ଆପ୍‌ରେ ମିଶିଥିବା ପୂର୍ବତନ ପୁଲିସ କମିଶନରଙ୍କ ବଡ଼ ବୟାନ: ମୋ ଉପରେ ବି ହୋଇପାରେ ରେଡ୍‌

ବେଙ୍ଗାଲୁରୁ: ବିରୋଧୀ ଦଳଗୁଡ଼ିକୁ ଏବେ କେନ୍ଦ୍ରୀୟ ଏଜେନ୍ସିର ଭୟ ଘାରିଛି। ଏଜେନ୍ସିଗୁଡ଼ିକ କ୍ଷମତାରେ ଥିବା ବିଜେପି ସରକାରଙ୍କ ନିର୍ଦ୍ଦେଶରେ କାମ କରି ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ପଦକ୍ଷେପ ନେଉଥିବା ଅଭିଯୋଗ ହେଉଛି। ଏସବୁ ଭିତରେ ବେଙ୍ଗାଲୁରୁର ପୂର୍ବତନ ପୁଲିସ୍‌ କମିଶନର ଭାସ୍କର ରାଓ ବଡ଼ ବୟାନ ଦେଇଛନ୍ତି। ନିକଟରେ ସେ ଆମ୍‌ ଆଦମୀ ପାର୍ଟିରେ ଯୋଗଦେଇଛନ୍ତି। ଏବେ ତାଙ୍କ ବିରୋଧରେ ମାମଲା କିମ୍ବା ରେଡ୍‌ ହୋଇପାରେ ବୋଲି ଶ୍ରୀ ରାଓ ଆଶଙ୍କା କରିଛନ୍ତି। ଭାସ୍କର ରାଓ […]

aap

Hemant Lenka
  • Published: Thursday, 07 April 2022
  • , Updated: 07 April 2022, 12:46 PM IST

ବେଙ୍ଗାଲୁରୁ: ବିରୋଧୀ ଦଳଗୁଡ଼ିକୁ ଏବେ କେନ୍ଦ୍ରୀୟ ଏଜେନ୍ସିର ଭୟ ଘାରିଛି। ଏଜେନ୍ସିଗୁଡ଼ିକ କ୍ଷମତାରେ ଥିବା ବିଜେପି ସରକାରଙ୍କ ନିର୍ଦ୍ଦେଶରେ କାମ କରି ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ପଦକ୍ଷେପ ନେଉଥିବା ଅଭିଯୋଗ ହେଉଛି। ଏସବୁ ଭିତରେ ବେଙ୍ଗାଲୁରୁର ପୂର୍ବତନ ପୁଲିସ୍‌ କମିଶନର ଭାସ୍କର ରାଓ ବଡ଼ ବୟାନ ଦେଇଛନ୍ତି।

ନିକଟରେ ସେ ଆମ୍‌ ଆଦମୀ ପାର୍ଟିରେ ଯୋଗଦେଇଛନ୍ତି। ଏବେ ତାଙ୍କ ବିରୋଧରେ ମାମଲା କିମ୍ବା ରେଡ୍‌ ହୋଇପାରେ ବୋଲି ଶ୍ରୀ ରାଓ ଆଶଙ୍କା କରିଛନ୍ତି। ଭାସ୍କର ରାଓ କହିଛନ୍ତି, “ଆଗାମୀ ଦିନରେ ମୋ ନାଁରେ କିଛି ମାମଲା କରାଯାଇପାରେ। ଏପରି କି ମୋ ଘର ଠିକଣାରେ ମଧ୍ୟ ରେଡ୍‌ ହୋଇପାରେ।

କିନ୍ତୁ ମୁଁ ଏଗୁଡ଼ିକର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି। ପ୍ରାଥମିକ ଅବସ୍ଥାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଆମ ନେତା କେଜ୍ରିୱାଲ ଅନେକ ବଳିଦାନ ଦେଇଛନ୍ତି। ସେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସମାଜରେ ସଂସ୍କାର ଆଣିବାକୁ ଯିଏ ବି ଚେଷ୍ଟା କରିବେ, ତାଙ୍କୁ ଏପରି ସ୍ଥିତିର ସମ୍ମୁଖୀନ ହେବା ସ୍ୱାଭାବିକ। ମୁଁ ଏବେ କର୍ଣ୍ଣାଟକାକୁ ଦୁର୍ନୀତି ମୁକ୍ତ ରାଜ୍ୟ ଭାବେ ଗଠନ କରିବାକୁ ଅଣ୍ଟା ଭିଡ଼ିଛି। ମୁଁ ଦିଲ୍ଲୀର ସ୍ୱଚ୍ଛ ପ୍ରଶାସନ ସପକ୍ଷରେ ରହିଛି।”

କର୍ଣ୍ଣାଟକାର ଦୁର୍ନୀତି ପେଡ଼ି ଖୋଲି କେମିତି ନିଜ ଇଚ୍ଛା ଅନୁସାରେ ପୋଷ୍ଟିଂ ପାଇଁ ଅଧିକାରୀଙ୍କୁ କୋଟିକୋଟି ଟଙ୍କାର ଲାଞ୍ଚ ଦେବାକୁ ପଡ଼େ ସେକଥା ମଧ୍ୟ ଶ୍ରୀ ରାଓ କହିଛନ୍ତି।

ସେ କହିଛନ୍ତି, “ଏସବୁ ଦୁର୍ନୀତି ମୁଁ ମୋ ନିଜ ଆଖିରେ ଦେଖିଛି। ଜଣେ ପୁଲିସ୍ କମିଶନର କେବେ ହେଲେ ଡେପୁଟି କମିଶନର, ଆସିସଷ୍ଟାଣ୍ଟ କମିଶନର ଓ ଇନସପେକ୍ଟରଙ୍କୁ ନିଜ ଇଚ୍ଛାରେ ନିଯୁକ୍ତ କରିପାରିବେ ନାହିଁ। ପ୍ରତିଟି ପୋଷ୍ଟ କୋଟି କୋଟି ଟଙ୍କାରେ ନିଲାମ ହେଉଛି। ଆପଣମାନେ ସମସ୍ତେ ବେଙ୍ଗାଲୁରୁରେ ଦୁର୍ନୀତି ହେଉଥିବା କଥା ଦେଖୁଛନ୍ତି। ଲୋକଙ୍କୁ ଠକା ଯାଉଛି। କେସ୍ ହେଉଛି। କିନ୍ତୁ ସବୁ କିଛି ଶୀତଳ ଭଣ୍ଡାରେ ପଡ଼ି ଯାଉଛି। ଏଥିପାଇଁ ମୁଁ ଅନୁତପ୍ତ।”

Related story