ଅଧିକାରୀ ଜଳକା: ବ୍ୟବସାୟୀଙ୍କ ଘରୁ ମିଳିଲା ନଗଦ ୫୮ କୋଟି, ୩୨ କେଜି ସୁନା

ମୁମ୍ବାଇ: ଆଖି ଖୋସି ହେଇଗଲା ଭଳି ନଗଦ ଟଙ୍କା ଓ ସୁନା। ଲକ୍ଷେ କି କୋଟିଏ ନୁହେଁ, ଏକାଥରେ ମିଳିଛି ନଗଦ ୫୮ କୋଟି ଟଙ୍କା। ସେହିପରି ଘର ଭିତରେ ରଖାଯାଇଥିଲା ୩୨ କେଜି ଓଜନର ସୁନା। ଆୟକର ବିଭାଗ ରେଡ୍‌ ବେଳେ ମହାରାଷ୍ଟ୍ରର ଜଣେ ବ୍ୟବସାୟୀଙ୍କ ଘରୁ ଏତେ ପରିମାଣର ସମ୍ପତ୍ତି ମିଳିଛି। ଏହାକୁ ଦେଖି ରେଡ୍‌ରେ ସାମିଲ ଥିବା ଅଧିକାରୀମାନେ ଜଳକା ହୋଇ ଯାଇଛନ୍ତି। ଏହି ବ୍ୟବସାୟୀ ଜଣଙ୍କ ଷ୍ଟିଲ, କପଡ଼ା ଓ ରିୟଲଇଷ୍ଟେଟ […]

Cash

  • Published: Thursday, 11 August 2022
  • , Updated: 11 August 2022, 12:38 PM IST

ମୁମ୍ବାଇ: ଆଖି ଖୋସି ହେଇଗଲା ଭଳି ନଗଦ ଟଙ୍କା ଓ ସୁନା। ଲକ୍ଷେ କି କୋଟିଏ ନୁହେଁ, ଏକାଥରେ ମିଳିଛି ନଗଦ ୫୮ କୋଟି ଟଙ୍କା। ସେହିପରି ଘର ଭିତରେ ରଖାଯାଇଥିଲା ୩୨ କେଜି ଓଜନର ସୁନା। ଆୟକର ବିଭାଗ ରେଡ୍‌ ବେଳେ ମହାରାଷ୍ଟ୍ରର ଜଣେ ବ୍ୟବସାୟୀଙ୍କ ଘରୁ ଏତେ ପରିମାଣର ସମ୍ପତ୍ତି ମିଳିଛି। ଏହାକୁ ଦେଖି ରେଡ୍‌ରେ ସାମିଲ ଥିବା ଅଧିକାରୀମାନେ ଜଳକା ହୋଇ ଯାଇଛନ୍ତି।

ଏହି ବ୍ୟବସାୟୀ ଜଣଙ୍କ ଷ୍ଟିଲ, କପଡ଼ା ଓ ରିୟଲଇଷ୍ଟେଟ ବ୍ୟବସାୟ କରନ୍ତି। ଅଗଷ୍ଟ ୧ରୁ ୮ ଯାଏ ଆୟକର ବିଭାଗ କରିଥିଲା। ଏହି ସମୟରେ ଉକ୍ତ ବ୍ୟବସାୟୀଙ୍କର ମୋଟ ୩୯୦ କୋଟି ଟଙ୍କାର ବେଆଇନ ସମ୍ପତ୍ତିକୁ ଜବତ କରାଯାଇଛି। ଏହା ମଧ୍ୟରେ ନଗଦ ୫୮ କୋଟି ଟଙ୍କା ଓ ୩୨ କେଜି ସୁନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆୟକର ବିଭାଗର ନାଶିକ ୱିଙ୍ଗ ପକ୍ଷରୁ ଏହି ରେଡ କରାଯାଇଥିଲା। ଜଲନା ଓ ଔରଙ୍ଗାବାଦରେ ଥିବା ବ୍ୟବସାୟୀଙ୍କ ଅଫିସ, ଫ୍ୟାକ୍ଟ୍ରୀ ଓ ଘରେ ଏକାକାଳୀନ ଅଧିକାରୀମାନେ ଚଢ଼ଉ କରିଥିଲେ। ଏହି ସମୟରେ ବ୍ୟବସାୟୀଙ୍କ ଘରୁ ନଗଦ ୫୮ କୋଟି ଟଙ୍କା ମିଳିଛି। ୫୦୦ ଓ ୨ହଜାର ଟଙ୍କିଆ ବିଡ଼ାକୁ ଘରର ବିଭିନ୍ନ ସ୍ଥାନରେ ରଖାଯାଇଥିଲା। ଅଧିକାରୀମାନେ ଅଧିକ ଖୋଳତାଡ଼ କରିବାରୁ ବ୍ୟବସାୟୀଙ୍କ ଘରୁ ୩୨ କେଜି ଓଜନର ସୁନା, ହୀରା ଓ ମୋତି ମିଳିଛି। ଏଗୁଡ଼ିକର ମୂଲ୍ୟ ୧୬ କୋଟି ଟଙ୍କା ହେବ। ସେହିପରି ଅଫିସ କାଗଜପତ୍ର ଯାଞ୍ଚ କରିବା ବେଳେ ସେ ବେଆଇନ ଭାବେ ମୋଟ ୩୯୦ କୋଟି ଟଙ୍କା ରଖିଥିବା ମଧ୍ୟ ଜଣାପଡ଼ିଛି। ଟିକସ ଫାଙ୍କିବା ପାଇଁ ବ୍ୟବସାୟୀ ଜଣଙ୍କ ନିଜ ଆୟକୁ କାଗଜପତ୍ରରେ କମ ଦେଖାଉଥିଲେ। ଜାଲ କାଗଜପତ୍ର ଜରିଆରେ ସେ କୋଟି କୋଟି ଟଙ୍କା ଚଳୁ କରି ନେଇଥିବା ଅଭିଯୋଗ ପରେ ଆୟକର ବିଭାଗ ରେଡ୍ ଆରମ୍ଭ କରିଥିଲା।

ଘରୁ ମିଳିଥିବା ନଗଦ ଟଙ୍କାକୁ ଗଣିବା ପାଇଁ ଅଧିକାରୀମାନଙ୍କୁ ପ୍ରାୟ ୧୩ ଘଣ୍ଟା ସମୟ ଲାଗିଥିଲା। ଏହାପରେ ଏଗୁଡ଼ିକୁ ଗୋଟିଏ ବାକ୍ସରେ ପୂରାଇ ସିଲ୍ କାରାଯାଇଥିଲା। ଏତେ ପରିମାଣର ନଗଦ ଟଙ୍କା ବ୍ୟବସାୟୀ ଜଣଙ୍କ କାହିଁକ ଘରେ ରଖିଥିଲେ, ସେକଥା ଜଣାପଡ଼ିନି। ରେଡରେ ମୋଟ ୨୬୦ ଜଣ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ଏମାନେ ୫ଟି ଟିମ୍‌ରେ ଭାଗ ହୋଇ ବ୍ୟବସାୟୀଙ୍କ ଠିକଣାଗୁଡ଼ିକ ଉପରେ ଚଢ଼ଉ କରିଥିଲେ। ତେବେ ଆୟକର ବିଭାଗ ପକ୍ଷରୁ ଅଧିକାରୀଙ୍କ ନାଁ ସାର୍ବଜନୀନ କରାଯାଇନି।

Related story