ଶୁଆଇ ଦେଲାନି ଭୟଙ୍କର ସ୍ୱପ୍ନ, ଫେରାଇ ଦେଲେ ଚୋରି କରିଥିବା ମୂର୍ତ୍ତି

ଲକ୍ଷ୍ନୌ: ଗୋଟିଏ ମନ୍ଦିରରୁ ଏକାଧିକ ବିରଳ ମୂର୍ତ୍ତି ଚୋରି କରିଥିବା ଗୋଟିଏ ଗ୍ୟାଙ୍ଗ ଏଗୁଡ଼ିକୁ ଫେରାଇ ଦେଇଛନ୍ତି। ସେମାନେ ଗତ ସପ୍ତାହରେ ମନ୍ଦିରରୁ ମୂର୍ତ୍ତି ଚୋରି କରିଥିଲେ। ହେଲେ ଚୋରି ଘଟଣା ପରେ ସେମାନେ ବଚଳିତ କରିବା ଭଳି ସ୍ୱପ୍ନ ସବୁ ଦେଖିଥିଲେ। ଏଥିରେ ଡରି ଯାଇ ଚୋରମାନେ ମୂର୍ତ୍ତି ଗୁଡ଼ିକୁ ଫେରାଇ ଦେଇଛନ୍ତି। ଏଥିସହ ନିଜ କଲାକର୍ମ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି। ଉତ୍ତର ପ୍ରଦେଶର ଚିତ୍ରକୋଟରେ ଏପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, […]

Idols

Hemant Lenka
  • Published: Tuesday, 17 May 2022
  • , Updated: 17 May 2022, 06:55 PM IST

ଲକ୍ଷ୍ନୌ: ଗୋଟିଏ ମନ୍ଦିରରୁ ଏକାଧିକ ବିରଳ ମୂର୍ତ୍ତି ଚୋରି କରିଥିବା ଗୋଟିଏ ଗ୍ୟାଙ୍ଗ ଏଗୁଡ଼ିକୁ ଫେରାଇ ଦେଇଛନ୍ତି। ସେମାନେ ଗତ ସପ୍ତାହରେ ମନ୍ଦିରରୁ ମୂର୍ତ୍ତି ଚୋରି କରିଥିଲେ। ହେଲେ ଚୋରି ଘଟଣା ପରେ ସେମାନେ ବଚଳିତ କରିବା ଭଳି ସ୍ୱପ୍ନ ସବୁ ଦେଖିଥିଲେ। ଏଥିରେ ଡରି ଯାଇ ଚୋରମାନେ ମୂର୍ତ୍ତି ଗୁଡ଼ିକୁ ଫେରାଇ ଦେଇଛନ୍ତି। ଏଥିସହ ନିଜ କଲାକର୍ମ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି। ଉତ୍ତର ପ୍ରଦେଶର ଚିତ୍ରକୋଟରେ ଏପରି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ଗ୍ୟାଙ୍ଗର ସଦସ୍ୟମାନେ ଚିତ୍ରକୋଟରେ ଥିବା ୩୦୦ ବର୍ଷ ପୁରୁଣା ଭଗବାନ ବାଲାଜୀଙ୍କ ମନ୍ଦିରରେ ପଶିଥିଲେ। ସେଠାରୁ ସେମାନେ ୧୬ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ନେଇଥିଲେ। ତେବେ ସୋମବାର ରାତିରେ ସେମାନେ ଚୋରି ହୋଇଥିବା ୧୪ଟି ମୂର୍ତ୍ତିକୁ ମନ୍ଦିରର ମୁଖ୍ୟ ପୂଜକଙ୍କ ଘର ପାଖରେ ରଖି ଚାଲି ଯାଇଛନ୍ତି। ଗୋଟିଏ ଟୋକେଇରୁ ମୂର୍ତ୍ତିଗୁଡ଼ିକୁ ଠାକ କରାଯାଇଛି।  ଏଥିସହ ଚୋରମାନେ ଗୋଟିଏ ଚିଠିରେ ମୂର୍ତ୍ତି କାହିଁକି ଫେରାଇ ଦେଇଛନ୍ତି, ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି।

ସେମାନେ ଚିଠିରେ କହିଛନ୍ତି ଯେ ମୂର୍ତ୍ତି ଚୋରି କରିବା ଦିନ ଠାରୁ ସେମାନେ ଶାନ୍ତିରେ ଶୋଇବା, ଖାଇବା କିମ୍ବା ରହି ପାରୁ ନଥିଲେ। ସବୁବେଳେ ସେମାନଙ୍କୁ ଭୟଙ୍କର ସ୍ୱପ୍ନ ସବୁ ଆସୁଥିଲା। ଭୟଙ୍କର ସ୍ୱପ୍ନ ଯୋଗୁ ସେମାନେ ଭୟଭୀତ ହୋଇ ପଡ଼ିଥିଲେ। ଏଥିପାଇଁ ସେମାନେ ଚୋରି କରିଥିବା ମୂର୍ତ୍ତିଗୁଡ଼ିକୁ ଫେରାଇ ଦେଇଥିବା ଚିଠିରେ କହିଛନ୍ତି। ଏଥିସହ ସେମାନେ ନିଜର ଭୁଲ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି।

ଚୋରମାନେ ଫେରାଇ ଦେଇଥିବା ଗୋଟିଏ ମୂର୍ତ୍ତିର ଓଜନ ପ୍ରାୟ ୫ କେଜି ହେବ। ଏହା ଅଷ୍ଟଧାତୁରେ ନିର୍ମିତ। ପୁଲିସ୍‌ ୧୪ଟି ମୂର୍ତ୍ତି ଠାବ କରିବା ସହ ଚିଠିର ଯାଞ୍ଚ କରୁଛି। ହେଲେ ଏଯାଏ ଚୋରମାନଙ୍କ ସମ୍ପର୍କରେ ପୁଲିସ୍‌ କୌଣସି ପ୍ରକାରର ତଥ୍ୟ ହାସଲ କରିପାରି ନାହିଁ। ସେହିପରି ବାକି ଦୁଇ ମୂର୍ତ୍ତି ବିଷୟରେ ପୁଲିସ୍‌ କୌଣସି ସୂଚନା ଦେଇନି।

Related story