ସ୍ୱାମୀଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି ଏନ୍‌ସିବି ଅଫିସରଙ୍କ ପତ୍ନୀ

ମୁମ୍ବାଇ:  ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିବା ପରେ ପୁଣି ଚର୍ଚ୍ଚାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ତାଙ୍କ ନେତୃତ୍ୱରେ ହିଁ ମୁମ୍ବାଇର କ୍ରୁଜ ଉପରେ ଚଢ଼ାଉ ହୋଇଥିଲା। ଏବେ ସମୀରଙ୍କ ଏଭଳି ସାହସିକତା କାମ ପାଇଁ ପତ୍ନୀ କ୍ରାନ୍ତି ରାଡେକର ତାଙ୍କ ଉପରେ ଗର୍ବ ଅନୁଭବ କରିଛନ୍ତି। ଏକ ସାକ୍ଷାତକାରରେ କ୍ରାନ୍ତି କହିଛନ୍ତି, ସେ ତାଙ୍କ ସ୍ୱାମୀଙ୍କ କାମ ପ୍ରତି ଥିବା ଡେଡିକେସନ ପାଇଁ […]

Sameer wankhede-wife-kranti-redkar

Madhupriya Mistry
  • Published: Tuesday, 05 October 2021
  • , Updated: 05 October 2021, 07:02 PM IST

ମୁମ୍ବାଇ:  ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିବା ପରେ ପୁଣି ଚର୍ଚ୍ଚାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ତାଙ୍କ ନେତୃତ୍ୱରେ ହିଁ ମୁମ୍ବାଇର କ୍ରୁଜ ଉପରେ ଚଢ଼ାଉ ହୋଇଥିଲା। ଏବେ ସମୀରଙ୍କ ଏଭଳି ସାହସିକତା କାମ ପାଇଁ ପତ୍ନୀ କ୍ରାନ୍ତି ରାଡେକର ତାଙ୍କ ଉପରେ ଗର୍ବ ଅନୁଭବ କରିଛନ୍ତି।

ଏକ ସାକ୍ଷାତକାରରେ କ୍ରାନ୍ତି କହିଛନ୍ତି, ସେ ତାଙ୍କ ସ୍ୱାମୀଙ୍କ କାମ ପ୍ରତି ଥିବା ଡେଡିକେସନ ପାଇଁ ଗର୍ବିତ। ଏଥିସହ ହାଇ-ପ୍ରୋଫାଇଲ୍‌ ଡ୍ରଗ୍ସ ରେଡ୍‌, ସମୀରଙ୍କ ଦେଶ ପାଇଁ ବଳିଦାନ ଏବଂ ଘରେ କିପରି ସେ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ସେ ବିଷୟରେ କହିଛନ୍ତି କ୍ରାନ୍ତି।

କ୍ରାନ୍ତି କହିଛନ୍ତି, 'ସମୀର ସବୁବେଳେ କଠିନ ପରିଶ୍ରମୀ। ତାଙ୍କର ଅପରେସନ୍ ଏବଂ ମାମଲା ପୂର୍ବରୁ ମଧ୍ୟ କଠୋର ଥିଲା | ଆଜି ସେ ବଲିଉଡ ସମ୍ବନ୍ଧୀୟ ଡ୍ରଗ୍ ଲିଙ୍କ ମାମଲା ଯାଞ୍ଚ କରୁଛନ୍ତି, ଯେଉଁଥିପାଇଁ ଏହା ହାଇଲାଇଟ୍ ହେବାରେ ଲାଗିଛି। ଯେତେବେଳେ ସେ କୌଣସି ଅନୁସନ୍ଧାନ କିମ୍ବା ଅପରେସନ୍ ଉପରେ କାମ କରନ୍ତି, ମୁଁ ତାଙ୍କୁ ତାଙ୍କ ସ୍ପେସ ଦେଇଥାଏ। ମୁଁ ତାଙ୍କୁ କେବେବି ପଚାରେ ନାହିଁ କ’ଣ ହେଲା, ଏହା କିପରି ହେଲା? କାରଣ ମୁଁ ତାଙ୍କ ଚାକିରିକୁ ସର୍ବଦା ସମ୍ମାନ କରେ। ମୁଁ ଘରେ ସବୁ କିଛିର ଯତ୍ନ ନେଉଛି, କାରଣ ସେ ଯେପରି ତାଙ୍କ କାମ ଉପରେ ଅଧିକ ଫୋକସ କରିପାରିବେ।'

ସେ ଆହୁରି କହିଛନ୍ତି ଯେ ଡ୍ରଗ୍ସ ମାମଲା ସମ୍ବନ୍ଧିତ କୌଣସି ଖୁଲାସା ସମୀର ତାଙ୍କ ପରିବାର ଆଗରେ କରନ୍ତି ନାହିଁ। ସେ ୨୪ ଘଣ୍ଟାରୁ ମାତ୍ର ୨ ଘଣ୍ଟା ଶୁଅନ୍ତି। ଅନ୍ୟ ୨୨ ଘଣ୍ଟା ସେ କାମ କରନ୍ତି। ସେ ତାଙ୍କ କେସ୍‌ ସମ୍ବନ୍ଧରେ କଥା ହେଉଥିବା ବେଳେ ମୁଁ ସେଥିରେ ଜମାରୁ ବି ମୁଣ୍ଡ ପୁରାଏ ନାହିଁ। ତାଙ୍କର ସବୁଦିନିଆ ସିକ୍ରେଟ ଅପରେସନ୍‌ ଚାଲିଥାଏ। ସେ ତାଙ୍କ କାମକୁ ନେଇ ସର୍ବଦା ବ୍ୟସ୍ତ ରୁହନ୍ତି। ଏଥିପାଇଁ ଘରେ ପିଲାମାନେ ମଧ୍ୟ ତାଙ୍କ ବାପାଙ୍କୁ ମିସ୍‌ କରନ୍ତି। ସମୀର ଏବଂ କ୍ରାନ୍ତିଙ୍କ ଯାଆଁଳା ଝିଅ। ତାଙ୍କ ବୟସ ୩ ବର୍ଷ। ଦୁହେଁ ବେଳେ ବେଳେ ଘରେ ବାପାଙ୍କୁ ମିସ୍‌ କରନ୍ତି।

କିନ୍ତୁ ସମୀର ଜାଣନ୍ତି ମୁଁ ତାଙ୍କ ପରିବାର, ପିଲାମାନଙ୍କର ଯତ୍ନ ନେବାକୁ ଘରେ ଅଛି ଏବଂ ତାଙ୍କୁ କୌଣସି ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ। ମୁଁ ଏତେ ଗର୍ବିତ ଯେ ସମୀର ଦେଶ ପାଇଁ ତାଙ୍କ ବ୍ୟକ୍ତିଗତ ଜୀବନ, ପିଲା ଏବଂ ପରିବାରକୁ ବଳିଦାନ ଦେଉଛନ୍ତି ବୋଲି କ୍ରାନ୍ତି କହିଛନ୍ତି।

ସୂଚନା ମୁତାବକ କ୍ରାନ୍ତି ରେଡକର ଜଣେ ମରାଠୀ ଫିଲ୍ମ ଅଭିନେତ୍ରୀ। ସେ ଗଙ୍ଗାଜଳ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ମରାଠୀ ଫିଲ୍ମ ୨୦୦୦ରେ ରିଲିଜ ହୋଇଥିଲା। ୨୦୧୫ରେ କ୍ରାନ୍ତି ଫିଲ୍ମ 'କାକନ'ରୁ ମାରାଠି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ଏହାପରେ ୨୦୧୭ରେ ସେ ଏନ୍‌ସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ବିବାହ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ,  ବଲିଉର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ଲିଙ୍କ ତଦନ୍ତ ବେଳେ ମଧ୍ୟ ସମୀର ୱାଙ୍ଖଡେ ନାଁ  ସାମ୍ନାକୁ ଆସିଥିଲା।

Related story