନୁହଁ ତାକୁ ଚୋରି କିମ୍ବା ରଖିବା ଉଚିତ ନୁହଁ ବୋଲି ପୁଲିସ କହିଛି।

Related story