ବିଜେପିର ଲଜ୍ଜାଜନକ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ

ଶିମଲା: କ୍ଷମତାସୀନ ବିଜେପିକୁ ହିମାଚଳ ପ୍ରଦେଶ ଉପ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ହିମାଚଳର ୩ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ବାଜିମାତ କରିଛି। ତେବେ ଶାସକ ଦଳ ଉପ ନିର୍ବାଚନରେ ମୂଳପୋଛ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପିର ଏକ ତରଫା ନିଷ୍ପତ୍ତି ଓ ଦରବୃଦ୍ଧି ପରାଜୟର କାରଣ ବୋଲି କୁହାଯାଉଛି। ଏସବୁ ଭିତରେ ବିଜେପିର ଏହି ଲଜ୍ଜାଜନକ ପରାଜୟ ପାଇଁ ହମାଚଳ ପ୍ରଦେଶର […]

jai-ram

Hemant Lenka
  • Published: Tuesday, 02 November 2021
  • , Updated: 02 November 2021, 04:22 PM IST

ଶିମଲା: କ୍ଷମତାସୀନ ବିଜେପିକୁ ହିମାଚଳ ପ୍ରଦେଶ ଉପ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ହିମାଚଳର ୩ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ବାଜିମାତ କରିଛି। ତେବେ ଶାସକ ଦଳ ଉପ ନିର୍ବାଚନରେ ମୂଳପୋଛ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଜେପିର ଏକ ତରଫା ନିଷ୍ପତ୍ତି ଓ ଦରବୃଦ୍ଧି ପରାଜୟର କାରଣ ବୋଲି କୁହାଯାଉଛି। ଏସବୁ ଭିତରେ ବିଜେପିର ଏହି ଲଜ୍ଜାଜନକ ପରାଜୟ ପାଇଁ ହମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସବୁ ଭୁଲ ନିଜ ମୁଣ୍ଡକୁ ନେଇଛନ୍ତି। ସେ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ସେ ପରାଜୟ ପରେ କହିଛନ୍ତି, “ମୁଁ ପରାଜୟର ସବୁ ଭୁଲ ନିଜ ମୁଣ୍ଡକୁ ନେଉଛି। କାରଣ ଉପ ନିର୍ବାଚନରେ ପ୍ରଚାର ମଙ୍ଗ ମୁଁ ହିଁ ସମ୍ଭାଳିଥିଲି।”

ମଣ୍ଡି ଲୋକସଭା ସମେତ ଫତେପୁର, ଅରକି ଓ ଜୁବ୍ବାଲ କୋଟଖାଇ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। ତଥାପି ଦଳ ଗୋଟିଏ ହେଲେ ଆସନରେ ଜିତିପାରିନି।

ସ୍ଥିତି ଏପରି ହୋଇଛି ଯେ ଜୁବ୍ବାଲ କୋଟଖାଇରେ ବିଜେପି ପ୍ରାର୍ଥୀ ନୀଲମ ସେରାଇକ ୨୬ ଶହରୁ କମ ଭୋଟ ପାଇଛନ୍ତି। ଫଳରେ ତାଙ୍କୁ ଅମାନତ ହରାଇବାକୁ ପଡ଼ିଛି। ଏଠାରେ କଂଗ୍ରେସର ରୋହିତ ଠାକୁର ସ୍ୱାଧୀନ ପ୍ରାର୍ଥୀ ଚେତନ ସିଂହ ବ୍ରଗତଙ୍କୁ ୬,୨୯୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ଏହି ଆସନରେ ପୂର୍ବରୁ ବିଜେପି ପ୍ରାର୍ଥୀ ନରିନ୍ଦର ବ୍ରଗତ ଜିତିଥିଲେ। ଜୁନ ମାସରେ ତାଙ୍କର ଦେହାନ୍ତ ହେବାରୁ ଏଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫତେପୁର ଓ ଅରକିରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବିଜୟ ବାନା ଉଡ଼ାଇଛନ୍ତି।

Related story