ଜଣେ ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରିବ, ପାର୍ଟନର କାହିଁକି ନୁହେଁ: ଓୱେସି

ନୂଆଦିଲ୍ଲୀ: ମହିଳାମାନଙ୍କର ବିବାହ ବୟସ ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି। ସେ କହିଛନ୍ତି, ଯଦି ଜଣେ  ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛି , ତେବେ ଜୀବନ ସାଥୀ କାହିଁକି ହେବ ନାହିଁ। ଅସଦୁଦ୍ଦିନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି  ନିଷ୍ପତ୍ତି ପିତୃତ୍ୱବାଦର ଭଲ ଉଦାହରଣ।  ସେ କହିଛନ୍ତି ଯେ, ୧୮ ବର୍ଷ ବୟସରେ ଜଣେ ଭାରତୀୟ ନାଗରିକ ଭାବେ କଣ୍ଟ୍ରାକ୍ଟ ସାଇନ୍ କରିପାରିବ।  […]

Asaduddin Owaisi

Tapas Behera
  • Published: Saturday, 18 December 2021
  • , Updated: 18 December 2021, 05:03 PM IST

ନୂଆଦିଲ୍ଲୀ: ମହିଳାମାନଙ୍କର ବିବାହ ବୟସ ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି। ସେ କହିଛନ୍ତି, ଯଦି ଜଣେ  ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛି , ତେବେ ଜୀବନ ସାଥୀ କାହିଁକି ହେବ ନାହିଁ।

ଅସଦୁଦ୍ଦିନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି  ନିଷ୍ପତ୍ତି ପିତୃତ୍ୱବାଦର ଭଲ ଉଦାହରଣ।  ସେ କହିଛନ୍ତି ଯେ, ୧୮ ବର୍ଷ ବୟସରେ ଜଣେ ଭାରତୀୟ ନାଗରିକ ଭାବେ କଣ୍ଟ୍ରାକ୍ଟ ସାଇନ୍ କରିପାରିବ।  ବ୍ୟବସାୟ କରପାରିବ। ପ୍ରଧାନମନ୍ତ୍ରୀ ଚୟନ କରିପାରିବ। ଏମପି ଓ ଏମଏଲଏ ବାଛିପାରିବ। ହେଲେ ଲାଇଫ ପାର୍ଟନର ବାଛି ପାରିବ ନାହିଁ। ଏହା ଏକ ଅଜବ ବିଷୟ। ମୋ ମତରେ ପୁଅର ବିବାହ ବୟସ ୨୧ ଏବଂ ଝିଅର ବିବାହ ବୟସ ୧୮ ହେବା ଉଚିତ ବୋଲି ସେ କହିଛନ୍ତି। ମହିଳାମାନଙ୍କ ବିକାଶ ପାଇଁ ସରକାର କିଛି କରିନାହାନ୍ତି । ଅପରାଧିକ ଆଇନ ନୁହେଁ ଶିକ୍ଷା ପାଇଁ ଭାରତରେ ବାଲ୍ୟ ବିବାହ କମିଛି। ଏହା ସତ୍ତ୍ୱେ ସରକାର କହୁଛନ୍ତି ଯେ,  ୧୨ନିୟୁତ ପିଲା ୧୮ ବର୍ଷ ବୟସ ପୂର୍ବରୁ ବିବାହ କରୁଛନ୍ତି।

ମହିଳାମାନଙ୍କର ଉନ୍ନତି ପାଇଁ ସରକାର କିଛି କରିନାହାଁନ୍ତି। ୨୦୦୫ରେ ମସିହାରେ ମହିଳାଙ୍କ ସଂଖ୍ୟା ୨୬ ପ୍ରତିଶତ ଥିଲା, ୨୦୨୦ରେ ଏହା ୧୬ ପ୍ରତିଶତକୁ ଖସି ଆସିଛି। ସେ କହିଛନ୍ତି ଯେ,  ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ବୟସ ୨୧ ବର୍ଷ ହେବା ଉଚିତ୍।

ସେ ଆହୁରି କରିଛନ୍ତି ଯେ, ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଗୋପନୀୟତା ଏକ ମୌଳିକ ଅଧିକକାର।। ଜଣେ କାହାକୁ ବିବାହ କରିବେ, କେବେ ସନ୍ତାନ ଜନ୍ମ ଦେବେ ତାହା ବ୍ୟକ୍ତିଗତ ନିଷ୍ପତ୍ତି।  ସୂଚନା ଅନୁଯାୟୀ, ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧ ବର୍ଷ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‍ ଅନୁମୋଦନ କରିଛି। ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କନ୍ୟା ମାନଙ୍କର ଆଇନଗତ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଏହି ପ୍ରସ୍ତାବ ପାରିତ ହୋଇଛି।

ବର୍ତ୍ତମାନ ଥିବା ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ କରିବେ। ୧୫ ଅଗଷ୍ଟ ୨୦୨୦ ରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝିଅ ମାନଙ୍କର ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଝିଅମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ ସେମାନେ ଠିକ୍ ସମୟରେ ବିବାହ କରିବା ଆବଶ୍ୟକ ।

Related story