ମୋ ଫୋନ୍‌ ଠିକ କରିଦିଅ, ମୁଁ ବିଜେଡି ସାଂସଦଙ୍କୁ ଫୋନ କରିବିନି: ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ: କେନ୍ଦ୍ରର କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ବାଣ ମାରିଛନ୍ତି ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା। ସେ ସିଧାସଳଖ କାହା ନାଁ ନେଇ ନଥିଲେ ମଧ୍ୟ ‘ବଡ଼ ଭାଇ’ ରାଜନେତାମାନଙ୍କ ଫୋନ ଟ୍ୟାପିଂ କରି ସବୁ କିଛି ଶୁଣୁଥିବା ଅଭିଯୋଗ କରିଛନ୍ତି। ଏଥିସହ ସେ ଓଡ଼ିଶାର କ୍ଷମତାସୀନ ବିଜେଡି, ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି କିମ୍ବା ବିଜେପିର କୌଣସି ସାଂସଦଙ୍କୁ ଫୋନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ଅଲଗା ଦଳର ସାଂସଦଙ୍କୁ […]

BJD

  • Published: Tuesday, 26 July 2022
  • , Updated: 26 July 2022, 01:57 PM IST

ନୂଆଦିଲ୍ଲୀ: କେନ୍ଦ୍ରର କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ବାଣ ମାରିଛନ୍ତି ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା। ସେ ସିଧାସଳଖ କାହା ନାଁ ନେଇ ନଥିଲେ ମଧ୍ୟ ‘ବଡ଼ ଭାଇ’ ରାଜନେତାମାନଙ୍କ ଫୋନ ଟ୍ୟାପିଂ କରି ସବୁ କିଛି ଶୁଣୁଥିବା ଅଭିଯୋଗ କରିଛନ୍ତି। ଏଥିସହ ସେ ଓଡ଼ିଶାର କ୍ଷମତାସୀନ ବିଜେଡି, ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି କିମ୍ବା ବିଜେପିର କୌଣସି ସାଂସଦଙ୍କୁ ଫୋନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସେ ଅଲଗା ଦଳର ସାଂସଦଙ୍କୁ ଫୋନ କରୁଥିବାରୁ ତାଙ୍କ ଫୋନକୁ ବିଏସ୍‌ଏନଏଲ ଡାଇଭର୍ଟ କରି ଦେଉଥିବା ସେ ଅଭିଯୋଗ କରିଛନ୍ତି। ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା କହିଛନ୍ତି, “ସବୁଠାରୁ ଭୟର କଥା ହେଲା ନୂଆ ଭାରତରେ ବଡ଼ ଭାଇ ସବୁ ରାଜନୀତିକ ଦଳର ନେତାମାନେ ପରସ୍ପର ସହ କ’ଣ କଥା ହେଉଛନ୍ତି, ତା’କୁ ସବୁବେଳେ ଶୁଣୁଛନ୍ତି ଓ ଦେଖୁଛନ୍ତି। ଦଳର ସାଂସଦ ଓ ନେତାମାନେ ଏକାଧିକ ଫୋନ ଧରୁଛନ୍ତି ଓ ନିୟମିତ ଭାବେ ନମ୍ବର ବଦଳାଉଛନ୍ତି। ସେମାନେ ଦେଖା ହେବା ବେଳେ ଠିକ ଭାବେ କଥା ହେବାକୁ ମନା କରୁଛନ୍ତି। ଗଣତନ୍ତ୍ର ହତ୍ୟାର ଡର ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି।”


ଆଉ ଏକ ଟ୍ୱିଟରେ ମାର୍ଗାରେଟ ବିଏସଏନଏଲକୁ ଟ୍ୟାଗ କରି ତାଙ୍କ କଲ ଡାଇଭର୍ଟ କରାଯାଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଆଜି ବିଜେପିର କିଛି ବନ୍ଧୁମାନଙ୍କ ସହ କଥା ହେବା ପରେ ମୋ ଫୋନକୁ ଆସୁଥିବା ସବୁ କଲକୁ ଡାଇଭର୍ଟ କରି ଦିଆଯାଇଛି। ମୁଁ ଫୋନ କରିପାରୁ ନାହିଁ କିମ୍ବା ରିସିଭ କରିପାରୁନି। ଯଦି ତୁମେ ମୋ ଫୋନକୁ ଠିକ୍‌ କରିଦେବ, ତା’ହେଲେ ମୁଁ ପ୍ରତିଶ୍ରୁତି ଦେଉଛି ଯେ ବିଜେଡି, ବିଜେପି ଓ ଟିଏମସିର କୌଣସି ସାଂସଦଙ୍କୁ ଆଜି ରାତିରେ ଫୋନ କରିବି ନାହିଁ।”

ଆଲଭାଙ୍କ ଏପରି ଅଭିଯୋଗ ପରେ ବିଏସ୍‌ଏନଏଲ ପକ୍ଷରୁ ଗୋଟିଏ ଏଫଆଇଆର ରୁଜୁ କରାଯାଇଥିବା ଜଣାପଡ଼ିଛି। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “କାହିଁକି ତାଙ୍କ ଫୋନ କିଏ ଟ୍ୟାପ କରିବ? ଉପ ରାଷ୍ଟ୍ରପତି ନିର୍ବାଚନର ରେଜଲ୍ଟ କ’ଣ ହେବ, ସେକଥା ଆମେ ଭଲ ଭାବେ ଜାଣିଛୁ।

ସେ(ମାର୍ଗାରେଟ) ଯାହାକୁ ଇଚ୍ଛା ତାଙ୍କୁ ଫୋନ କରନ୍ତୁ। ଆମେ କାହିଁକି ଏମିତି କରିବୁ? ଏହା ଏକ ପିଲାଳିଆମୀ ଅଭିଯୋଗ। ସେ ଜଣେ ବରିଷ୍ଠ ନେତା। ତାଙ୍କ ମୁହଁରେ ଏମିତି ଅଭିଯୋଗ ଶୋଭା ପାଉନି।”

Related story