ରାହୁଲ ଗାନ୍ଧିଙ୍କୁ ଓସମାନିଆ ବିଶ୍ୱ ବିଦ୍ୟାଳୟ ମନା

ହାଇଦ୍ରାବାଦ: ତେଲେଙ୍ଗାନାର ଓସମାନିଆ ବିଶ୍ୱବିଦ୍ୟାଳୟ(ଓୟୁ) କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କ୍ୟାମ୍ପସ ପରିଦର୍ଶନ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ଆସନ୍ତା ମେ’ ୬ ଓ ୭ ରାହୁଲ ଗାନ୍ଧିଙ୍କର ଦୁଇଦିନିଆ ତେଲେଙ୍ଗାନା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ବିରାଟ ସଭାର ଆୟୋଜନ ହେଉଛି। ପ୍ରାୟ ୫ ଲକ୍ଷ ସମସର୍ଥକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ରାହୁଲ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ […]

Rahul

Tapas Behera
  • Published: Monday, 02 May 2022
  • , Updated: 02 May 2022, 12:30 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ଓସମାନିଆ ବିଶ୍ୱବିଦ୍ୟାଳୟ(ଓୟୁ) କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କ୍ୟାମ୍ପସ ପରିଦର୍ଶନ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ଆସନ୍ତା ମେ’ ୬ ଓ ୭ ରାହୁଲ ଗାନ୍ଧିଙ୍କର ଦୁଇଦିନିଆ ତେଲେଙ୍ଗାନା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ବିରାଟ ସଭାର ଆୟୋଜନ ହେଉଛି। ପ୍ରାୟ ୫ ଲକ୍ଷ ସମସର୍ଥକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ରାହୁଲ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବାର ଯୋଜନା ଥିଲା।

ତେଲେଙ୍ଗାନା ରାଜ୍ୟର ଗଠନ ଆନ୍ଦୋଳନର ମୁଖ୍ୟ ଭୂମିକା ନେଇଥିଲା ଓସମାନିଆ ବିଶ୍ୱବିଦ୍ୟାଳୟ। କିନ୍ତୁ ରାହୁଲଙ୍କୁ କ୍ୟାମ୍ପସ ପରିଦର୍ଶନ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ଦେବାକୁ ମନା କରିଦେଇଛନ୍ତି। କ୍ୟାମ୍ପସରେ ରାଜନୈତିକ ସଭା ବାରଣ ଦର୍ଶାଇ ଅନୁମତିକୁ ସ୍ୱୀକୃତି ଦେଇ ନାହାନ୍ତି  କର୍ତ୍ତୃପକ୍ଷ। କିନ୍ତୁ କଂଗ୍ରେସ କହିଛି ଯେ, କ୍ୟାମ୍ପସରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହଁ ବରଂ ରାହୁଲ ଗାନ୍ଧି କେବଳ ପିଲାମାନଙ୍କ ସହ ଭାବ ବିନିମୟ କରିବେ। ତେବେ ଅନୁମତି ବାତିଲ ହେବା ପଛରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଭୂମିକା ଥିବା କଂଗ୍ରେସ ଅଭିଯୋଗ  କରିଛି। ରାହୁଲଙ୍କ କ୍ୟାମ୍ପସ ପରିଦର୍ଶନ କାର୍ଯ୍ରକ୍ରମ ବାତିଲ ହେବା ପରେ କଂଗ୍ରେସ ଛାତ୍ର ସଙ୍ଗଠନ ହଙ୍ଗାମା କରିଛି। ଫଳରେ ପୁଲିସ ୧୮ ଜଣ ଏନଏସୟୁଆଇ ସଙ୍ଗଠନର ୧୮ ଜଣ ସଦସ୍ୟଙ୍କୁ ଗିରଫ କରିଛି। କେସିଆର କାହିଁକି ରାହୁଲ ଗାନ୍ଧିଙ୍କୁ ଭୟ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହି ଘଟଣାକୁ ନେଇ ଘୋର ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ମୁଖପାତ୍ର ଶର୍ଭଣ। ସେ କହିଛନ୍ତି ଯେ, ଓସମାନିଆ ବିଶ୍ୱବିଦ୍ୟାଳୟକୁ ରାହୁଲ ଗାନ୍ଧିଙ୍କୁ ଟିଆରଏସ ସରକାର ଅନୁମତି ନଦେବା ଲଜ୍ଜାଜନକ।  ରାଜ୍ୟରେ ସବୁ କ୍ଷମତା କେସିଆର ଏବଂ ତାଙ୍କ ପରିବାରର ଲୋକେ ଉପଭୋଗ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେଣୁ ରାହୁଲ ଯେତେବେଳେ ଛାତ୍ରଛାତ୍ରୀଙ୍କ ସହ ଆଳୋଚନା କରି ସେମାନଙ୍କ ସମସ୍ୟା ଓ ବେରୋଜଗାରି ବିଷୟରେ ଆଲୋଚନା କରିବାକୁ ଚାହୁଛନ୍ତି ସେମାନେ ରାହୁଲ ଗାନ୍ଧିଙ୍କୁ କେମିତି ଅନୁମତି ଦେବେ ବୋଲି ଶର୍ଭଣ ପ୍ରଶ୍ନ କରିଛନ୍ତି।  ବିଶ୍ୱବିଦାଳୟ କୂଳପତି ଟିଆରଏସର ଦାଶ ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Related story