ଅଫତାବର ସ୍ୱୀକାରୋକ୍ତି ଶୁଣିବାକୁ ଧୈର୍ଯ୍ୟ ନାହିଁ : ଶ୍ରଦ୍ଧାଙ୍କ ବାପା

ନୂଆଦିଲ୍ଲୀ:  ମୋତେ ଅଫତାବର ସ୍ୱୀକାରୋକ୍ତି ଶୁଣିବାକୁ ଧୈର୍ଯ୍ୟ ନାହିଁ। ପୁଲିସ ସମ୍ମୁଖରେ ସେ ଯେଉଁ ଭଳି ଭାବେ ହତ୍ୟାର କାହାଣୀ ବଖାଣୁଥିଲା ମୋ ଦେହ ଥରିଯାଉଥିଲା। ତାର ପ୍ରତିଟି କଥା ମୋ ଛାତି ଭିତରକୁ ରୁଦ୍ଧି ଦେଉଥିଲା। ସେ କଥାକୁ ମୁଁ ବଖାଣିପାରିବି ନାହିଁ ।  ରାଜଧାନୀ ଦିଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ମର୍ଡ଼ର କେସ୍‌ ମାମଲାରେ ତାଙ୍କ ବାପା କୋହଭରା ଭରା କଣ୍ଠରେ ଏହା କହିଛନ୍ତି। ଶ୍ରଦ୍ଧାଙ୍କ ବାପା ବିକାଶ ୱାଲକର ନିଜ ଝିଅଙ୍କୁ ତାଙ୍କ ପ୍ରେମିକ […]

iop

  • Published: Thursday, 17 November 2022
  • , Updated: 17 November 2022, 09:48 AM IST

ନୂଆଦିଲ୍ଲୀ:  ମୋତେ ଅଫତାବର ସ୍ୱୀକାରୋକ୍ତି ଶୁଣିବାକୁ ଧୈର୍ଯ୍ୟ ନାହିଁ। ପୁଲିସ ସମ୍ମୁଖରେ ସେ ଯେଉଁ ଭଳି ଭାବେ ହତ୍ୟାର କାହାଣୀ ବଖାଣୁଥିଲା ମୋ ଦେହ ଥରିଯାଉଥିଲା। ତାର ପ୍ରତିଟି କଥା ମୋ ଛାତି ଭିତରକୁ ରୁଦ୍ଧି ଦେଉଥିଲା। ସେ କଥାକୁ ମୁଁ ବଖାଣିପାରିବି ନାହିଁ ।  ରାଜଧାନୀ ଦିଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ମର୍ଡ଼ର କେସ୍‌ ମାମଲାରେ ତାଙ୍କ ବାପା କୋହଭରା ଭରା କଣ୍ଠରେ ଏହା କହିଛନ୍ତି। ଶ୍ରଦ୍ଧାଙ୍କ ବାପା ବିକାଶ ୱାଲକର ନିଜ ଝିଅଙ୍କୁ ତାଙ୍କ ପ୍ରେମିକ କେମିତି ନାରକୀୟ ଭାବେ ହତ୍ୟା କରିଛି ତାହା ଶୁଣିବା ପରେ ସେ ଧୈର୍ଯ୍ୟହରା ହୋଇପଡ଼ିଥିବା କହିଛନ୍ତି ।

ପୁଲିସ ଆଗରେ ଅଫତାବ ଯେଉଁଭଳି ବ୍ୟବହାର ଦେଖାଉଥିଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହତ୍ୟାକାଣ୍ଡରୀ କାହାଣୀ ସେ ଅତି ସାଧାରଣ ଢଙ୍ଗରେ ବଖାଣୁଥିଲା। ପୁଲିସ ପଚାରିଥିଲା ତୁମେ ତାଙ୍କୁ ଚିହ୍ନିଛ। ସେ କହୁଥିଲେ ହଁ ଚିହ୍ନିଛି। ସେ ଶ୍ରଦ୍ଧାଙ୍କ ବାପା। ଏହା ପରେ ମୁଁ ପଚାରିଥିଲି  ତୁମେ ଦୁହେଁ  ଅଢ଼େଇ ବର୍ଷ ହେବ ସମ୍ପର୍କରେ ଥିଲ। ମୋତେ କାହିଁକି କହି ନଥିଲ। ସେ କହିଲେ ମୁଁ କାହିଁକି ଆପଣଙ୍କୁ କହିବି।  ଆପଣଙ୍କ ସହିତ ଆମର କିଛି ସମ୍ପର୍କ ନଥିଲା। ବିକାଶ କହିଛନ୍ତି ଯେ, ମୁଁ ଝିଅକୁ ଆଗରୁ ସତର୍କ କରିଥିଲି। ସେ ଯୁବକ ସହ ସମ୍ପର୍କ ନରଖିବାକୁ ବୁଝାଇଥିଲି। ମୁଁ ଜଣେ ଆମ ସମ୍ପ୍ରଦାୟର ଭଲ ବରପାତ୍ର ସହ ବାହାଘର କରାଇବି ବୋଲି କହିଥିଲି। ହେଲେ ମୋ ଝିଅ ମାନି ନଥିଲା  ବୋଲି ବିକାଶ କହିଛନ୍ତି। ତେବେ ଝିଅ ନିଖୋଜର ଖବର ସେ ଶ୍ରଦ୍ଧାର ଜଣେ ସାଙ୍ଗଙ୍କଠାରୁ ଜାଣିବାକୁ ପାଇଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ସୂଚନା ଅନୁଯାୟୀ, ଶ୍ରଦ୍ଧାଙ୍କୁ ହତ୍ୟା କରି ଅଫତାବ ୩୫ ଖଣ୍ଡ କରିଥିଲା। ପ୍ରାୟ ୧୮ ଦିନ ପର୍ଯ୍ୟନ୍ତ ଅଫତାବ ଶ୍ରଦ୍ଧାଙ୍କ ମର ଶରୀରର କଟାଖଣ୍ଡକୁ ଫ୍ରିଜରେ ଜଙ୍ଗଲକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିଲା। ଛତ୍ରପୁର ଜଙ୍ଗଲର ବିଭିନ୍ନ ସ୍ଥାନରୁ ପୁଲିସ ଶ୍ରଦ୍ଧାଙ୍କ ଶରୀରର ୧୩ଟି କଟାଖଣ୍ଡ ପାଇଛି। କିନ୍ତୁ ପୁଲିସକୁ ଶ୍ରଦ୍ଧାଙ୍କ ମୁଣ୍ଡ ମିଳୁନି। ଅଫତାବ ବାରମ୍ବାର ନିଜ ମତ ବଦଳାଇଥିବାରୁ ପୁଲିସ ପାଇଁ ଏହି ମାମଲା ଅଧିକ ଜଟିଳ ହେବାରେ ଲାଗିଛି। ଅଫତାବ ସ୍ୱୀକାର କରି ସାରିଛି ଯେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିଛି। ପୁଲିସ ଜେରା ସମୟରେ ଅଫତାବ କହିଛି, ସେ ଶ୍ରଦ୍ଧାଙ୍କ ମୁଣ୍ଡକୁ ଫ୍ରିଜ୍‌ରେ ରଖିଥିଲା ଏବଂ ସବୁଦିନ ଏହି ମୁଣ୍ଡ ଦେଖି ସେମାନଙ୍କ ସ୍ମୃତିକୁ ମନେ ପକାଉଥିଲା।

ଶେଷରେ ସେ ଶ୍ରଦ୍ଧାଙ୍କ ମୁଣ୍ଡକୁ ଫୋପାଡ଼ିଥିବା କହିଛି। ତେବେ ଏହି ହତ୍ୟା‌ ପୂର୍ବ ପ୍ରାୟୋଜିତ ବୋଲି ଶ୍ରଦ୍ଧାଙ୍କ ବାପା ବିକାଶ ୱାକର ସନ୍ଦେହ କରୁଛନ୍ତି। ଶ୍ରଦ୍ଧାଙ୍କ ବାପା କହିଛନ୍ତି, ଅଫତାବ ଅତି ନିର୍ଦ୍ଦୟ ଏବଂ ଏହି ହତ୍ୟାକାଣ୍ଡ ପୂର୍ବ ପ୍ରାୟୋଜିତ। ଅଫତାବ ଏବଂ ଶ୍ରଦ୍ଧା ଦିଲ୍ଲୀ ଫ୍ଲାଟ୍‌କୁ ସ୍ଥାନାନ୍ତର ହେବାର ମାତ୍ର ୬ ଦିନ ପରେ ଏହି ହତ୍ୟା ହୋଇଛି। ଶ୍ରଦ୍ଧାଙ୍କ ବାପା ଶେଷ ଥର ପାଇଁ ୨୦୨୧ରେ ଶ୍ରଦ୍ଧାଙ୍କ ସହ କଥା ହୋଇଥିଲେ। ଅଫତାବ ଶ୍ରଦ୍ଧାଙ୍କୁ ଅତି ନିଷ୍ଠୁର ଭାବେ ମାଡ଼ ମାରୁଥିବା ସେ କହିଛନ୍ତି।

 

Related story