ନିଜକୁ କଶ୍ମୀର ପଣ୍ଡିତ କହିଲେ, ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧି

ଶ୍ରୀନଗର: ଦୁଇ ଦିନିଆ ଜମ୍ମୁ ଗସ୍ତରେ ଯାଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜକୁ କଶ୍ମୀର ପଣ୍ଡିତ ବୋଲି କହିଛନ୍ତି। ସେହିପରି ମାତା ବୈଷ୍ଣୋଦେବୀ ମନ୍ଦିରରେ ଦର୍ଶନ କରିବା ପରେ ତାଙ୍କୁ ଘର ଭଳି ଲାଗୁଥିବା କହିଛନ୍ତି। ଜମ୍ମୁରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ କହିଛନ୍ତି, “ମୋତେ ଲାଗୁଛି ମୁଁ ମୋ ଘରକୁ ଆସିଛି। ଜମ୍ମୁ-କଶ୍ମୀର ସହ ମୋ ପରିବାରର ବହୁ ପୁରୁଣା ସମ୍ପର୍କ ରହିଛି। ମୁଁ କଶ୍ମୀର ପଣ୍ଡିତ। ମୋ ପରିବାରର ସଦସ୍ୟମାନେ ମଧ୍ୟ […]

E-7UkskXMAw0Vcy

Hemant Lenka
  • Published: Friday, 10 September 2021
  • , Updated: 10 September 2021, 08:09 PM IST

ଶ୍ରୀନଗର: ଦୁଇ ଦିନିଆ ଜମ୍ମୁ ଗସ୍ତରେ ଯାଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜକୁ କଶ୍ମୀର ପଣ୍ଡିତ ବୋଲି କହିଛନ୍ତି। ସେହିପରି ମାତା ବୈଷ୍ଣୋଦେବୀ ମନ୍ଦିରରେ ଦର୍ଶନ କରିବା ପରେ ତାଙ୍କୁ ଘର ଭଳି ଲାଗୁଥିବା କହିଛନ୍ତି।

ଜମ୍ମୁରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ କହିଛନ୍ତି, “ମୋତେ ଲାଗୁଛି ମୁଁ ମୋ ଘରକୁ ଆସିଛି। ଜମ୍ମୁ-କଶ୍ମୀର ସହ ମୋ ପରିବାରର ବହୁ ପୁରୁଣା ସମ୍ପର୍କ ରହିଛି। ମୁଁ କଶ୍ମୀର ପଣ୍ଡିତ। ମୋ ପରିବାରର ସଦସ୍ୟମାନେ ମଧ୍ୟ କଶ୍ମୀର ପଣ୍ଡିତ। ଆଜି ସକାଳେ କଶ୍ମୀର ପଣ୍ଡିତଙ୍କ ଗୋଟିଏ ପ୍ରତିନିଧି ମଣ୍ଡଳ ମୋତେ ଦେଖା କରିଛନ୍ତି।

କଂଗ୍ରେସ ସେମାନଙ୍କ ପାଇଁ ଅନେକ କଲ୍ୟାଣମୂଳକ ଯୋଜନା ଲାଗୁ କରିଥିଲା। କିନ୍ତୁ ବିଜେପି କିଛି ବି କରି ନଥିବା ସେମାନେ ମୋତେ କହିଛନ୍ତି। ମୋର କଶ୍ମୀର ପଣ୍ଡିତ ଭାଇମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି ଯେ ସେମାନଙ୍କ ପାଇଁ ମୁଁ ନିଶ୍ଚିତ କିଛି କରିବି। ଜମ୍ମୁ-କଶ୍ମୀର ପରେ ମୁଁ ଲଦାଖ ମଧ୍ୟ ଯିବି। ଜମ୍ମୁ-କଶ୍ମୀର ସବୁବେଳେ ମୋ ହୃଦୟର ସ୍ୱତନ୍ତ୍ର ସ୍ଥାନରେ ରହିଛି। ଜମ୍ମୁ-କଶ୍ମୀରରେ ଥିବା ଭାଇଚାରାକୁ ବିଜେପି ଓ ଆରଏସଏସ୍‌ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।”

ସେ ଲୋକଙ୍କୁ ହାତ ଦେଖା କହିଥିଲେ ଯେ “ହାତର ଅର୍ଥ ଆପଣମାନେ ଡରନ୍ତୁ ନାହିଁ। ଆପଣ ଏହି ହାତକୁ ଭଗବାନ ଶିବ ଓ ୱାହେ ଗୁରୁଙ୍କ ଛବିରେ ଦେଖୁଥିବେ।” ଏହାପରେ ଶ୍ରୀ ଗାନ୍ଧି ବିଜେପିକୁ ଟାର୍ଗେଟ କରିଥିଲେ। ବିଜେପି ଜମ୍ମୁ-କଶ୍ମୀରକୁ ଦୁର୍ବଳ କରି ଦେଇଛି। ଆପଣମାନଙ୍କର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ବିଜେପି ଛଡ଼ା ନେଇଛି। ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଦରକାର ବୋଲି ସେ କହିଛନ୍ତି।

Related story