ମୁଁ ଅପରାଧୀ ନୁହଁ, ମୋତେ ସିଙ୍ଗାପୁର ଛାଡ଼: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତ ଅଭିମୁଖେ ପ୍ରସ୍ତୁତ ହେଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ  ଯାତ୍ରାକୁ ଅନୁମତି  ପ୍ରଦାନରେ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।  ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ କେଜ୍ରିୱାଲ ସିଙ୍ଗାପୁରକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ହେଲେ ତାଙ୍କ ଗସ୍ତ ପ୍ରସ୍ତାବକୁ କ୍ଲିଅରାନ୍ସ କରୁନଥିବାରୁ କେଜ୍ରିୱାଲ କ୍ଷୋଭ ପ୍ରକାଶ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ମୁ ଜଣେ ଅପରାଧୀ ନୁହଁ। ରାଜନୈତିକ କାରଣ […]

Kejriwal

Tapas Behera
  • Published: Monday, 18 July 2022
  • , Updated: 18 July 2022, 03:57 PM IST

ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତ ଅଭିମୁଖେ ପ୍ରସ୍ତୁତ ହେଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ  ଯାତ୍ରାକୁ ଅନୁମତି  ପ୍ରଦାନରେ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।  ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ କେଜ୍ରିୱାଲ ସିଙ୍ଗାପୁରକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ହେଲେ ତାଙ୍କ ଗସ୍ତ ପ୍ରସ୍ତାବକୁ କ୍ଲିଅରାନ୍ସ କରୁନଥିବାରୁ କେଜ୍ରିୱାଲ କ୍ଷୋଭ ପ୍ରକାଶ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ମୁ ଜଣେ ଅପରାଧୀ ନୁହଁ। ରାଜନୈତିକ କାରଣ ପାଇଁ ମୋ ଗସ୍ତରେ ବାଧା ସୃଷ୍ଟି କରାଯାଉଛି।  ମୁଁ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ କହି ଅଭିମାନ ଢଙ୍ଗରେରେ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେଜ୍ରିୱାଲ। ଏ ସମ୍ପର୍କରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଅନୁମତି ପାଇଁ ତାଙ୍କୁ ମାସେ ହେବ ଅପେକ୍ଷା କରିବାକୁ ପଡ଼ିଲାଣି ବୋଲି କହିଛନ୍ତି। ସିଙ୍ଗାପୁରରେ ହେବାକୁଥିବା  ବିଶ୍ୱ ସହର ସମ୍ମିଳନୀରେ କେଜ୍ରିୱାଲ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ଏକ ରାଷ୍ଟ୍ରୀୟ ଗର୍ବର ବିଷୟ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସିଙ୍ଗାପୁର ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି। ଯେଉଁଠି ସମଗ୍ର ବିଶ୍ୱର ଦିଲ୍ଲୀ ମଡେଲକୁ ପ୍ରଶଂସା କରାଯିବ।

ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ କାହିଁକି ନିଷିଦ୍ଧ କରାଯାଉଛି ତାହା ମୁଁ ବୁଝି ପାରୁନି। ମୁଁ ଭାବୁଛି  ଏହି ଯାତ୍ରା  ଭାରତ ପାଇଁ ଅଧିକ ଗୌରବ ଆଣିବ।  କିନ୍ତୁ ଦେଶ ଭିତରେ ଥିବା ମତଭେଦ ବିଶ୍ୱ ମଞ୍ଚରେ ପ୍ରତିଫଳିତ ହେବା ଅନୁଚିତ ବୋଲି କେଜ୍ରିୱାଲ କହିଛନ୍ତି। ତେଣୁ ତାଙ୍କୁ ଗସ୍ତ କାର୍ଯ୍ୟକ୍ରମକୁ ତୁରନ୍ତ ଅନୁମତି ଦେବାକୁ  ସେ ଅନୁରୋଧ କରିଛନ୍ତି। ଦିଲ୍ଲୀର ଉଲ୍ଲେଖନୀୟ କାମ ଏବଂ ଦିଲ୍ଲୀ ମଡେଲ ପାଇଁ ସିଙ୍ଗାପୁର ସରକାର ତାଙ୍କୁ  ପୁରସ୍କୃତ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ସମ୍ମିଳନିରେ  ଦିଲ୍ଲୀ ମଡେଲର ସଫଳ ରୂପରେଖ ଉପସ୍ଥପାନର କରାଯିବ।

ଏଥିରେ  ଅନେକ ବଡ଼ ବଡ଼ ନେତା ଉପସ୍ଥିତ ରହିବେ। ଏହା ଆମ ଦେଶ ପାଇଁ ଗର୍ବର ବିଷୟ ବୋଲି ସେ ଚିଠିରେ ଲେଖିଛନ୍ତି। ଦିଲ୍ଲୀରେ ସ୍ୱାସ୍ଥ୍ୟ ଓ ଶିକ୍ଷାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିଛି। ଏଥିସହ ଉପଭୋକ୍ତାମାନଙ୍କୁ ମାଗଣା ବିଦ୍ୟୁତ ମଧ୍ୟ ପ୍ରଦାନ କରାଯାଇଛି। ମୋ ସିଙ୍ଗାପୁର ଯାତ୍ରା ଦେଶ ପାଇଁ ଗୌରବର ବିଷୟ ବୋଲି କେଜ୍ରିୱାଲ କହିଛନ୍ତି । ସୂଚନା ଅନୁଯାୟୀ ସିଙ୍ଗାପୁର ହାଇ କମିଶନଙ୍କ ପକ୍ଷରୁ କେଜ୍ରିୱାଲଙ୍କୁ ଡାକରା ଆସିଛି।

Related story